ହାଇଦ୍ରାବାଦ:ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ବହୁମତ ପାଇ ଭାରତୀୟ ଜନତା ପାର୍ଟିକୁ କ୍ଷମତାରୁ ହଟାଇବାରେ ସଫଳ ହୋଇଛି ଆମ ଆଦମୀ ପାର୍ଟି (AAPs Claimed Against BJP)। ହେଲେ ଆମ ଆଦମୀ ପାର୍ଟିର କାଉନସିଲରଙ୍କୁ କିଣିବା ପାଇଁ ଘୋଡା ବେପାର ପ୍ରୟାସ କରୁଛି ଭାରତୀୟ ଜନତା ପାର୍ଟି । ଏପରିକି 10 କାଉନସିଲରଙ୍କୁ କିଣିବା ପାଇଁ ପ୍ରାୟ 100 କୋଟିର ପ୍ରଲୋଭନ ଆସିଥିବା ଅଭିଯୋଗ କରିଛନ୍ତି ଆପର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ।
ଆଜି ଏକ ପ୍ରେସମିଟରେ ସଞ୍ଜୟ ଅଭିଯୋଗ କରିଛନ୍ତି, ଫଳାଫଳ ପରେ ବିଜେପି ତାର କିଣାବିକା ଖେଳ ଆରମ୍ଭ କରିସାରିଛି (100 Crore To Buy 10 Delhi councillors )। କାଉନସିଲରଙ୍କୁ କିଣିବା ପାଇଁ ପ୍ରୟାସ ଆରମ୍ଭ କରିସାରିଛି ଭାରତୀୟ ଜନତା ପାର୍ଟି । ଏନେଇ 3 କାଉନସିଲର ପାର୍ଟିକୁ ଅବଗତ କରିଛନ୍ତି । ବିଜେପି ସଂଖ୍ୟା ବହୁମତ ଠାରୁ 30ସିଟ କମ ପାଇଛି । ସେହିପରି ସେମାନେ ଗତ ନିର୍ବାଚନ ଠାରୁ 80 ସିଟରେ ପରାଜିତ ହୋଇଛନ୍ତି । ତେବେ ଅର୍ଥବଳ ଓ କ୍ଷମତା ପ୍ରୟୋଗ କରି ବିଜେପି କାଉନସିଲ ଗଠନ କରିବା ପାଇଁ ଘୋଡା ବେପାର ଆରମ୍ଭ କରିଛି । 10 କାଉନସିଲରଙ୍କୁ କିଣିବା ପ୍ରାୟ 100 କୋଟିର ପ୍ରଲୋଭନ ମିଳିଥିବା ସଞ୍ଜୟ ଅଭିଯୋଗ କରିଛନ୍ତି ।