ପୁରୀରେ ପର୍ଯ୍ୟଟକଙ୍କ ଆଗମନରେ କଟକଣା ହଟିବା ପରେ ବେଳାଭୂମିରେ ଜମିଲା ଭିଡ - ପୁରୀ ଖବର
🎬 Watch Now: Feature Video
ପୁରୀ: ଦୀର୍ଘ 5 ମାସର ବ୍ୟବଧାନ ପରେ ପୁରୀ ସହରକୁ ପର୍ଯ୍ୟଟକଙ୍କ ଆଗମନ କଟକଣାକୁ ହଟାଇ ଦିଆଯାଇଛି । ଫଳରେ ସହରକୁ ଧୀରେ ଧୀରେ ପର୍ଯ୍ୟଟକଙ୍କ ଆଗମନ ହେବାରେ ଲାଗିଛି । ଲକଡାଉନ ଓ ସଟଡାଉନ ଯୋଗୁଁ ଗୃହବନ୍ଦୀ ହୋଇ ରହିଥିବା ଲୋକମାନେ ସମୁଦ୍ରକୂଳକୁ ଆସି ସମୁଦ୍ର ସ୍ନାନ, ଓଟ ପିଠିରେ ଭ୍ରମଣର ମଜା ନେବା ସହ ସମୁଦ୍ରକୂଳରେ ବସି ସମୁଦ୍ର ଓ ଆକାଶର ମିଳନର ମଜା ନେଇଛନ୍ତି । ଏହାସହ ଆଇସ୍କ୍ରିମ, ପଇଡପାଣି ଆଦି ପିଉଥିବାର ବି ଦେଖିବାକୁ ମିଳିଛି । ତେବେ ଶ୍ରୀମନ୍ଦିର ବନ୍ଦ ରହିଥିଲେ ମଧ୍ୟ ସମୁଦ୍ର ସ୍ନାନକୁ ବି ଉପଭୋଗ କରୁଥିବା କୁହନ୍ତି ପର୍ଯ୍ୟଟକ । ସେପଟେ ବେଳାଭୂମିକୁ ପର୍ଯ୍ୟଟକଙ୍କ ଆଗମନ ପରେ ଜୀବିକା ହରାଇଥିବା ବ୍ୟବସାୟୀ ଭଲ ବ୍ୟବସାୟ ହେବା ନେଇ ଆଶା ପ୍ରକଟ କରିଛନ୍ତି । ତେବେ ଏନେଇ ପୁରୀ ସମୁଦ୍ରକୂଳରୁ ଆମକୁ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ