ଓଡିଶା

odisha

ETV Bharat / bharat

ବାର୍ଦ୍ଧକ୍ୟ ବେଳେ ବଞ୍ଚିବା ଆଶା, ଟିକା ନେଲେ ୧୨୫ ବର୍ଷୀୟ ବୃଦ୍ଧ - ଟିକା

ଦେଶରେ ଜାରି ରହିଥିବା କୋରୋନା ବିରୋଧି ଲଢେଇ ଟୀକାକରଣରେ ସାମିଲ ହେଲେ ୧୨୫ ବର୍ଷୀୟ ବୃଦ୍ଧ । ଅଧିକ ପଢନ୍ତୁ...

ଟିକା ନେଲେ ୧୨୫ ବର୍ଷୀୟ ବୃଦ୍ଧ ସ୍ବାମୀ  ଶିବାନନ୍ଦ
ଟିକା ନେଲେ ୧୨୫ ବର୍ଷୀୟ ବୃଦ୍ଧ ସ୍ବାମୀ ଶିବାନନ୍ଦ

By

Published : Nov 5, 2021, 1:17 PM IST

ଲକ୍ଷ୍ନୌ: ଟିକା ନେଲେ ୧୨୫ ବର୍ଷୀୟ ବୃଦ୍ଧ । ଉତ୍ତରପ୍ରଦେଶ ବାରଣାସୀର ସ୍ବାମୀ ଶିବାନନ୍ଦ ନାମକ ଜଣେ ୧୨୫ ବର୍ଷୀୟ ବୃଦ୍ଧ ଆଜି କୋରୋନା ଟିକା ନେଇଛନ୍ତି । ତେବେ ଟିକା ନେବା ପରେ ମଧ୍ୟ ସେ ସୁସ୍ଥ ଥିବା ଜଣାପଡିଛି । ଜୁନ୍ ୯ରେ ସେ ପ୍ରଥମ ଡୋଜ ନେଇଥିବା ବେଳେ ଚଳିତ ସପ୍ତାହରେ ସେ ଦ୍ବିତୀୟ ଡୋଜ ନେଇଛନ୍ତି । ତେବେ ଟିକା ନେବା ପରେ ଗଣମାଧ୍ୟମ ସାମ୍ନାରେ ସେ ଦୀର୍ଘ ବର୍ଷ ବଞ୍ଚି ରହିବାର ରହସ୍ୟ ଖୋଲିଛନ୍ତି । ପ୍ରତ୍ୟେକ ଦିନ ଯୋଗ ଅଭ୍ୟାସ କରିବା ସହ ସେ କମ୍ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ।

ତେବେ ଦେଶରେ ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ସ୍ବାମୀ ଶିବାନନ୍ଦ ସବୁଠାରୁ ବୟସ୍କ ବ୍ୟକ୍ତି ହୋଇଥିବା କୁହାଯାଇଛି । ଏନେଇ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୂଚନା ଦେଇଛି । ତେବେ ମେଡିକାଲ ଇନଚାର୍ଜ ଅଫିସର କହିଛନ୍ତି ଯେ ଆମେ ପ୍ରଥମେ ତାଙ୍କ ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲୁ । ଯେଉଁଥିରେ ତାଙ୍କର ଜନ୍ମ ତାରିଖ ୧୮୯୬ ମସିହା ଅଗଷ୍ଟ ୮ ତାରିଖ ଲେଖା ହୋଇଥିଲା ।

ତେବେ ସ୍ବାମୀ ଶିବାନନ୍ଦ ପଶ୍ଚିମବଙ୍ଗର ହୋଇଥିବା ବେଳେ ସେ ୪୦ ବର୍ଷ ହେବ ବାରାଣାସୀର ଭେଲୁପୁରର କବୀର ନଗର କଲୋନୀରେ ରହୁଛନ୍ତି ।

ABOUT THE AUTHOR

...view details