ଓଡିଶା

odisha

ETV Bharat / bharat

Nobel Prize 2023: ଫିଜିଓଲୋଜି ଓ ମେଡିସିନ ପାଇଁ ନୋବେଲ ପାଇବେ କାଟାଲିନ୍ କାରିକୋ ଓ ଡ୍ର୍ୟୁ ୱିସମ୍ୟାନ - ଘୋଷଣା ହେଲା ନୋବେଲ 2023

ଘୋଷଣା ହେଲା ନୋବେଲ ପୁରସ୍କାର 2023 । ଫିଜିଓଲୋଜି ଓ ମେଡିସିନରେ ନୋବେଲ ପାଇବେ କାଟାଲିନ୍ କାରିକୋ ଓ ଡ୍ର୍ୟୁ ୱିସମ୍ୟାନ । କୋଭିଡ ବିରୋଧୀ ଲଢେଇରେ ସହାୟକ ହୋଇଥିଲା ଉଭୟଙ୍କ ଗବେଷଣା । ଅଧିକ ପଢନ୍ତୁ

Nobel Prize 2023: ଫିଜିଓଲୋଜି ଓ ମେଡିସିନ ପାଇଁ ନୋବେଲ ପାଇବେ କାଟାଲିନ୍ କାରିକୋ ଓ ଡ୍ର୍ୟୁ ୱିସମ୍ୟାନ
Nobel Prize 2023: ଫିଜିଓଲୋଜି ଓ ମେଡିସିନ ପାଇଁ ନୋବେଲ ପାଇବେ କାଟାଲିନ୍ କାରିକୋ ଓ ଡ୍ର୍ୟୁ ୱିସମ୍ୟାନ

By ETV Bharat Odisha Team

Published : Oct 2, 2023, 3:49 PM IST

Updated : Oct 2, 2023, 4:15 PM IST

ହାଇଦ୍ରାବାଦ:ଘୋଷଣା ହୋଇଛି ସମ୍ମାନଜନକ ନୋବେଲ ପୁରସ୍କାର 2023 । ଚଳିତବର୍ଷ ଫିଜିଓଲୋଜି ଓ ମେଡିସିନରେ କାଟାଲିନ୍ କାରିକୋ (Katalin Karikó)ଏବଂ ଡ୍ର୍ୟୁ ୱିସମ୍ୟାନ (Drew Weissman)ଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ନ୍ୟୁକ୍ଲିଓସାଇଡ୍ ଆଧାରିତ ସଂଶୋଧନ ଉପରେ ଉଭୟ ଗବେଷଣା ଜାରି ରଖିଥିଲେ । ଉଭୟଙ୍କ ଆବିଷ୍କାର କୋଭିଡ ବିରୋଧୀ ଲଢେଇରେ ବେଶ ସହାୟକ ହୋଇଥିଲା । ଉଭୟଙ୍କ ଗବେଷଣା ଓ ଆବିଷ୍କାର COVID-19 ଭୂତାଣୁ ବିରୋଧରେ ଲଢିବା ପାଇଁ ପ୍ରଭାବଶାଳୀ mRNA ଟିକା ବିକଶିତ କରିବାରେ ସକ୍ଷମ ହୋଇଛି । ଉଭୟଙ୍କୁ ଚଳିତ ବର୍ଷର ନୋବେଲ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି ।

କ୍ୟାଟେଲିନ୍ କାରିକୋ:-

1955 ମସିହାରେ ହଙ୍ଗେରୀର ଜୋଲନୋକରେ ଜନ୍ମଗ୍ରହଣ କରିଥିଲେ କ୍ୟାଟେଲିନ୍ କାରିକୋ । ସେ 1982 ମସିହାରେ ଜେଗେଡ ୟୁନିଭରସିଟିରୁ PhD ହାସଲ କରିଥିଲେ । ଏହା ପରେ ସେ ହଙ୍ଗେରୀ ଏକାଡେମୀ-ଅଫ-ସାଇନ୍ସରେ ଡକ୍ଟରେଟ ଫେଲୋସିପ୍ ସମାପ୍ତ କରିଥିଲେ । ଏହାପରେ ସେ ଫିଲାଡେଲଫିଆର ଟେମ୍ପଲ ୟୁନିଭର୍ସିଟିରେ ସ୍ନାତକତ୍ତୋର ଡକ୍ଟରେଟ ରିସର୍ଚ୍ଚ ମଧ୍ୟ ସମାପ୍ତ କରିଥିଲେ । ପରେ ସେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରେ ଜଣେ ସହକାରୀ ପ୍ରଫେସର ଭାବେ ଅଧ୍ୟାପନା ଆରମ୍ଭ କରିବା ସହ ଗବେଷଣା ମଧ୍ୟ ଜାରି ରଖିଥିଲେ । 2013ରେ କ୍ୟାଟେଲିନ୍ ବାୟୋଏନଟେକ୍ ଆରଏନ୍ଏ (BioNTech RNA) ଫାର୍ମାସ୍ୟୁଟିକାଲ୍ କମ୍ପାନୀର ବରିଷ୍ଠ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ । କୋଭିଡ ସଂକ୍ରମଣ ସମୟରେ 2021 ମସିହାରେ ସେ କୋଭିଡ ଭୂତାଣୁ ବିରୋଧରେ mRNA ଟିକା ବିକଶିତ କରିଥିଲେ । ଯାହା ସାରା ବିଶ୍ବରେ କୋଭିଡ ବିରୋଧୀ ଲଢେଇକୁ ବଳ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ:- ବୀରତା, ବୈଭବ ଓ ବିକାଶକୁ ନେଇ ଆଗକୁ ବଢିବା ଶିଖାଇଛି ରାଜସ୍ଥାନ: ପ୍ରଧାନମନ୍ତ୍ରୀ

ଡ୍ରୁ ୱାଇସମାନ :

ଚଳିତବର୍ଷର ଅନ୍ୟତମ ନୋବେଲ ବିଜେତା ଡ୍ରୁ ୱାଇସମାନଙ୍କ ଜନ୍ମ 1959 ମସିହାରେ ଆମେରିକୀୟ ରାଜ୍ୟ ମାସାଚୁସେଟ୍ସରେ ହୋଇଥିଲା । ସେ 1987 ମସିହାରେ ବୋଷ୍ଟନ୍ ୟୁନିଭରସିଟିରୁ PhD ଏବଂ MD ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ହାର୍ଭାର୍ଡ ମେଡିକାଲ୍ ସ୍କୁଲର ବେଥ୍ ଇସ୍ରାଏଲ୍ ମେଡିକାଲ ସେଣ୍ଟରରେ କ୍ଲିନିକାଲ୍ ପ୍ରଶିକ୍ଷଣ ନେଇଥିଲେ । ଚିକିତ୍ସା ବିଜ୍ଞାନରେ ସେ ଉଚ୍ଚଶିକ୍ଷା ଲାଭ କରିବା ପରେ 1997ରେ ସେ ନିଜର ଏକ ରିସର୍ଚ୍ଚ ଗ୍ରୁପ ଗଠନ କରିଥିଲେ । ସେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ପେରେଲମ୍ୟାନ୍ ସ୍କୁଲ୍ ଅଫ୍ ମେଡିସିନରେ ଗବେଷଣା ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ପେନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆରଏନ୍ଏ ଇନୋଭେସନ୍ସରେ ନିର୍ଦ୍ଦେଶକ ପଦରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 2, 2023, 4:15 PM IST

ABOUT THE AUTHOR

...view details