ଓଡିଶା

odisha

ETV Bharat / bharat

ପଞ୍ଜାବ ସରକାରଙ୍କ ନୂଆ ଟିମ୍‌ ଗଠନ, ଚନ୍ନି କ୍ୟାବିନେଟରେ ୧୫ ମନ୍ତ୍ରୀ ସାମିଲ - punjab cabinet

ପଞ୍ଜାବରେ ଚରଣଜିତ ସିଂହ ଚନ୍ନିଙ୍କ ନେତୃତ୍ବାଧିନ ସରକାରର ହୋଇଛି ମନ୍ତ୍ରୀମଣ୍ଡଳ ଗଠନ । ପଞ୍ଜାବ ମନ୍ତ୍ରୀମଣ୍ଡଳର ୧୫ ଜଣ ଶପଥ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

ପଞ୍ଜାବ ସରକାରଙ୍କ ନୂଆ ଟିମ୍‌ ଗଠନ, ଚନ୍ନି କ୍ୟାବିନେଟରେ ୧୫ ମନ୍ତ୍ରୀ ସାମିଲ
ପଞ୍ଜାବ ସରକାରଙ୍କ ନୂଆ ଟିମ୍‌ ଗଠନ, ଚନ୍ନି କ୍ୟାବିନେଟରେ ୧୫ ମନ୍ତ୍ରୀ ସାମିଲ

By

Published : Sep 26, 2021, 10:24 PM IST

ଚଣ୍ଡିଗଡ: ପଞ୍ଜାବରେ ଚରଣଜିତ ସିଂହ ଚନ୍ନିଙ୍କ ନେତୃତ୍ବାଧିନ ସରକାରର ହୋଇଛି ମନ୍ତ୍ରୀମଣ୍ଡଳ ଗଠନ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଟିମ ଗଠନ ହୋଇଛି ।

ପଞ୍ଜାବ ସରକାରଙ୍କ କ୍ୟାବିନେଟରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ନିକଟତରଙ୍କୁ ମିଳିଛି ଜାଗା । ଏହା ସହିତ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ଅନେକ ବିରୋଧୀଙ୍କୁ କ୍ୟାବିନେଟରେ କରାଯାଇଛି ସାମିଲ । ରବିବାର ପଞ୍ଜାବ ମନ୍ତ୍ରୀମଣ୍ଡଳର ୧୫ ଜଣ ଶପଥ ଗ୍ରହଣ କରିଛନ୍ତି ।

କ୍ୟାବିନେଟରେ ସାମିଲ ବିଧାୟକ

ବ୍ରହ୍ମା ମହିନ୍ଦ୍ରା

ପଞ୍ଜାବର ପଟିଆଲାରୁ ଆସନ୍ତି ବ୍ରହ୍ମା ମହିନ୍ଦ୍ରା । ସେ ଅମରିନ୍ଦରଙ୍କ ଖାସ ବ୍ୟକ୍ତି । ପଞ୍ଜାବର ବଡ ହିନ୍ଦୁ ଚେହେରା ଭାବେ ପରିଚିତ ବ୍ରହ୍ମା ।

ଭାରତ ଭୂଷଣ ଆଶୁ

ଲୁଧିଆନାର ଭାରତ ଭୂଷଣ ଆଶୁ ପୁରୁଣା କଂଗ୍ରେସ ନେତା । ହିନ୍ଦୁ ଚେହେରା ଭାରତ ଭୂଷଣଙ୍କର ଯୁବ ସଂଗଠନକୁ ନେଇ ବେଶ ଦକ୍ଷତା ରହିଛି । ପଞ୍ଜାବ ସରକାରରେ ଖାଦ୍ୟ ଓ ଯୋଗାଣ ବିଭାଗ ସମ୍ଭାଳି ସାରିଛନ୍ତି ଭାରତ ଭୂଷଣ ଆଶୁ ।

ମନପ୍ରୀତ ସିଂ ବାଦଲ

ବାଦଲ ପରିବାରରୁ ବିଦ୍ରୋହ କରି କଂଗ୍ରେସରେ ଯୋଗ ଦେଇ ଅର୍ଥମନ୍ତ୍ରୀ ହୋଇଥିଲେ ମନପ୍ରୀତ ସିଂ ବାଦଲ । ଅମରିନ୍ଦର ସିଂଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଥିଲେ ମନପ୍ରୀତ। ହେଲେ ବର୍ତ୍ତମାନ ସେ ଚନ୍ନିଙ୍କ ସହ ଅଛନ୍ତି |

ତୃପ୍ତ ରାଜିନ୍ଦର ସିଂ ବାଜୱା

ସିଦ୍ଧୁଙ୍କୁ ସମର୍ଥନ କରି କ୍ୟାପ୍ଟେନଙ୍କ ବିରୋଧରେ ବିଦ୍ରୋହ କରିଥିଲେ ବାଜୱା । ସେ ବାଜୱା କ୍ୟାପ୍ଟେନଙ୍କ ନବରତ୍ନରେ ଜଣେ ଥିଲେ । ଏହାସହ ଶକ୍ତିଶାଳୀ କ୍ୟାବିନେଟ ମନ୍ତ୍ରୀ ରହିସାରିଛନ୍ତି ବାଜୱା ।

ରାଣା ଗୁରମିତ ସିଂହ

କ୍ୟାପ୍ଟେନ ସରକାରରେ ମନ୍ତ୍ରୀ ଥିଲେ ରାଣା ଗୁରମିତ ସିଂହ। ବିବାଦରେ ଛନ୍ଦି ହେବା ପରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ସେ କ୍ୟାପ୍ଟେନଙ୍କ ସମର୍ଥକ ରହିଥିଲେ ।

ଅରୁଣା ଚୌଧୁରୀ

ଦୀନାନଗର ବିଧାନସଭାରୁ ବିଧାୟକ ଅଛନ୍ତି ଅରୁଣା । ୪ ଥର ବିଧାୟକ ରହିସାରିଥିବା ଜୟମୁନୀ ଚୌଧୁରୀଙ୍କ ବୋହୂ ଅଟନ୍ତି ଅରୁଣା ।

ରଜିୟା ସୁଲତାନା

୩ ଥର ବିଧାୟକ ରହିସାରିଥିବା ରଜିୟା ପୁରୁଣା କଂଗ୍ରେସ ନେତା । ମଲେରକୋଟଲାରୁ ବିଧାୟକ ରଜିୟା ୨୦୧୮ ପର୍ଯ୍ୟନ୍ତ କ୍ୟାପ୍ଟେନ ସରକାରରେ ମନ୍ତ୍ରୀ ଥିଲେ । ସେ ଥିଲେ ମନ୍ତ୍ରୀମଣ୍ଡଳର ଜଣେ ମାତ୍ର ମୁସଲିମ ଚେହେରା ।

ABOUT THE AUTHOR

...view details