ଏମିତି ବି ଆସେ ମୃତ୍ୟୁ, ନାଚୁ ନାଚୁ ଚାଲି ଗଲା ଜୀବନ
🎬 Watch Now: Feature Video
ରାୟପୁର: ଏମିତି ବି ଆସେ ମୃତ୍ୟୁ । ବିବାହ ଉତ୍ସବରେ ନାଚୁଥିବା ଅବସ୍ଥାରେ ଚାଲିଗଲା ଜୀବନ । ଖୁସିର ଉତ୍ସବରେ ଖେଳି ଗଲା ଦୁଃଖର କଳା ବାଦଲ । ହସୁଥିବା, ଗାଉଥିବା ଓ ନାଚୁ ବ୍ୟକ୍ତି ଜଣଙ୍କର ଅଚନାକ ପ୍ରାଣ ଚାଲିଯିବ ବୋଲି କିଏ ବା ଜାଣିଥିଲା । ଏପରି ଏକ ଅଜବ ଓ ଦୁଃଖଦାୟୀ ଘଟଣା ଛତିଶଗଡର ଡୌଙ୍ଗରଗଡରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ୫ମେ ର ହୋଇଥିବା ସୂଚନା ରହିଛି । ଭିଲାଇ ଷ୍ଟିଲ ପ୍ଲଣ୍ଟର ଆସିଷ୍ଟାଣ୍ଡ ମ୍ୟାନେଜର ଦିଲ୍ଲୀପ ରାଓଜକର ନିଜ ଭଣଜାର ବିବାହରେ ଯୋଗଦାନ କରିବା ପାଇଁ ଡୌଙ୍ଗରଗଡ ଯାଇଥିଲେ । ଦିଲ୍ଲୀପ ରିସେପସନରେ ବରବଧୂଙ୍କ ସାଙ୍ଗରେ ମିଶି ନାଚୁଥିଲେ । ହେଲେ ଅଚାନକ ସେ ନାଚୁ ନାଚୁ ତଳେ ପଡିଯାଇଥିଲେ । ତଳେ ପଡିବା ସଙ୍ଗେ ହିଁ ତାଙ୍କର ପରଲୋକ ଘଟିଥିଲା । ଯାହାକୁ ନେଇ ଉତ୍ସବରେ ହଇଚଇ ଖେଳିଯାଇଥିଲା । ଡାକ୍ତର ଆସି ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାସହ ବ୍ୟବଚ୍ଛଦ ରିପୋର୍ଟରୁ ଜଣାପଡିଛି ହୃଦଘାତରେ ଦିଲ୍ଲୀପଙ୍କ ମୃତ୍ୟୁ ଘଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ