ଭୁବନେଶ୍ବର: ସାଧାରଣତଃ ଫିଲ୍ମ ତାରକାଙ୍କୁ ସଭିଏଁ ନିଜର ଆଦର୍ଶ ମାନିଥାନ୍ତି, ତାଙ୍କ ଷ୍ଟାଇଲକୁ ଅନୁକରଣ କରିଥାନ୍ତି । ତେବେ ରିଲ୍ ଲାଇଫର ସୁନ୍ଦରୀ ହିରୋଇନ ସାଜିଛନ୍ତି ରିଅଲ ଲାଇଫ ହିରୋଇନ । ନିଜର ବିବାହ ବାର୍ଷିକୀରେ ଏକ ବଡ ଓ ମହତ୍ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ଓଲିଉଡର ଚୁଲୁବୁଲି ନାୟିକା ପିଙ୍କି ପ୍ରଧାନ । ମୃତ୍ୟୁ ପରେ ଅଙ୍ଗଦାନ କରିବାକୁ ପିଙ୍କି ଓ ତାଙ୍କ ସ୍ବାମୀ ଆଜି ବିଧିବଦ୍ଧ ଭାବେ ସ୍ବୀକୃତି ପ୍ରଦାନ କରିଛନ୍ତି ।
ବିବାହ ବାର୍ଷିକକୁ ଭିନ୍ନ ଏବଂ ମହତ ଢଙ୍ଗରେ ପାଳନ କରିବା ପାଇଁ ଅଭିନେତ୍ରୀ ଓ ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କର ସ୍ବାମୀ କର୍ନେଲ ସବ୍ୟସାଚୀ ଦାଶ ଆଜି ଏନେଇ ବିଧିବଦ୍ଧ ଭାବରେ କ୍ୟାପିଟାଲ ହସ୍ପିଟାଲରେ ଫର୍ମ ପୁରଣ କରି ସ୍ବୀକୃତି ଦେଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଏନେଇ ଅଙ୍ଗଦାନର ଫର୍ମ ନମ୍ବର ୭ ପୂରଣ କରି ନିଜର ସହମତି ପ୍ରଦାନ କରିଛନ୍ତି । ଏହା ଛଡ଼ା ସେମାନେ ରକ୍ତଦାନ ମଧ୍ୟ କରିଛନ୍ତି । ଦେଶରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଅଙ୍ଗରୋପଣ ପାଇଁ ଅପେକ୍ଷା କରିଥିବା ବେଳେ ଡୋନରଙ୍କ ସଂଖ୍ୟା ବହୁତ କମ ରହିଛି । ମାତ୍ର ୫୦ ହଜାର ଲୋକମାନେ ଅଙ୍ଗ ଦାନ କରିବା ପାଇଁ ପ୍ରତିବଦ୍ଧ ଥିବା ବେଳେ ଓଡିଶାରେ ୧୫ ଜଣ ଲୋକ ନିଜର ଅଙ୍ଗଦାନ କରିପାରିଛନ୍ତି । ତେବେ ଜନ୍ମଦିନ , ବିବାହ ବର୍ଷିକୀ ବା କୌଣସି ଶୁଭ କାର୍ଯ୍ୟରେ ଲୋକମାନଙ୍କୁ ଅଙ୍ଗ ଦାନ କରିବା ପାଇଁ ଅନୁରୋଧ କରିବା ସହ ରକ୍ତ ଦାନ କରିବାକୁ ପିଙ୍କି ପରାମର୍ଶ ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ ...ଖରାଦିନେ ବ୍ଲଡ ବ୍ୟାଙ୍କରେ ରକ୍ତ ଅଭାବ, ଯୁବବର୍ଗଙ୍କୁ ରକ୍ତଦାନ ପାଇଁ ପ୍ରଶାସନର ଅପିଲ୍ - Blood Crisis In Summer Time