ଓଡିଶା

odisha

ରାଜ୍ୟବ୍ୟାପି ବିଜୁ ପଟ୍ଟନାୟକଙ୍କ 27ତମ ପୂଣ୍ୟତିଥି ପାଳିତ, ଭୂମିପୁତ୍ରକୁ ଝୁରୁଛି ରାଜ୍ୟ - Biju Pattnaik Death Anniversary

By ETV Bharat Odisha Team

Published : Apr 17, 2024, 3:37 PM IST

Updated : Apr 17, 2024, 4:32 PM IST

Biju Pattnaik 27th Death Anniversary: ମନେ ପଡ଼ନ୍ତି ବିଜୁ ବାବୁ । ଝଡ଼ର ଇଗଲଙ୍କୁ ଝୁରୁଛି ଓଡ଼ିଶା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର 27ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

Biju Pattnaik 27th Death Anniversary
Biju Pattnaik 27th Death Anniversary

Biju Pattnaik 27th Death Anniversary

ଭବାନୀପାଟଣା/ ନିଆଳି/ ଯାଜପୁର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୨୭ ତମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ଓଡିଶାର ବିଭିନ୍ନ ସ୍ଥାନରେ ବିଜୁ ପଟ୍ଟନାୟକଙ୍କର ସ୍ମୃତିଚାରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ କୋରେଇ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଯାଇଛି । କୋରେଇ ବିଧାୟକ ଅଶୋକ ବଳ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ । ପ୍ରଥମେ ନହକା ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୁ ବାବୁଙ୍କୁ ସମସ୍ତେ ମନେ ପକାଇବା ସହ ତାଙ୍କ କାର୍ଯ୍ୟଧାରା ଓ ଦକ୍ଷତା ଉପରେ ଆଲୋଚନା କରିଥିଲେ ।

ସେହିପରି ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ବିଜେଡି ପକ୍ଷରୁ ତିଳ ତର୍ପଣ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସଭା ସାଂସଦ ସୁଜିତ୍ କୁମାର, କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ,ଭବାନୀପାଟଣା ବିଧାୟକ ପ୍ରାର୍ଥୀ ଲଳିତା ନାଏକ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କ ସମେତ ସମସ୍ତ ବିଜେଡି କର୍ମୀ ଓ ନେତା ସାମିଲ ହୋଇ ଭବାନୀପାଟଣା ସହରର ପୁରୁଷୋତ୍ତମ ସାଗର ଠାରେ ପୂଜାର୍ଚ୍ଚନା ପରେ ତିଳତର୍ପଣ ଦାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହାପରେ ମେଡିକାଲ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ ବିଜୁ କର୍ମୀ ଓ ନେତା ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ମାନିବା ଓ ଲୋକ ସେବାରେ ନିଜକୁ ଉସର୍ଗିକୃତ କରିବା ନେଇ ଶପଥ ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ବିଜୁ ପଟ୍ଟନାୟକଙ୍କ 24ତମ ଶ୍ରାଦ୍ଧ ବାର୍ଷିକ ପାଳିତ

ଅନ୍ୟପଟେ ପୁଣ୍ୟତୋୟା ପ୍ରାଚୀ ନଦୀର ତ୍ରିବେଣୀ ତିଥିରେ ବିଜୁପ୍ରେମୀ ମାନେ ଏକାଠି ହୋଇ ବିଜୁବାବୁଙ୍କ ଆତ୍ମାର ସଦଗତି ପାଇଁ ଶ୍ରଦ୍ଧା ସୁମନ ପୂର୍ବକ ତିଳର୍ତପଣ କରିଥିଲେ । ଏଥିରୁ ଜୟଦେବ ନିର୍ବାଚନ ମଣ୍ଡଳୀର ଶହ ଶହ ସଂଖ୍ୟାର ବିଜୁ ପ୍ରେମୀ ସାମିଲ ହୋଇଥିବା ବେଳେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜୟଦେବ ନିର୍ବାଚନ ମଣ୍ଡଳୀ ବିଜେଡି ପ୍ରାର୍ଥୀ ନବକିଶୋର ମଲ୍ଲିକ, ବାଲିପାଟଣା ଓ ବାଲିଅନ୍ତା ବ୍ଲକ ବିଜେଡି ସାଙ୍ଗଠନିକ ଦାୟିତ୍ବରେ ଥିବା ଚନ୍ଦନ ପାତ୍ର ଜିଲ୍ଲା ପରିଷଦ ସଭ୍ୟ ପବିତ୍ର ମୋହନ ପଟେଲ, ବାଲିପାଟଣା ବ୍ଲକ ଅଧ୍ୟକ୍ଷା ହରପ୍ରିୟା ଦାଶ, ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ବାଲିଅନ୍ତା ବ୍ଲକ ବିଜେଡି ସଭାପତି ପ୍ରନ୍ଦିପ୍ତ ଜେନାମଣି, ଆତ୍ମାର ଅଧ୍ୟକ୍ଷ ଶରତ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ବିଜୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପା ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜଳନ କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି/ ନିଆଳି/ ଯାଜପୁର

Last Updated : Apr 17, 2024, 4:32 PM IST

ABOUT THE AUTHOR

...view details