ଓଡିଶା

odisha

By

Published : Apr 3, 2023, 9:31 AM IST

ETV Bharat / bharat

କୋଏମ୍ବାଟୁରର ପ୍ରଥମ ମହିଳା ବସ ଡ୍ରାଇଭର 24 ବର୍ଷୀୟା ଶର୍ମିଲା

ପୁରୁଷଙ୍କ ଠାରୁ କମ ନୁହନ୍ତି ମହିଳା । ସରକାରୀ ଚାକିରିକୁ ଅପେକ୍ଷା ନକରି କୋଇମ୍ବାଟୁରରେ ବସ ଚଳାଉଛନ୍ତି 24 ବର୍ଷୀୟା ଶର୍ମିଲା । ଅଧିକ ପଢନ୍ତୁ

କୋଇମ୍ବାଟୁରର ପ୍ରଥମ ମହିଳା ବସ ଡ୍ରାଇଭର 24 ବର୍ଷୀୟା ଶର୍ମିଲା
କୋଇମ୍ବାଟୁରର ପ୍ରଥମ ମହିଳା ବସ ଡ୍ରାଇଭର 24 ବର୍ଷୀୟା ଶର୍ମିଲା

ଚେନ୍ନାଇ:ପୁରୁଷମାନେ ମହିଳାଙ୍କ ଅପେକ୍ଷା ଶାରୀରିକ ଭାବେ ଅଧିକ ଶସକ୍ତ । ପୁରୁଷମାନେ ଯେଉଁ କଠିନ କାର୍ଯ୍ୟ କରିପାରନ୍ତି, ତାହା ମହିଳାଙ୍କ ଦ୍ବାରା ହେବା ସମ୍ଭବ ନୁହେଁ । ଏପରି କିଛି ପୂର୍ବପ୍ରଚଳିତ ଧାରଣା ପୁରୁଷ ପ୍ରାଧାନ୍ୟ ସମାଜରେ ଏବେ ମଧ୍ୟ ରହିଛି । ହେଲେ ବିଭିନ୍ନ କଠିନ କ୍ଷେତ୍ରରେ ମଧ୍ୟ ପୁରୁଷଙ୍କ ଭଳି ମହିଳାମାନେ ଦକ୍ଷତାର ସହ କାର୍ଯ୍ୟ କରିପାରନ୍ତି, ସେ ନେଇ କିଛି ଉଦାହରଣ ମଧ୍ୟ ଆମେ ଦେଖିଛେ । ସେମିତି ଏକ ଘଟଣା ତାମଲନାଡୁର କୋଏମ୍ବାଟୁର ସହରରେ ମଧ୍ୟ ଦେଖିବାକୁ ମିଳିଛି । ଜଣେ 24 ବର୍ଷୀୟା ଯୁବତୀ ଚାକିରିକୁ ଅପେକ୍ଷା ନକରି ବସ ଡ୍ରାଇଭିଂ କରୁଛନ୍ତି । ତାଙ୍କୁ ସହରର ପ୍ରଥମ ମହିଳା ବସ ଡ୍ରାଇଭର ମଧ୍ୟ କୁହାଯାଉଛି ।

କୋଏମ୍ବାଟୁରର 24 ବର୍ଷୀୟା ଶର୍ମିଲା ଚଳାଉଛନ୍ତି ବସ । ଜଣେ କମ ବୟସର ଯୁବତୀ ପୁରା ପେଶାଦାର ବସ ଡ୍ରାଇଭର ପରି ଯାତ୍ରୀ ପରିବହନ କରୁଛନ୍ତି । ଯାତ୍ରୀମାନେ ମଧ୍ୟ ତାଙ୍କ ବସରେ ଯାତ୍ରା କରିବା ପାଇଁ ବେଶ ଉତ୍ସାହୀ ମଧ୍ୟ । ବସଯାତ୍ରୀ ତ ପୁଣି ଅନ୍ୟ ବସର କର୍ମଚାରୀ ଶର୍ମିଲାଙ୍କ ସହ ସେଲ୍ଫି ନେଉଛନ୍ତି । ଶର୍ମିଳାଙ୍କ ବସ ଡ୍ରାଇଭିଂ କରିବା ପଛରେ ରହିଛି ତାଙ୍କ ପରିବାରର ସହଯୋଗ । କାରଣ ତାଙ୍କ ବାପା ମଧ୍ୟ ଜଣେ ଅଟୋ ଡ୍ରାଇଭର ଥିଲେ । ଶର୍ମିଲା ନିଜେ ମଧ୍ୟ କିଛି ବର୍ଷ ଅଟୋ ଚଳାଇ ସାରିଛନ୍ତି । ପରେ ସେ ଭାରୀଯାନ ଚଳାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏଥିରେ ତାଙ୍କ ବାପା ତାଙ୍କୁ ସାହାସ ଯୋଗାଇଥିଲେ । କିଛି ମାସର ପ୍ରଶିକ୍ଷଣ ପରେ ସେ ଏବେ ବସର ଡ୍ରାଇଭିଂ ସିଟରେ ।

ନିଜର ଏପରି କାର୍ଯ୍ୟ ସମ୍ପର୍କରେ ଶର୍ମିଲା କହନ୍ତି, ‘‘ସମାଜରେ ଆଜି ମଧ୍ୟ ମହିଳାଙ୍କୁ ନେଇ ଭିନ୍ନ ଧାରଣା ରହିଛି । ତେଣୁ ସେ ଡ୍ରାଇଭିଂକୁ ବାଛିଲେ । ଏଥିରେ ପରିବାରର ସହଯୋଗ ମଧ୍ୟ ମିଳିଲା । ପରିବାର ସଦସ୍ୟ ତାଙ୍କ ଇଚ୍ଛାକୁ ଗ୍ରୀନ ସିଗନାଲ ଦେଲେ, ସେ ଏବେ ବସ ଚଳାଇ ପାରୁଛନ୍ତି । ସେ ପାଠ ମଧ୍ୟ ପଢିଛନ୍ତି, ହେଲେ ଚାକିରିକୁ ଅପେକ୍ଷା କରିବା ପରିବର୍ତ୍ତେ ସେ ବସ ଚଳାଇବାକୁ ନିଷ୍ପତ୍ତି ନେଲେ ।

2019ରେ ସେ କୋଏମ୍ବାଟୁର ସହରରେ ଅଟୋ ଚଳାଉଥିଲେ । ଏବେ ସେ ବସ ଚଳାଇବା ପରେ ସହରର ପ୍ରଥମ ମହିଳା ବସ ଡ୍ରାଇଭର ଭାବେ ପରିଚୟ ଅର୍ଜନ କରିଛନ୍ତି । ସେ ଶିକ୍ଷିତ ମଧ୍ୟ, ହେଲେ ବର୍ତ୍ତମାନ ସ୍ଥିତିରେ ସେ ସରକାରୀ ଚାକିରିକୁ ଅପେକ୍ଷା ନକରି ନିଜେ କିଛି ଆରମ୍ଭ କରିବା ପାଇଁ ଭାବିଲେ । ଅଟୋରୁ ବସ ଚାଳକ ହୋଇଥିବା ଶର୍ମିଳାଙ୍କୁ ସହରର ଏକ ଘରୋଇ ବସ କମ୍ପାନୀ ଡ୍ରାଇଭର ଭାବେ ନିଯୁକ୍ତି ଦେବା ପାଇଁ ଆଗ୍ରହ ମଧ୍ୟ ପ୍ରକାଶ କଲା । ଏହି ପ୍ରସ୍ତାବକୁ ଶର୍ମିଳା ମଧ୍ୟ ଆଗ୍ରହର ସହ ଗ୍ରହଣ କଲେ । ଏବେ ସେ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବା ପରେ ସମାଜରେ ମହିଳାଙ୍କୁ ନେଇ ଥିବା ଚିରାଚରିତ ଧାରଣା ଭାଙ୍ଗିଛି । ନାରୀମାନେ କୌଣସି କ୍ଷେତ୍ରରେ ପୁରୁଷମାନଙ୍କ ଠାରୁ ପଛରେ ନାହାନ୍ତି । ଇଚ୍ଛାଶକ୍ତି ବଳରେ ସେମାନେ କୌଣସି କ୍ଷେତ୍ରରେ ପୁରୁଷମାନଙ୍କ ସହ କାନ୍ଧ ମିଳାଇ କାର୍ଯ୍ୟ କରିବାର ଦକ୍ଷତା ବହନ କରନ୍ତି ବୋଲି ଶର୍ମିଲା କୁହନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details