ଶ୍ରୀନଗର:ଲଗାତାର ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି କାଶ୍ମୀର ପୋଲିସ । ଜାମ୍ମୁ କଶ୍ମୀରର ପୁଲୱାମାର ପୁଚାଲା ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିଛି କାଶ୍ମୀର ପୋଲିସ ।
ନିହତ ଦୁଇ ଆତଙ୍କୀ ପୁଚାଲା ଅଞ୍ଚଳରେ ଲୁଚି ରହିଥିବା ଖବର ପାଇଥିଲା କାଶ୍ମୀର ପୋଲିସ । ଏହା ପରେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବାହିନୀ । କୁଲଗାମ ପୋଲିସ ଓ ଜୋଦାର ଅଞ୍ଚଳର 1 ଆରଆରଙ୍କ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ନିହତ ଦୁଇ ଆତଙ୍କୀବାଦ ଲସ୍କର- ଇ- ତୌଏବା ସଂଘଠନର ବୋଲି ଜଣାପଡିଛି । ସର୍ଚ୍ଚ ଅପରେସନ ଜାରି ରହିଛି ।