ଶିବଙ୍କ ଲିଙ୍ଗରୁ ବାହାରୁଛି କ୍ଷୀର ! - ଶିବଙ୍କ ଲିଙ୍ଗରୁ ବାହାରୁଛି କ୍ଷୀର
🎬 Watch Now: Feature Video
ବଲାଙ୍ଗୀର: ଆରମ୍ଭ ହୋଇଛି ଶ୍ରାବଣ ମାସ । ଯେଉଁଥିରେ ଶୈବ ଭକ୍ତ କାଉଡ଼ିଆ ବେଶରେ ଭଗବାନ ଶିବଙ୍କୁ ପାଣି ଲାଗି କରିବା ପାଇଁ ଯାତ୍ରା ଆରମ୍ଭ କରିଥାନ୍ତି । ତେବେ ଏଭଳି ସମୟରେ ବଲାଙ୍ଗୀରର ଏକ ଶିବ ମନ୍ଦିରରେ ଘଟିଛି କିଛି ଅଲୌକିକ ଘଟଣା । ଯାହାକୁ ନେଇ ମନ୍ଦିରରେ ଏଥିପାଇଁ ପ୍ରବଳ ଭିଡ଼ ଲାଗିଛି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁସଂଗ ଗ୍ରାମରେ ଥିବା କୁସଙ୍ଗେଇ ମନ୍ଦିରରେ ଥିବା ଭଗବାନ ଶିବଙ୍କ ଲିଙ୍ଗରୁ ଆପେ ଆପ୍ରେ କ୍ଷୀର ଝରୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ୍ ହେବା ପରେ ଏହି ମନ୍ଦିରରେ ପ୍ରବଳ ଭିଡ଼। ସେପଟେ ଏହା ପଛର କାରଣ ଏବେ ଅସ୍ପଷ୍ଟ ଥିବା ବେଳେ ସାଧାରଣରେ ଭକ୍ତ ଏହାକୁ ଶିବଙ୍କ ମହିମା ବୋଲି କହିଛନ୍ତି । ଇଟିଭି ଭାରତ, ବଲାଙ୍ଗୀର