thumbnail

By

Published : Apr 19, 2023, 7:09 AM IST

ETV Bharat / Videos

ଶିକ୍ଷକ ନାହାନ୍ତି, ସ୍କୁଲରେ ତାଲା ପକାଇଲେ ଅଭିଭାବକ

ଭଦ୍ରକ: ବିଦ୍ୟାଳୟରେ ଶିକ୍ଷକ ନଥିବା ଯୋଗୁଁ ବାଧାପ୍ରାପ୍ତ ହେଉଛି ପାଠପଢ଼ା । ବାରମ୍ବାର ସ୍ଵର ଉତ୍ତୋଳନ କଲେ ମଧ୍ୟ ଫଳ ଶୂନ। ଶେଷରେ ସ୍କୁଲରେ ତାଲା ପକାଇଲେ ଆଭିଭାବକ ଏବଂ ଛାତ୍ରଛାତ୍ରୀ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଥିବା ମଧୁପୁର ଜଳେଶ୍ଵର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି । ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ନଥିବା ଯୋଗୁଁ ପିଲାଙ୍କ ପାଠପଢ଼ାରେ ବାଧା ଉପୁଜୁଛି । ଏନେଇ ବାରମ୍ବାର ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇବା ପରେ କୌଣସି ସୁଫଳ ନମିଳିବାରୁ ଅବିଭାବକ ଏବଂ ଛାତ୍ରଛାତ୍ରୀମାନେ ସ୍କୁଲରେ ତାଲା ପକାଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି । 

ମଧୁପୁର ଜଳେଶ୍ଵର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ନାମକୁ ମାତ୍ର ଜଣେ ଶିକ୍ଷକ ଡେପୁଟେସନରେ ରହିଛନ୍ତି । ଯିଏକି ସପ୍ତାହକୁ କେବଳ ଦୁଇ ଦିନ ଆସି କାମ ଚଳାଉଛନ୍ତି । ବିଦ୍ୟାଳୟରେ ମାତ୍ର ତିନି ଜଣ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମିଳିତ ଭାବେ ପ୍ରଥମ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି । ହେଲେ ଦୁର୍ଭାଗ୍ୟର କଥା, ଏହି ତିନି ଜଣ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମଧ୍ୟ ପ୍ରତ୍ୟକ ଦିନ ଆସନ୍ତି ନାହିଁ । ବରଂ ପାଳି କରି ଆସୁଥିବା ଅଭିଯୋଗ ହୋଇଛି । ସ୍କୁଲରେ ଏଭଳି ଦୟନୀୟ ଅବସ୍ଥା ଦେଖି ଗ୍ରାମରେ ପ୍ରତିବାଦ କରାଯାଇଛି । ଏଥିସହ ଯଥାଶୀଘ୍ର ସ୍କୁଲରେ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଦାବି ହୋଇଛି । 

ଇଟିଭି ଭାରତ, ଭଦ୍ରକ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.