ଶ୍ରୀନଗର:ଜାତୀୟ ସଙ୍ଗୀତକୁ ଅସମ୍ମାନ । ଗତ ଜୁନ ମାସରେ ଶ୍ରୀନଗରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଗାନ କରାଯିବା ବେଳେ ଛିଡ଼ା ହୋଇ ନ ଥିବାରୁ 14 ଜଣଙ୍କୁ ଗିରଫ । ଏହି କାର୍ଯ୍ୟକ୍ରମରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ସମେତ ଜାମ୍ମୁ କାଶ୍ମୀରର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସେହିପରି ଡ୍ୟୁଟିରେ ଥାଇ ଦାୟିତ୍ୱହୀନତା ଦର୍ଶାଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ଶ୍ରୀନଗର ଜି -20 ଶିଖର ସମ୍ମିଳନୀରେ ସାମିଲ ହେଲେ ହିନା ଖାନ, କାଶ୍ମୀରକୁ ନେଇ କହିଲେ ଏଭଳି
ସୂଚନା ମୁତାବକ, ଜାମ୍ମୁ କାଶ୍ମୀର ପୋଲିସ ଦ୍ବାରା ୨୫ ଜୁନରେ ଆୟୋଜିତ 'ପେଡାଲ୍ ଫର୍ ଶାନ୍ତି' କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । କିନ୍ତୁ ସେଠାରେ କିଛି ଲୋକ ଠିଆ ହୋଇନଥିଲେ । ବର୍ତ୍ତମାନ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଗିରଫ କରାଯାଇଛି । ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, "ଜାମ୍ମୁ କାଶ୍ମୀର ପ୍ରଶାସନ ଜାତୀୟ ସଙ୍ଗୀତକୁ ଅପମାନିତ କରିଥିବାରୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।"