Municipal Election: ଧାଡିରେ ଛିଡା ହୋଇ ଭୋଟ ଦେଲେ ପାଣ୍ଡିଆନ ଦମ୍ପତି - ମତଦାନ କଲେ ଭିକେ ପାଣ୍ଡିଆନ
🎬 Watch Now: Feature Video
ଭୁବନେଶ୍ବର: ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ଭୋଟିଂ । ନେତା ବାଛୁଛନ୍ତି ସହରବାସୀ । ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ୫ଟି ସଚିବ ଭିକେ ପାଣ୍ଡିଆନ ୪୬ ନଂ ୱାର୍ଡରେ ନିଜର ମତସାବ୍ୟସ୍ତ କରିଛନ୍ତି । ପାଣ୍ଡିଆନଙ୍କ ସହ ତାଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତିକେୟ ପାଣ୍ଡିଆନ ମଧ୍ୟ ମତଦାନ କରିଛନ୍ତି । ଏହି ପାଣ୍ଡିଆନ ଦମ୍ପତି ୟୁନିଟ ୬ ସରକାରୀ ଉଚ୍ଚ ବିଦ୍ୟାଳୟ ୪୮୩ ନମ୍ବର ବୁଥରେ ଭୋଟ ଦେଇଛନ୍ତି । ସେମାନେ ସାଧାରଣ ଭୋଟରଙ୍କ ସହ ଧାଡିରେ ଛିଡା ହୋଇ ନିଜର ମତଦାନ କରିଥିବାର ଦେଖାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Feb 3, 2023, 8:20 PM IST