ଥାନାକୁ ନ ଆସି କଲ୍ କରି ଆପତ୍ତି ଜଣାନ୍ତୁ: ପୋଲିସ ଡିଜି

🎬 Watch Now: Feature Video

thumbnail

By

Published : May 6, 2021, 7:54 PM IST

ଭୁବନେଶ୍ବର: ଲକଡାଉନ ସମୟରେ ଥାନାକୁ ନ ଆସିବାକୁ ଅନୁରୋଧ କଲେ ପୋଲିସ ଡିଜି ଅଭୟ । ଯେ କୌଣସି ଆପତ୍ତି, ଅଭିଯୋଗ କିମ୍ବା ଏତଲା ଇତ୍ୟାଦି ଥାନା କିମ୍ବା ଏସପି ଅଫିସକୁ ଫୋନ କରି ଜଣାନ୍ତୁ ବୋଲି ପୋଲିସ ଡିଜି କହିଛନ୍ତି । ଫୋନ କଲେ ପୋଲିସ ସବୁ ଆପତ୍ତି ଶୁଣିବ ବୋଲି ଡିଜି କହିଛନ୍ତି । ଦ୍ରୁତ ସଂକ୍ରମଣ ରୋକିବାକୁ ଡିଜି ଏପରି ନିଷ୍ପତ୍ତି ନେଇଥିବା ସୂଚନା । ସେହିପରି ଲକଡାଉନ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ 15 କୋଟିରୁ ଅଧିକ ଜରିମାନା ଆଦାୟ ହୋଇଥିବା ସହ 21 ହଜାର 400 ଗାଡି ଜବତ, 553 ଜଣ ଉଲଙ୍ଘନକାରୀଙ୍କୁ ଗିରଫ କରାଯାଇଛି ଏବଂ 1632 ଟି ନିଶା କାରବାର ମାମଲା ଦାୟର ହୋଇଥିବା ଡିଜି କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.