ବେଙ୍ଗାଲୁରୁ:ଆଖି ବୁଜି ସାରିଥିଲା ମା’, ହେଲେ ଏକଥା ଜାଣିନଥିଲା ୧୧ ବର୍ଷୀୟ ପୁଅ । ଗୋଟିଏ କୋଠରୀରେ ମା’ର ମୃତଦେହ ସହ ଦୁଇ ଦିନ ରହିଲା । ନିଜ ମା’ ଶୋଇଥିବା ଭାବି ବାଳକ ଜଣକ ଅତି ସ୍ବାଭାବିକ ଭାବେ ମୃତଦେହ ସହ ଦୁଇଦିନ କାଟିଛି । ଦୀର୍ଘ ଦୁଇ ଦିନ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡିବା ପରେ ବାଳକଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ସହ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଛନ୍ତି । ଏପରି ଏକ ଆଶ୍ଚର୍ଯ୍ୟ ଚକିତ କରିବା ପରି ଘଟଣା ବେଙ୍ଗାଲୁରୁ ସହରରେ ଦେଖିବାକୁ ମିଳିଛି ।
ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ସହରର ଗଙ୍ଗାନଗରର ଅଞ୍ଚଳରେ ଅନମ୍ମା ନାମକ ଏହି ମହିଳା ନିଜର ୧୧ ବର୍ଷୀୟ ପୁଅଙ୍କ ସହ ରହୁଥିଲେ । ସେ ଜଣେ ଦୈନିକ ମଜୁରିଆ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ । ଫେବୃଆରୀ ୨୫ ରେ କୌଣସି କାରଣବଶତଃ ମହିଳାଙ୍କର ମୃତ୍ୟୁ ହୋଇଥିଲା । ସେ ଶୋଇଥିବା ଅବସ୍ଥାରେ ହିଁ ଆଖି ବୁଜିଥିଲେ । ତାଙ୍କର ୧୧ ବର୍ଷୀୟ ପୁଅ ମା’ର ମୃତ୍ୟୁ ହୋଇସାରିଥିବା ଜାଣିପାରିନଥିଲା । ପ୍ରତିଦିନ ପରି ମା ଶୋଇଥିବା ଭାବି ଅତି ସ୍ବାଭାବିକ ଭାବେ ବାଳକଜଣଙ୍କ ମୃତଦେହ ସହ ଦୁଇଦିନ କାଟିଥିଲା । ମା’ ନିଦରୁ ଉଠିନଥିବା ଓ ରୋଷଇ ନକରିବା କାରଣରୁ ସେ ପଡୋଶୀ ଘରକୁ ଖାଇବା ପାଇଁ ଯାଇଥିଲେ । ମା ରୋଷେଇ କରିନଥିବା କହି ପଡୋଶୀ ଘରେ ରାତ୍ରିଭୋଜନ ପୁଣି ବାଳକଜଣଙ୍କ ଘରକୁ ଫେରିଆସି ମା’ର ମୃତଦେହ ନିକଟରେ ଶୋଇ ମଧ୍ୟ ପଡିଥିଲା ।