ଓଡିଶା

odisha

ETV Bharat / bharat

ବିହାରରେ ବିଷାକ୍ତ ମଦ ନେଲା ୩୨ ଜୀବନ - ବିହାରରେ ମଦ ମୃତ୍ୟୁ ଘଟଣା

ବିଷାକ୍ତ ମଦ ନେଲା ୩୨ ଜଣଙ୍କ ଜୀବନ । ଏନେଇ ଶୁକ୍ରବାର ବିହାର ସରକାରଙ୍କ ମନ୍ତ୍ରୀ ସୁନିଲ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

21 people died on illegal consumption of spurious liquor in bihar
ବିହାରରେ ବିଷାକ୍ତ ମଦ ନେଲା ୨୧ ଜଣଙ୍କ ଜୀବନ

By

Published : Nov 5, 2021, 3:56 PM IST

Updated : Nov 5, 2021, 5:30 PM IST

ପାଟନା:ଆଲୋକର ପର୍ବ ଦୀପାବଳି ଅବସରରେ ବିହାରରୁ ଆସିଛି ଅଭାବନୀୟ ଘଟଣା । ବିଷାକ୍ତ ମଦ ନେଲା ୩୨ ଜଣଙ୍କ ଜୀବନ । ଏନେଇ ଶୁକ୍ରବାର ବିହାର ସରକାରଙ୍କ ମନ୍ତ୍ରୀ ସୁନିଲ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଗୁରୁବାର ବିହାରର ଗୋପାଳଗଞ୍ଜ ଓ ବେଟିହା ଅଞ୍ଚଳରେ ବିଷାକ୍ତ ମଦ ପିଇ ୩୨ ଜଣ ମୃତ୍ୟୁବରଣ କରିଛନ୍ତି। ଗୋପାଳଗଞ୍ଜରୁ ୧୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପଶ୍ଚିମ ଚମ୍ପାରନ ଜିଲ୍ଲାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ମନ୍ତ୍ରୀ ସୁନିଲ କୁମାର ଶୁକ୍ରବାର ମଦମୃତ୍ୟୁର ଶିକାର ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଏହା ପଛର କାରଣ ସାମନାକୁ ଆସିଛି। ମଦ ପ୍ରସ୍ତୁତିରେ ବିଷ ପ୍ରୟୋଗ କରାଯାଇଛି। ଏଭଳି ଘଟଣା ଅକସ୍ମାତ ଏବଂ ଅଭାବନୀୟ ବୋଲି ମନ୍ତ୍ରୀ ସୁନିଲ କୁମାର କହିଛନ୍ତି । ଘଟଣା ଉପରେ ସରକାର ତୀକ୍ଷ୍ମ ନଜର ରଖିଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସେପଟେ ଏହି ଘଟଣାକୁ ନେଇ ନୀତିଶ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି ଆରଜେଡି ନେତା ତଥା ବିହାର ବିଧାନସଭାର ବିରୋଧୀଦଳ ନେତା ତେଜସ୍ବୀ ଯାଦବ। ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଦ ନିଷେଧ ଆଇନ ସମ୍ପୂର୍ଣ୍ଣ ଭାବରେ ବିଫଳ ସାବ୍ୟସ୍ତ ହୋଇଛି ବୋଲି ତେଜସ୍ବୀ କହିଛନ୍ତି । ସୂଚନାଥାଉକି ବିହାରରେ ମଦକୁ ବେଆଇନ ଘୋଷଣା କରାଯାଇଛି । ହେଲେ ମଧ୍ୟ ରାଜ୍ୟରେ ବେଆଇନ ଭାବରେ ବିପୁଳ ପରିମାଣରେ ଚାଲିଛି ମଦ କାରବାର। ଏହା ପୂର୍ବରୁ ମଧ୍ୟ ବିହାରରେ ମଦମୃତ୍ୟୁ ଘଟଣାରେ ଅନେକଙ୍କ ଜୀବନ ଯାଇଛି ।

@ANI

Last Updated : Nov 5, 2021, 5:30 PM IST

ABOUT THE AUTHOR

...view details