ମୁମ୍ବାଇ:ଗାଧୁଆ ଘରେ ଦୀର୍ଘ ୫ ଦିନ ଧରି ଫସି ରହିଲା ୧୦ ବର୍ଷର ଝିଅ । ବିଦ୍ୟୁତ ଶୁଳ୍କ ନେବାକୁ ଆସିଥିବା ଅଧିକାରୀଙ୍କ ଯୋଗୁଁ ବଞ୍ଚି ଯାଇଛି ନାବାଳିକାର ଜୀବନ । ଅଭିଯୁକ୍ତ ଦମ୍ପତି ଏହି ଝିଅଟିକୁ ଘର କାମ ପାଇଁ ଆଣିଥିବା ବେଳେ ଏଭଳି ଅବସ୍ଥାରେ ବନ୍ଦୀ କରି କୌଣସି କାମକୁ ଯାଇଥିବା ଜଣାପଡ଼ିଛି । ପୋଲିସ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏଭଳି ଘଟଣା ମହାରାଷ୍ଟ୍ର ନାଗପୁରଠାରେ ଘଟିଛି ।
ମିଳିଥିବା ସୂଚନା ଅନୁସାରେ ନାବାଳିକାକୁ ପୋଲିସ ଉଦ୍ଧାର କରିବା ସମୟରେ ତା ଶରୀରର ଏକାଧିକ ସ୍ଥାନରେ କ୍ଷତ ରହିଥିଲା । ନାଗପୁର ପୋଲିସ ଡିସିପି ବିଜୟକାନ୍ତ ସାଗରଙ୍କ କହିବା ଅନୁସାରେ ଅଭିଯୁକ୍ତ ଦମ୍ପତି ନାବାଳିକାକୁ ଘରେ ତାଲା ପକାଇ କୌଣସି ଏକ କାମରେ ଚାଲିଯାଇଥିଲେ । ଅର୍ଥବ ନଗରୀ ବେସା-ପିପଲା ରୋଡ ନିକଟରେ ଥିବା ଦମ୍ପତିଙ୍କ ଘରେ କାମ କରୁଥିବା ଏହି ଝିଅଟି ଦୀର୍ଘ ୫ ଦିନ ଫସି ରହିଥିଲା । ଅଭିଯୁକ୍ତ ଦମ୍ପତି ନାବାଳିକାକୁ ଗାଧୁଆ ଘରେ ତାଲା ପକାଇବା ସହ ଖାଦ୍ୟ ଆକାରରେ ପାଉଁରୁଟି ଦେଇ ଯାଇଥିଲେ ।
ଏହା ବି ପଢନ୍ତୁ- ଶ୍ରେଣୀଗୃହରେ ଛାତ୍ରୀଙ୍କୁ ତାଲା ପକାଇଲେ ସ୍କୁଲ କର୍ତ୍ତୃପକ୍ଷ, 4 ଘଣ୍ଟା ପରେ ହେଲେ ଉଦ୍ଧାର