ଭୋପାଳ:ଚମ୍ବଲ ନଦୀ କୂଳରେ ଜଣେ 10 ବର୍ଷୀୟ ବାଳକ ଖେଳୁଥିବା ବେଳେ ଘଟିଲା ଅଘଟଣ । ଛକି ବସିଥିବା କୁମ୍ଭୀର ବାଳକ ଉପରକୁ ଆକ୍ରମଣ କରି ଗିଳି ଦେଇଥିଲା । ସେହି କୁମ୍ଭୀରକୁ ଜାଲ ପକାଇ ଧରି ପେଟ ଭିତରୁ ପୁଅକୁ ଜୀବିତ ବାହାର କରିବା ପାଇଁ ଚେଷ୍ଟା କରିଥିଲେ ଗାଁ ଲୋକେ । ହେଲେ ବାଳକଟିର ମୃତଦେହ ଉଦ୍ଧାର ହେଲା । କୁମ୍ଭୀର ପେଟରୁ ନୁହେଁ ନଦୀରୁ । ଏଭଳି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ସୈପୁର ଅଞ୍ଚଳରେ ଘଟିଛି ।
ଖେଳୁଥିବାବେଳେ ଆକ୍ରମଣ କଲା କୁମ୍ଭୀର...
ଚମ୍ବଲ ନଦୀ କୂଳରେ ଜଣେ ୧୦ ବର୍ଷର ନାବାଳକ ଖେଳୁଥିବାବେଳେ କୁମ୍ଭୀର ହାବୁଡରେ ପଡିଥିଲା । କୁମ୍ଭୀରଟି ବାଳକଟିକୁ ଗିଳି ଦେବା ପରେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ବାଳକଟିକୁ କୁମ୍ଭୀର ମଝି ନଈକୁ ଟାଣି ନେବା ପରେ ସେଠାରେ ଉପସ୍ଥିତ ଥିବା ଲୋକ ତାଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଘଟଣାସ୍ଥଳରେ ପହଞ୍ଚି ଜାଲ ବିଛାଇ ଓ ବାଡ଼ି ସାହାଯ୍ୟରେ କୁମ୍ଭୀରଟିକୁ ଧରିବାରେ ସମର୍ଥ ହୋଇଥିଲେ । ପିଲାକୁ କୁମ୍ଭୀର ପେଟରୁ ଜୀବନ୍ତ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଲେ ବାଳକଟିର ମୃତଦେହ କୁମ୍ଭୀର ପେଟରୁ ନୁହେଁ ନଦୀରୁ ଉଦ୍ଧାର ହୋଇଥିଲା ।
ପିଲା ବଞ୍ଚିଥିବା ନେଇ ଦାବି କରିଥିଲେ ଗ୍ରାମବାସୀ..