ବିଦ୍ୟୁତ ତାରରେ ଝୁଲି ରହିଥିଲେ ଯୁବକ, ବଞ୍ଚାଇବାକୁ ପହଞ୍ଚିଲା ଟ୍ରେନ - ବିଦ୍ୟୁତ ତାରରେ ଝୁଲି ରହିଥିଲେ ଯୁବକ
🎬 Watch Now: Feature Video
ଭୋପାଳ: ବିଦ୍ୟୁତ ଖୁଣ୍ଟରେ ଚଢି ବିଦ୍ୟୁତ ତାରରେ ଝୁଲି ରହିଥିଲେ ଯୁବକ । ଜୀବନ ବଞ୍ଚାଇବାକୁ ପହଞ୍ଚିଲା ଟ୍ରେନ । ଆଉ ଏଥିପାଇଁ ବନ୍ଦ ରହିଲା ଷ୍ଟେସନର ବିଦ୍ୟୁତ ସେବା । ପ୍ରାୟ 1 ଘଣ୍ଟାର ପରିଶ୍ରମ ପରେ ଯୁବକ ଜଣକୁ ଉଦ୍ଧାର କରିଛନ୍ତି ରେଳ କର୍ମଚାରୀ । ଘଟଣାଟି ହେଉଛି ମଧ୍ୟପ୍ରଦେଶ ଗ୍ବାଲିୟର ଡବ୍ରା ଜିଲ୍ଲାର । କେଉଁ କାରଣରୁ ଓ କିପରି ଯୁବକ ଜଣକ ରେଲୱେ ଷ୍ଟେସନର ବିଦ୍ୟୁତ ଖୁଣ୍ଟକୁ ଚଢିଥିଲେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ତାଙ୍କ ମାନସିକ ସ୍ଥିତି ଠିକ ନଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।