ନୂଆଦିଲ୍ଲୀ:ଗତ ଏକ ମାସରୁ କୋରୋନା ଭାଇରସର ଦ୍ବିତୀୟ ଲହରି ମଧ୍ୟରେ ଭ୍ୟାକ୍ସିନ ଅଭାବକୁ ନେଇ ରହିଥିଲା ଚିନ୍ତା । ମେ ପହିଲାରୁ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ ଆରମ୍ଭ କରାଯାଇଛି । ହେଲେ ଭ୍ୟାକ୍ସିନ ଅଭାବ ଯୋଗୁଁ ହ୍ରାସ ପାଇଛି ଟୀକାକରଣ ଅଭିଯାନର ଗତି । ହେଲେ ଆଗାମୀ କିଛି ମାସ ମଧ୍ୟରେ ଭାରତରେ ରହିବନି ଭ୍ୟାକ୍ସିନ ଅଭାବର ସମସ୍ୟା ।
ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଦେଶରେ 216 କୋଟି ଟିକା ଉତ୍ପାଦନ ହେବ ବୋଲି ନୀତି ଆୟୋଗର ସଦସ୍ୟ ଡଃ. ଭି.କେ ପଲ ସୂଚନା ଦେଇଛନ୍ତି । ଏ ବିଷୟରେ ବିସ୍ତୃତ ସୂଚନା ଦେଇ ସେ କହିଛନ୍ତି, ଅଗଷ୍ଟରୁ ଡିସେମ୍ବର ମଧ୍ୟରେ କୋଭିଲିଲ୍ଡର 75 କୋଟି ଡୋଜ, କୋଭାକ୍ସିନର 55 କୋଟି ଡୋଜ୍, ବାୟୋ-ଇ ସବ୍ ୟୁନିଟ୍ରୁ 30 କୋଟି ଡୋଜ,ଜାୟଡସ କ୍ୟାଡିଲାରୁ 5 କୋଟି ଡୋଜ, SII ନୋଭାଭ୍ୟାକ୍ସର 20 କୋଟି ଡୋଜ, ଭାରତ ବାୟୋଟେକର ନାଜାଲ ଟିକାର, 10 କୋଟି ଡୋଜ, ଜିନୋଭା mRNA ଟିକାର 6 କୋଟି ଡୋଜ, ସ୍ପୁଟନିକର 15.6 କୋଟି ଡୋଜ ଉତ୍ପାଦନ ହେବ ।