Odisha Train Tragedy: ଭାଇକୁ ଖୋଜୁଛି ଭାଇ, ମେଡିକାଲରୁ ମେଡିକାଲ ବୁଲି ନୟାନ୍ତ ପରିବାର ଲୋକେ
🎬 Watch Now: Feature Video
ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା ଉଜାଡି ଦେଇଛି ଅନେକ ପରିବାର । ରେଳ ଟ୍ରାକରେ ସେ ଯେପରି ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଲା ସେପରି ଶହଶହ ପରିବାରକୁ ଛାରଖାର କରିପକାଇଲା । ଏହି ଭୟଙ୍କର ଦୁର୍ଘଟଣାକୁ ୩ ଦିନ ବିତି ଯାଇଛି । ହେଲେ ଏବେ ବି ସରିନି ଦୁଃଖ । ସମୟ ଗଡ଼ିବା ସହ ଗୋଟିଏ ଗୋଟିଏ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି । ଯାହା ବୟାନ କରିବା ଅତ୍ୟନ୍ତ କଷ୍ଟ । ରେଳ ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀଙ୍କୁ ଖୋଜିବା ପାଇଁ ବିଭିନ୍ନ ରାଜ୍ୟରୁ ସମ୍ପର୍କୀୟ ଆସି ନିଜ ଆତ୍ମୀୟଙ୍କୁ ଖୋଜୁଛନ୍ତି । ଫଟୋ ଧରି ବାଲେଶ୍ବର, କଟକ, ଭଦ୍ରକ, ଭୁବନେଶ୍ବରର ବିଭିନ୍ନ ଡାକ୍ତରଖାନା ବୁଲିବୁଲି ନିଜ ସମ୍ପର୍କୀୟଙ୍କୁ ଖୋଜୁଛନ୍ତି । କିଛି ଜଣ ଭାଇକୁ ନପାଇ ହତାଶ ହୋଇପଡୁଛନ୍ତି । ପଶ୍ଚିମବଙ୍ଗରୁ ଦୁଇଜଣ ଭାଇ ଆସି ନିଜ ଭାଇକୁ ଖୋଜୁଛନ୍ତି । ପୋଲିସର ସହାୟତା ମଧ୍ୟ ନେଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଭାଇର କୌଣସି ପତ୍ତା ମିଳିପାରିନାହିଁ । ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଅନେକ ଯାତ୍ରୀ ନିଖୋଜ ଥିବା ଘଟଣା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ଇଟିଭି ଭାରତ, ଭୁବନେଶ୍ବର