thumbnail

By

Published : Dec 28, 2022, 11:03 PM IST

Updated : Feb 3, 2023, 8:37 PM IST

ETV Bharat / Videos

Watch Video: ରାଇଫଲ ଚଳାଇବାକୁ କହିଲେ ଡିଆଇଜି, ଆଉ ତାପରେ..

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସନ୍ଥ କବୀର ନଗର ଜିଲ୍ଲା ଅନ୍ତର୍ଗତ ଖଲିଲାବାଦ ଥାନାରେ ନିରୀକ୍ଷଣରେ ଆସିଥିଲେ ଡିଆଇଜି । ଏହି ଥାନାରେ କାର୍ଯ୍ୟରତ ସମସ୍ତ ପୋଲିସ କର୍ମଚାରୀଙ୍କୁ ପିସ୍ତଲ, ରାଇଫଲ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ଚଳାଇ ଦେଖେଇବା ପାଇଁ କହିଥିଲେ ଡିଆଇଜି । ଏହି ସମୟରେ ଡିଆଇଜି ଜଣେ ସବ୍‌ ଇନ୍ସପେକ୍ଟରଙ୍କୁ ଡାକି ରାଇଫଲ ଚଳାଇବାକୁ କହିଥିଲେ । ଏହି ସମୟରେ ସବ୍‌ ଇନ୍ସପେକ୍ଟର ଜଣକ ରାଇଫଲର ନଳି ବାଟରେ ଗୁଳି ରଖି ଚଳାଇବାକୁ ଚେଷ୍ଟା କରିଥିଲେ । ଏହା ଦେଖି ଡିଆଇଜି ନିଜର ହସ ରୋକି ପାରିନଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଶେଷରେ ସମସ୍ତ ପୋଲିସ କର୍ମଚାରୀଙ୍କୁ ଅସ୍ତ୍ରଶସ୍ତ୍ର ଚଳାଇବା ଅଭ୍ୟାସ କରିବାକୁ କହିଥିଲେ ।
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.