ବୌଦ୍ଧ:ଚୈତ୍ର ମାସର ପ୍ରସିଦ୍ଧ ଦଣ୍ଡନାଚ ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ । ଚୈତ୍ରମାସ ବା ଦେବୀ ମାସରେ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମାଆ ଆଦିଶକ୍ତିଙ୍କ ଯାତ୍ରା ଉଭୟ ପୁରୁଷ ଓ ମହିଳା ଶ୍ରଦ୍ଧାଳୁଙ୍କ ଦ୍ବାରା ସମ୍ପନ୍ନ ହୋଇଥାଏ । ଏହି ଯାତ୍ରାରେ ଶତାଧିକ ଭକ୍ତ ସାମିଲ ହୋଇଥାନ୍ତି । ବହୁ ମାନସିକଧାରୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ଅଟେ ଏହି ଦଣ୍ଡନାଚ ।
ବୌଦ୍ଧ ଜିଲ୍ଲାର ଏହି ଏକମାତ୍ର ଶକ୍ତିପୀଠରୁ ଦେବୀଙ୍କ ଘଟ ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥାଏ । ସବୁଠି ବେଶ ଧୁମଧାମରେ ମାଆଙ୍କ ପୂଜାର୍ଚ୍ଚନା କରାଯାଏ । ତେବେ ମାନସିକଧାରୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ହୋଇ ରହି ଆସିଛି ଏହି ଦଣ୍ଡନାଚ । ଏହି ଦଣ୍ଡନାଚରେ ବ୍ୟବହୃତ ଷୋହଳ ଖାଡି ପାରମ୍ପରିକ ବାଦ୍ୟ ମଧ୍ୟରେ ଷୋହଳ ସୁଆଙ୍ଗ ନୃତ୍ୟ ବେଶ ଆକର୍ଷଣୀୟ । ପୁରାତନ କାଳରେ ବୌଦ୍ଧ ଜିଲ୍ଲା ବୌଦ୍ଧ ଧର୍ମରେ ବେଶ ପ୍ରଭାବ ହୋଇଥିବା ବେଳେ ସୋମବଂଶୀ ଶାସକଙ୍କ ଦ୍ୱାରା ଶୈବ ଧର୍ମର ବ୍ୟାପକ ପ୍ରସାର ଉଦ୍ଦେଶ୍ୟରେ ଏହି ଦଣ୍ଡନାଚର ଅୟମାରମ୍ଭ କରାଯାଇଥିଲା ।
ଏହାମଧ୍ୟ ପଢନ୍ତୁ.. ବୌଦ୍ଧରେ ଜମୁଛି ଧୂଳି ଦଣ୍ଡ, ପଖାଳଖିଆ ଗୀତରେ କମ୍ପୁଛି ଗାଁ ଦାଣ୍ଡ - Danda Yatra