ଇସଲାମବାଦ: ପାକ୍ ଅଧିକୃତ କାଶ୍ମୀର ତଥା ପିଓକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନାଳକୁ ବସ୍ ଖସିପଡିବାରୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ୮ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗତକାଲି(ବୁଧବାର) ପିଓକେ ସୁଧନୋତିର ବାଲୋଚରୁ ପଞ୍ଜାବ ରାୱଲପିଣ୍ଡିକୁ ଏକ ଯାତ୍ରୀବାହୀ ବସ୍ ଯାଉଥିଲା । ଏହି ସମୟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ବସଟି ୫୦୦ ମିଟର ତଳକୁ ଖସି ନାଳରେ ପଡି ଯାଇଥିଲା । ଏଥିରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ବସ୍ ଚାଳକଙ୍କ ଅସବଧାନତା ଏବଂ ରାସ୍ତା ସମସ୍ୟା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।