Odisha Train Accident: ସୁଧୁରୁଛି ନେପାଳ ନାବାଳକଙ୍କ ସ୍ବାସ୍ଥ୍ୟବସ୍ଥା, ଖୁସି ପ୍ରକଟ କଲେ ପରିବାର ଲୋକେ

🎬 Watch Now: Feature Video

thumbnail

By

Published : Jun 7, 2023, 10:52 PM IST

କଟକ: ଏସସିବିରେ ଚିକିତ୍ସାରତ ନେପାଳର 15 ବର୍ଷୀୟ ନାବାଳକ ରାମାନନ୍ଦ । ବାହାନଗା ଟ୍ରେନ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହେବା ପରେ ଏସସିବିରେ ତାଙ୍କ ଚିକିତ୍ସା ଜାରି ରହିଛି । ପ୍ରଥମେ ଟ୍ରମା କାଜୁଆଲଟିରେ ଚିକିତ୍ସା ହେବା ପରେ ତାଙ୍କୁ ସର୍ଜରି ୱାର୍ଡକୁ ସ୍ଥାନାନ୍ତର କରାଯାଇଛି । ପୁଅର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ବେଶ ଖୁସି ପ୍ରକଟ କରିଛନ୍ତି ପରିବାର ଲୋକେ । ସୂଚନା ଅନୁଯାୟୀ, ରାମାନନ୍ଦ ତାଙ୍କ ୩ ଜଣ ସମ୍ପର୍କୀୟଙ୍କ ସହ ନେପାଳରୁ ଭାରତ ବୁଲିବାକୁ ଆସିଥିଲେ । ସମସ୍ତେ ଶାଲିମାରରୁ କରମଣ୍ଡଳ ଏକ୍ସପ୍ରେସରେ ବସିଥିଲେ । ବାଟରେ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବା ପରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ଅନ୍ୟପଟେ ନେପାଳରେ ରହୁଥିବା ବାପାମାଆ ପୁଅର କୌଣସି ଖବର ପାଇନଥିଲେ । ପୁଅ ମୃତ କି ଜୀବିତ ତାହା ମଧ୍ୟ ଜାଣିନଥିଲେ । ତେଣୁ ପୁଅକୁ ଖୋଜିବାକୁ ବାପାମାଆ ନେପାଳରୁ ଓଡ଼ିଶା ଚାଲି ଆସିଥିଲେ । ହସ୍ପିଟାଲରୁ ହସ୍ପିଟାଲ ବୁଲିବୁଲି ପୁଅକୁ ଖୋଜୁଥିଲେ । ଶେଷରେ ଦୁର୍ଘଟଣାର ୩ ଦିନ ପରେ କଟକ ବଡ଼ ମେଡିକାଲ ବେଡରେ ନାବାଳକ ପୁଅକୁ ଫେରି ପାଇଛନ୍ତି ବାପାମାଆ । ପୁଅକୁ ଜୀବିତ ଦେଖି ଖୁସିରେ ହୋଇଛନ୍ତି । ଆହତଙ୍କ ବାପା କହିଛନ୍ତି, ରାଜ୍ୟ ସରକାର ଯେଉଁ ଚିକିତ୍ସା ଯୋଗାଇ ଦେଉଛନ୍ତି ତାହା ବେଶ ଉଚ୍ଚ କୋଟିର । ଉନ୍ନତମାନରେ ଚିକିତ୍ସା ପାଇଁ ପୁଅ ଶୀଘ୍ର ସୁସ୍ଥ ହୋଇପାରିଛି । 

ଇଟିଭି ଭାରତ, କଟକ  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.