ଓଡିଶା

odisha

By

Published : Apr 7, 2021, 10:25 AM IST

Updated : Apr 7, 2021, 10:31 AM IST

ETV Bharat / bharat

ଦିନକରେ ଲକ୍ଷେ 15 ହଜାର ଟପିଲା ଦୈନିକ ସଂକ୍ରମଣ, 630 ମୃତ

ଡରାଉଛି କୋରୋନା । କୋରୋନାର ଦ୍ବିତୀୟ ଲହରୀରେ ଆସିଲା ସର୍ବାଧିକ ସଂକ୍ରମଣ ରିପୋର୍ଟ । ସଂକ୍ରମଣ କମ ନେଇ ଅନେକ ରାଜ୍ୟରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ । ଅଧିକ ପଢନ୍ତୁ...

ଦେଶରେ ଦିନକରେ 1 ଲକ୍ଷ 15 ହଜାର ଟପିଲା ସଂକ୍ରମଣ, 630 ମୃତ
ଦେଶରେ ଦିନକରେ 1 ଲକ୍ଷ 15 ହଜାର ଟପିଲା ସଂକ୍ରମଣ, 630 ମୃତ

ନୂଆଦିଲ୍ଲୀ: ଗତବର୍ଷ ସାମଗ୍ର ବିଶ୍ବରେ ବ୍ୟାପିଥିବା ମହାମାରୀ ଦ୍ବାରା ଭାରତ ମଧ୍ୟ ବେଶ ପ୍ରଭାବିତ ହୋଇଥିଲା । କିନ୍ତୁ ଦୈନିକ ସଂକ୍ରମଣରେ ଚଳିତବର୍ଷ 2020କୁ ମାତ ଦେଇଛି । ଆରମ୍ଭ ହୋଇଥିବା କୋରୋନାର ଦ୍ବିତୀୟ ଲହରୀରେ ଲଗାତାର 2 ଥର ହେବ 1 ଲକ୍ଷ ପାର କରିଛି କୋରୋନା ସଂକ୍ରମଣ ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଦେଶରେ ଗତ 24 ଘଣ୍ଟାରେ ଆସିଛି 1 ଲକ୍ଷ 15 ହଜାର 763ଟି ପଜିଟିଭ ରିପୋର୍ଟ । ଯେଉଁଥିରେ 630 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ସେହିପରି ଦିନକରେ 59 ହଜାର 856 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା 1 କୋଟି 28 ଲକ୍ଷ ପାର କରିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 66 ହଜାର 177ରେ ପହଞ୍ଚିଛି ।

ଏଥିରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ 1 କୋଟି 17 ଲକ୍ଷ 92 ହଜାର 135ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଥିବାବେଳେ, ବର୍ତ୍ତମାନ 8 ଲକ୍ଷ 43 ହଜାର 473 ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି । ତେବେ ଏବେ ଯାଏଁ 8 କୋଟି 70 ଲକ୍ଷ 77 ହଜାର 474 ଜଣ କୋଭିଡ ଟିକା ନେଇ ସାରିଛନ୍ତି ।

Last Updated : Apr 7, 2021, 10:31 AM IST

ABOUT THE AUTHOR

...view details