ରିଲିଜ ହେଲା ମା' ଲୋ ବୁଢ଼ୀ ଠାକୁରାଣୀ ଭଜନ - ବୁଢ଼ୀ ଠାକୁରାଣୀ ଭଜନ

🎬 Watch Now: Feature Video

thumbnail

By

Published : Apr 23, 2023, 7:13 PM IST

ବ୍ରହ୍ମପୁର: ପ୍ରତି ୨ ବର୍ଷକୁ ଥରେ ଆୟୋଜିତ ହେଉଥିବା ବିଶ୍ବ ପ୍ରସିଦ୍ଧ ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ଯାତ୍ରା ଅବସରରେ ଉନ୍ମୋଚିତ ହୋଇଛି ମା' ଲୋ ବୁଢ଼ୀ ଠାକୁରାଣୀ ଭଜନ । ଈଶା ଭିଜନର ପ୍ରଯୋଜନାରେ ମା' ବୁଢୀ ଠାକୁରାଣୀଙ୍କ ଏହି ସୁନ୍ଦର ଭଜନ ରିଲିଜ୍‌ ହୋଇଛି ।  ଏହି ଗୀତକୁ ଓଡ଼ିଶାର ସୁନାମଧନ୍ୟ ଗୀତିକାର ଅରୁଣ ମନ୍ତ୍ରୀ ରଚନା କରିଥିବା ବେଳେ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା । ସଙ୍ଗୀତରେ ବିଭୁ ପ୍ରସାଦ ନନ୍ଦ ଦାୟିତ୍ବରେ ରହିଥିବା ବେଳେ ମାର୍ଗଦର୍ଶକ ଭାବେ ଅଭୟେନ୍ଦୁ ଶେଖର ପଟ୍ଟନାୟକ ଏବଂ ଗୀତକୁ ପ୍ରଯୋଜନା କରିଛନ୍ତି ସନ୍ୟାସୀ ମହାରଣା ।

ମା' ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଏବଂ ମହିମା ବିଷୟରେ ସଂକ୍ଷିପ୍ତ ଭାବ ନେଇ ମା'ଙ୍କର ଲୀଳା ଓ ମହିମା ଉପରେ ପର୍ଯ୍ୟବେଶିତ ଏହି ଭଜନ ବେଶ ଲୋକପ୍ରିୟତା ହାସଲ କରିପାରିବ ବୋଲି ଆଶା କରାଯାଉଛି । ମା'ଙ୍କ ଅସ୍ଥାୟୀ ମନ୍ଦିର ସମ୍ମୁଖରେ ଏହି ଭଜନ ଉନ୍ମୋଚନ ଅବସରରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଡଃ ଜଗନମୋହନ ମହାପାତ୍ର, ଇଟିଭି ଭାରତର ବ୍ରହ୍ମପୁର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟ, ବରିଷ୍ଠ ନାଟ୍ୟକାର ଇଂ ମନୋଜ କୁମାର ଦଣ୍ଡପାଟ, ନାଟ୍ୟ ଭାରତୀ ତ୍ରିପତି ନାୟକ, ବଦ୍ରି ନାରାୟଣ ନାୟକ, କଣ୍ଠଶିଳ୍ପୀ ତଥା ସାମ୍ୱାଦିକ ସୁଦୀପ କୁମାର ସାହୁ, ଗୌରୀ ଶଙ୍କର ମହାକୁଡ଼, ଶିବ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ତେବେ କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ଟିକିରି ବେହେରା, ପ୍ରଶାନ୍ତ କୁମାର ସାହୁ, ସୁଶାନ୍ତ କୁମାର ପଣ୍ଡା, ଅଶ୍ବିନୀ ଜେନା, ଦିଲ୍ଲିପ ମହାରଣା, ସୋନୁ କୁମାର ସାହୁ, ମନୋଜ ମହାରଣା, ଅଙ୍କିତ ମହାରଣା ପ୍ରମୁଖ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ପ୍ରଚାର ପ୍ରସାର ସମ୍ପାଦିକା ସୋନାଲି ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.