ଓଡିଶା

odisha

By

Published : Jun 22, 2021, 7:21 PM IST

ETV Bharat / bharat

9 ଦେଶରେ ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ ଭୟ, ଭାରତରେ 22 ରୋଗୀ

ତୃତୀୟ ଲହରୀ ଆଶଙ୍କା ମଧ୍ୟରେ ଭୟ ବଢାଉଛି ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ । ଭାରତରେ ବର୍ତ୍ତମାନ ସୁଦ୍ଧା ଡେଲ୍‌ଟା ପ୍ଲସର 22 ମାମଲା ଚିହ୍ନଟ । ଅଧିକ ପଢନ୍ତୁ...

9 ଦେଶରେ ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ ଭୟ, ଭାରତରେ 22 ରୋଗୀ
9 ଦେଶରେ ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ ଭୟ, ଭାରତରେ 22 ରୋଗୀ

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣର ତୃତୀୟ ଲହରୀ ଆଶଙ୍କା ମଧ୍ୟରେ ଭୟ ବଢାଉଛି ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ । ଭାରତରେ ବର୍ତ୍ତମାନ ସୁଦ୍ଧା ଡେଲ୍‌ଟା ପ୍ଲସର 22 ମାମଲା ସାମ୍ନାକୁ ଆସିଛି ।

ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ ଏବେ ବିପଦଜନକ ଶ୍ରେଣୀରେ ନାହିଁ । ତଥାପି ଏହା ଉପରେ କଡା ନଜର ରଖାଯାଇଛି । କୋରୋନାର ଡେଲ୍‌ଟା ଭ୍ୟାରିଆଣ୍ଟ ବର୍ତ୍ତମାନ ଭାରତ ସମେତ 80ଟି ଦେଶରେ ରହିଛି ।

ଡେଲ୍‌ଟା ଭ୍ୟାରିଆଣ୍ଟକୁ ଭ୍ୟାରିଆଣ୍ଟ ଅଫ କନସର୍ଣ୍ଣ ଅର୍ଥାତ ଚିନ୍ତାର ବିଷୟ ବିବେଚନା କରାଯାଇଛି । ଭାଇରସର କୌଣସି ଭ୍ୟାରିଆଣ୍ଟ କେତେ ଶୀଘ୍ର ବ୍ୟାପୁଛି ଆଉ କେତେ ମାରାତ୍ମକ, ଏହି ଆଧାରରେ ତାକୁ ଭିନ୍ନ ଭିନ୍ନ ଶ୍ରେଣୀରେ ରଖାଯାଏ ।

କୋରୋନାର ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ ଏବେ ଆମେରିକା, ବ୍ରିଟେନ, ପର୍ତ୍ତୁଗାଲ, ସ୍ବିଜରଲ୍ୟାଣ୍ଡ, ଜାପାନ, ପୋଲାଣ୍ଡ, ନେପାଳ, ଟୀନ ଓ ଋଷ ସମେତ ଭାରତର କିଛି ସ୍ଥାନରେ ମିଳିଛି । ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ, ଭାରତରେ ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟର 22 ମାମଲା ସାମ୍ନାକୁ ଆସିଛି । ଏଥିରେ 16ଟି ମାମଲା ମହାରାଷ୍ଟ୍ରର ହୋଇଥିବା ଜଣାପଡିଛି ।

ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କୋରୋନା ଭୂତାଣୁ ଠାରୁ ଅଧିକ ମାରାତ୍ମକ B.1.617.2 ପ୍ରକାରର ମ୍ୟୁଟେଡ ଭର୍ସନ ହେଉଛି ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ । ଏହା K417N ନାମକ ଏକ ଅତିରିକ୍ତ ମ୍ୟୁଟେସନ ଦେଇ ଗତି କରୁଛି ।

ABOUT THE AUTHOR

...view details