ସାବିତ୍ରୀ ହାଟରେ ଭୁଲିଗଲେ ସାମାଜିକ ଦୂରତ୍ୱ
🎬 Watch Now: Feature Video
କଳହାଣ୍ଡି: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ଚତୁର୍ଥ ପର୍ଯାୟ ଲକଡାଉନ ଘୋଷଣା ପରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ତେବେ ରାତି ପାହିଲେ ହିନ୍ଦୁ ଧର୍ମୀ ମହିଳାଙ୍କ ସାବିତ୍ରୀ ଓଷା ନେଇ ଆଜି ବେଶ ଚଳଚଞ୍ଚଳ ଥିଲା ଭବାନୀପାଟଣା ସହରର ହାଟବଜାର କିଏ ପୂଜା ସାମଗ୍ରୀ କିଣୁଛି ତ ଆଉ କିଏ ଫଳମୂଳ ସାଙ୍ଗରେ ବି ଅଛନ୍ତି ସତ୍ୟବାନ ସ୍ୱାମୀର ଦୀର୍ଘାୟୁ କାମନା କରି ଏହି ସାବିତ୍ରୀ ବ୍ରତ ଏହା ବହୁ ପୁରାତନ ପରମ୍ପରା । ହେଲେ ହାଟର ଏ ଦୃଶ୍ୟ ହିଁ ବୟାନ କରୁଛି ମାକ୍ସ ପିନ୍ଧା ମଣିଷମାନେ କେତେ ସଚେତନ। ସାମାଜିକ ଦୂରତ୍ୱ କଥା ପଛେ ଥାଉ ଗୋଟିଏ ପାଖେ ଗହଳି କରି ଏଠି ଚାଲିଛି କିଣାବିକା ଯାହା ପରୋକ୍ଷରେ ରୋଗ ସଂକ୍ରମଣର କାରଣ ବି ସାଜିପାରେ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ