ଓଡିଶା

odisha

ETV Bharat / bharat

100-Hour Gun Battle: 100 ଘଣ୍ଟା ଧରି ଚାଲିଛି ଅପରେସନ, ଜାଣନ୍ତୁ କ’ଣ ରହିଛି ଆହ୍ବାନ

ଅନନ୍ତନାଗରେ ଶୁକ୍ରବାର ସଂଧ୍ୟାରୁ ଆରମ୍ଭ ହୋଇଥିବା ଆତଙ୍କୀ ଅପରେସନକୁ 100 ଘଣ୍ଟା ବିତିଛି, ହେଲେ ଏବେବି ଜାରି ରହିଛି ଗୁଳି ବିନିମୟ । ଆତଙ୍କୀଙ୍କୁ ବଞ୍ଚାଇବାକୁ ପାକିସ୍ତାନ ପଟୁ ହେଉଛି କଭର ଫାଏର । ଅଧିକ ପଢ଼ନ୍ତୁ

100-hour gunbattle: 100 ଘଣ୍ଟା ଧରି ଚାଲିଛି ଅପରେସନ, ଜାଣନ୍ତୁ କଣ ରହିଛି ଆହ୍ବାନ
100-hour gunbattle: 100 ଘଣ୍ଟା ଧରି ଚାଲିଛି ଅପରେସନ, ଜାଣନ୍ତୁ କଣ ରହିଛି ଆହ୍ବାନ

By ETV Bharat Odisha Team

Published : Sep 17, 2023, 4:55 PM IST

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ବୁଧବାରଠାରୁ ଜାରି ରହିଥିବା ଆତଙ୍କୀ ନିରୋଧୀ ଅପରେସନରେ ଦୀର୍ଘ 100 ଘଣ୍ଟା ବିତିଥିଲେ ମଧ୍ୟ ଶେଷ ହୋଇନାହିଁ । 2 ସେନାଧିକାରୀ ଓ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ମୋଟ 4 ଜଣ ସୁରକ୍ଷାକର୍ମୀ ଆତଙ୍କୀଙ୍କ ଗୁଳିରେ ଶହୀଦ ହେବା ପରେ ଆରମ୍ଭ ହୋଇଥିବା ଏହି ଅପରେସନ ଆଜି କ୍ରମାଗତ 5 ଦିନରେ ପହଞ୍ଚିଛି । ତେବେ ଉକ୍ତ ଅଞ୍ଚଳରେ ଲୁଚି ରହିଥିବା ଆତଙ୍କୀଙ୍କୁ ଭାରତୀୟ ସେନାର ଗୁଳିରୁ ବଞ୍ଚାଇବା ପାଇଁ ପାକିସ୍ତାନ ମଧ୍ୟ ପ୍ରୟାସ କରୁଛି । ଆତଙ୍କବାଦୀଙ୍କ ପାଇଁ କଫର ଫାଏର କରି ଅପରେସନରେ ନିୟୋଜିତ ଭାରତୀୟ ସେନାକୁ ଲକ୍ଷ୍ୟଭ୍ରଷ୍ଟ କରିବାକୁ ପ୍ରୟାସ କରିଛି ପାକିସ୍ତାନ ସେନା । ତେବେ ନିକଟ କିଛି ବର୍ଷରେ ଘାଟିରେ ଏତେବଡ ଆତଙ୍କୀ ଅପରେସନ କେବେ ଦେଖିବାକୁ ମିଳିନଥିଲା ।

ସେପ୍ଟେମ୍ବର 13 ତାରିଖ(ବୁଧବାର) ଏହି ଅପରେସନ ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ସେନାର ଦୁଇ ଓ ଜଣେ ପୋଲିସର ବରିଷ୍ଠ ଅଧିକାରୀ ଶହୀଦ ହୋଇଥିଲେ । ପରେ ଅନ୍ୟ ଜଣେ ପୋଲିସ ଯବାନ ମଧ୍ୟ ଶହୀଦ ହୋଇଥିଲେ । ଏବେ ସୁଦ୍ଧା ଶହୀଦଙ୍କ ସଂଖ୍ୟା 4ରେ ପହଞ୍ଚିଛି । ଶୁକ୍ରବାର ପୋଲିସ ଅନ୍ୟ ଜଣେ ନିଖୋଜ ସୈନିକଙ୍କ ମୃତଦେହ ଠାବ ହେବା ପରେ ଅନନ୍ତନାଗ ଏନକାଉଣ୍ଟରରେ ଶହୀଦ ସଂଖ୍ୟା 4କୁ ବୃଦ୍ଧି ପାଇଛି । କଲୋନେଲ ମନପ୍ରୀତ ସିଂ, ମେଜର ଆଶିଷ ଧୋନାକ ଏବଂ କାଶ୍ମୀର ପୋଲିସର ଡିଏସ୍‌ପି ହୁମାୟୁନ ଭଟ୍ଟ ବୁଧବାର ଶହୀଦ ହୋଇଥିଲେ । ପରେ ଅନ୍ୟ ଜଣେ ନିଖୋଜ ଯବାନଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :-ପାକିସ୍ତାନର ହୀନ ଉଦ୍ୟମ: ଭାରତ ସୀମାରେ ଆତଙ୍କୀକୁ ବଞ୍ଚାଇବାକୁ କଭର ଫାୟାର ଦେଇଥିଲା ପାକ୍ ସେନା

ଏହା ପରେ ଆତଙ୍କବାଦୀ ଏକ ବଡ଼ ଆତଙ୍କୀ ଆକ୍ରମଣ ଯୋଜନାରେ ପୁରା ପ୍ରସ୍ତୁତିରେ ଥିବା ସେନା ଅବଗତ ହେବା ପରେ ଅପରେସକୁ ବ୍ୟାପକ କରାଯାଇଥିଲା । ଅନନ୍ତନାଗର ଦୁର୍ଗମ ପାହାଡିଆ ଓ ଜଙ୍ଗଲିଆ ଘାଟିରେ ପାକିସ୍ତାନ ପ୍ରୋତ୍ସାହିତ ଆତଙ୍କବାଦୀମାନେ ଅତ୍ୟାଧୁନିକ ଅସ୍ତଶସ୍ତ୍ର ସହ ଲୁଚି ରହିଛନ୍ତି । ସେନା ଉକ୍ତ ସ୍ଥାନରେ ଡ୍ରୋନ୍‌ରେ ଗୁଳି ବର୍ଷା ଜାରି ରଖିବା ସହ ହେଲିକପ୍ଟରରେ ସର୍ଭିଲନାନ୍ସ ମଧ୍ୟ ଜାରି ରଖିଛି । ପ୍ରବଳ ଗୁଳି ବିନିମୟ ଜାରି ରହିଛି । ହେଲେ ପାକିସ୍ତାନ ସୀମାକୁ ଲାଗିଥିବା ଏହି ଅଞ୍ଚଳରେ ଆତଙ୍କବାଦୀଙ୍କୁ ବଞ୍ଚାଇବା ପାଇଁ ପାକିସ୍ତାନ ସେନା ମଧ୍ୟ କଭର ଫାଏର କରିଥିବା ବରିଷ୍ଠ ସେନାଧିକାରୀ କମାଣ୍ଡର ବ୍ରିଗେଡିୟର ପିଏମଏସ ଧିଲନ ସ୍ପଷ୍ଟ କରିଛନ୍ତି । ଅନୁପ୍ରବେଶ ଉଦ୍ୟମ କରିଥିବା 3 ଆତଙ୍କୀଙ୍କ ମଧ୍ୟରୁ 2 ଜଣଙ୍କୁ ନିପାତ କରାଯାଇସାରିଛି । ଏବେ ଆଉ କେତେ ସଂଖ୍ୟକ ଆତଙ୍କବାଦୀ ଉକ୍ତ ସ୍ଥାନରେ ଆତ୍ମଗୋପନ କରିଛନ୍ତି ସେ ନେଇ କିଛି ସ୍ପଷ୍ଟ ହୋଇନି । ଅପରେସନ ଜାରି ରହିଛି । ପର୍ଯ୍ୟାପ୍ତ ଫୋର୍ସଙ୍କ ସହ ହେଲିକପ୍ଟର, ଡ୍ରୋନ୍‌ ମଧ୍ୟ ଅପରେସନରେ ବ୍ୟବହାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details