କେନ୍ଦ୍ର ଓ ରାଜ୍ୟ ବିରୋଧରେ ୧୮ରେ ସବୁ ବ୍ଲକ ଘେରିବ କଂଗ୍ରେସ
🎬 Watch Now: Feature Video
କେନ୍ଦୁଝର: ରାଜ୍ୟରେ ବଢିଲାଣି ରାଜନୈତିକ ଉଷ୍ଣତା । ଜାତୀୟ ସ୍ତରରେ ବିଜେପି ଓ ରାଜ୍ୟରେ ଶାସିତ ବିଜେଡି ସରକାରଙ୍କ ଅରାଜକତା ବଢି ଚାଲିଛି । ଏଥିପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ରର ଜନ ବିରୋଧୀ ନୀତି ପାଇଁ ସାଧାରଣ ଲୋକେ ମହଙ୍ଗା ମାଡ଼ ସହିବାକୁ ବାଧ୍ୟ ହେଉଛନ୍ତି । ସବୁ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ବାହାରେ ହେଲାଣି । ଏହା ସହ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପାଇଁ ସାଧାରଣ ଲୋକେ ବିଜୁଳି ଦର ଦେଇ ନପାରିବା ଭଳି ସ୍ଥିତି ଅଣାୟତ ହେଲାଣି ।
ରାଜ୍ୟରେ ଧାନର ଅଭାବୀ ବିକ୍ରୀ ହେଉଥିବା ବେଳେ କେନ୍ଦ୍ର ଧାନର କମ ମୂଲ୍ୟ ନେଇ ଅଭିଯୋଗ କରିଛି କଂଗ୍ରେସ । ମୂଲ୍ୟ ଏହା ସହ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସ ତାର ଆଭିମୁଖ୍ୟ ସ୍ପଷ୍ଟ କରି କେନ୍ଦ୍ର ଓ ରାଜ୍ୟ ସରକାର ଵିରୋଧରେ ଲଢେଇ ଘୋଷଣା କରିଛି । ଏଥିପାଇଁ କିଛି ବିଜେଡି ନେତା ଓ ବିଜେପି ନେତା କଂଗ୍ରେସ ମୁହାଁ ହେଇଥିବା ଜଣାପଡ଼ିଛି । ପୂର୍ବତନ ପାଟଣା ବିଧାୟକ ତଥା ବିଜେଡି ନେତା ଦଳରୁ ତ୍ୟାଗପତ୍ର ଦେଇ ସାରିଲେଣି । ଆସନ୍ତା କିଛି ଦିନ ମଧ୍ୟରେ ଏକ ବିରାଟ କାର୍ଯ୍ୟକ୍ରମ ମାଧ୍ୟମରେ କଂଗ୍ରେସ ଦଳର ମିଶିବେ ବୋଲି ଆଜି କଂଗ୍ରେସ ସ୍ପଷ୍ଟ କରିଛି । ଏନେଇ ଆଜି ସ୍ଥାନୀୟ କଂଗ୍ରେସ ଭବନ ଠାରେ କେନ୍ଦୁଝର ଜ଼ିଲ୍ଲା କଂଗ୍ରେସ କମିଟି ତରଫରୁ ବିଜେପି ଶାସିତ କେନ୍ଦ୍ର ଓ ବିଜେଡି ଶାସିତ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ୯ ଗୋଟି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l
ଏହା ମଧ୍ୟ ପଢନ୍ତୁ....ପିସିସି ସଭାପତିଙ୍କ ସୂଚନା; ୧୮ରେ ରାଜ୍ୟର ସମସ୍ତ ବ୍ଲକ ଘେରିବ କଂଗ୍ରେସ
ଆସନ୍ତା ଅଗଷ୍ଟ ୧୮ ତାରିଖରେ ହେବାକୁ ଥିବା ଜ଼ିଲ୍ଲାର ସମସ୍ତ ବ୍ଲକ ଘେରାଉ କାର୍ଯ୍ୟକ୍ରମ କରାଯିବ ଏହା ସହ ମହାମହିମ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା ପ୍ରକାଶ କରିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ରାଜ୍ୟ ଓ ରାଜ୍ୟ ସମ୍ପାଦକ ସଂଗ୍ରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହ ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସଭାପତି ମୋହନ ପରିଡା ପ୍ରକାଶ କରିଛନ୍ତି ।
ଇଟିଭି ଭାରତ,କେନ୍ଦୁଝର