ଓଡିଶା

odisha

ETV Bharat / bharat

India-China Military Talks: ପୂର୍ବ ଲଦାଖରୁ ସୈନ୍ୟ ପ୍ରତ୍ୟାହାର ମୁଖ୍ୟ ପ୍ରସଙ୍ଗ

ଆଜି (ରବିବାର) ଭାରତ-ଚୀନ ମଧ୍ୟରେ ୧୬ତମ ରାଉଣ୍ଡ କମାଣ୍ଡସ୍ତରୀୟ ବୈଠକ ଆରମ୍ଭ ହୋଇଛି । ପୂର୍ବ ଲଦାଖରୁ ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗରେ ଆଲୋଚନା ଜାରି ରହିଛି । ଅଧିକ ପଢନ୍ତୁ

ଭାରତ ଚୀନ ୧୬ତମ ରାଉଣ୍ଡ ଆଲୋଚନା
ଭାରତ ଚୀନ ୧୬ତମ ରାଉଣ୍ଡ ଆଲୋଚନା

By

Published : Jul 17, 2022, 12:58 PM IST

Updated : Jul 17, 2022, 2:14 PM IST

ନୂଆଦିଲ୍ଲୀ: ଆଜି (ରବିବାର) ଭାରତ-ଚୀନ ମଧ୍ୟରେ୧୬ ତମ ରାଉଣ୍ଡ କମାଣ୍ଡସ୍ତରୀୟ ବୈଠକ ଆରମ୍ଭ ହୋଇଯାଇଛି । ପୂର୍ବ ଲଦାଖରୁ ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗରେ ଆଲୋଚନା ଜାରି ରହିଛି । ଏହା ସହିତ ସୀମାରେ ଲାଗି ରହିଥିବା ଉତ୍ତେଜନା ହ୍ରାସ କରିବା ପାଇଁ ଏହି ଆଲୋଚନା ଶୃଙ୍ଖଳା ଦୁଇ ଦେଶର ସେନା ଆଲୋଚନା କରୁଛନ୍ତି। ଲେପ୍ଟନାଣ୍ଟ ଜେନେରାଲଙ୍କ ଆଲୋଚନା ହେଉଛି । ଅଧ୍ୟକ୍ଷତାରେ ପୂର୍ବରୁ ୧୫ତମ ରାଉଣ୍ଡର ଆଲୋଚନା ଶେଷ ହୋଇଥିବାବେଳେ ଆଜିର ବୈଠକରେ ଉଭୟ ସେନାର ପ୍ରମୁଖ କମାଣ୍ଡର ଏକାଠି ହୋଇଛନ୍ତି ।

ପୂର୍ବ ଲଦାଖରେ LACରୁ ସୈନ୍ୟ ପ୍ରତ୍ୟାହାର ପାଇଁ ବାର୍ତ୍ତା ଜାରି ରଖିବା ପାଇଁ ଚୁସୁଲ-ମୋଲଦୁରେ ୧୬ତମ କମାଣ୍ଡରସ୍ତରୀୟ ବୈଠକ ବସିଛି । ଏଥିରେ LAC ବିବାଦ ନେଇ ଆଲୋଚନା ଜାରି ରହିଛି । ମାର୍ଚ୍ଚ ୧୧ରେ ୧୫ ତମ କମାଣ୍ଡରସ୍ତରୀୟ ବୈଠକ ହୋଇଥିଲା । ପଶ୍ଚିମ ସେକ୍ଟରରେ ଲାଗିରହିଥିବା ସୀମା ବିବାଦ ଉପରେ ଆଲୋଚନା ହୋଇଥିଲା ।

ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୧୫ ରାଉଣ୍ଡ ଆଲୋଚନାରେ ଉତ୍ତର ଏବଂ ଦକ୍ଷିଣ ଲଦାଖରେ ଥିବା ପୋଙ୍ଗୟାଙ୍ଗ, ଗଲୱାନ୍ ଏବଂ ଗୋଗ୍ରା ହଟ୍ ସ୍ପ୍ରିଙ୍ଗ୍ ଅଞ୍ଚଳରେ ଦୁଇ ସେନା ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ହ୍ରାସ ପାଇଁ ଆଲୋଚନା ହୋଇଥିଲା । ତେବେ ଗତ ପର୍ଯ୍ୟାୟ ଆଲୋଚନାରେ ସେପରି ଆଖିଦୃଶିଆ ସଫଳତା ମିଳି ପାରିନାହିଁ । କିଛି ପ୍ରସ୍ତାବ କ୍ଷେତ୍ରରେ ଚୀନ ସେନା କର୍ତ୍ତୃପକ୍ଷ ସହଯୋଗ କରୁନଥିବା ମଧ୍ୟ ସୂଚନା ମିଳିଥିଲା ।

ଗଲଓ୍ବାନ ଘାଟିରେ ସଂଘର୍ଷ ପରେ ଦୀର୍ଘ ସମୟ ଧରି ଦୁଇ ଦେଶର ସେନା ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉଭୟ ଦେଶ ନିଜର ସାମରିକ ଶକ୍ତି ବଢାଇବାରେ ଲାଗିଥିଲେ । ସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତେଜନା ହ୍ରାସ ପାଇଁ ଆଲୋଚନାକୁ ବାଛିଥିଲେ ଉଭୟ ପକ୍ଷର ସେନା । ବର୍ତ୍ତମାନ ସୁଦ୍ଧା୧୫ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଥିଲା ।

Last Updated : Jul 17, 2022, 2:14 PM IST

ABOUT THE AUTHOR

...view details