International Girl Child Day: କଟକରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ - କଟକ ଖବର
🎬 Watch Now: Feature Video

Published : Oct 11, 2023, 6:30 PM IST
କଟକ: ପ୍ରତି ବର୍ଷ ଅକ୍ଟୋବର ୧୧ ତରିଖକୁ ଅନ୍ତର୍ଜାତୀୟ ବାଳିକା ଦିବସ ରୂପେ ପାଳନ କରାଯାଉଛି । ବାଳିକାମାନଙ୍କ ଅଧିକାର ,ସମ୍ମାନ ଓ ସୁରକ୍ଷିତ ରଖିବା ପାଇଁ ପ୍ରତିବର୍ଷ ଏହି ଦିବସକୁ ପାଳନ କରାଯାଇଥାଏ । ଏହି କ୍ରମରେ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷର ଅନ୍ତର୍ଜାତୀୟ ବାଳିକା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କଟକର ଅତରିକ୍ତ ଜିଲ୍ଲାପାଳ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ।
ଅତରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ କହିଥିଲେ," ଏହି କାର୍ଯ୍ୟକ୍ରମରେ ଦ୍ବାରା ସମାଜକୁ ଏକ ବାର୍ତ୍ତା ଦିଆଯାଉଛି । ସମାଜରେ ପୁଅ ଓ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ । ବର୍ତ୍ତମାନ ସମୟରେ ଝିଅମାନେ ସବୁ କାର୍ଯ୍ୟରେ ଆଗରେ କେବଳ ଆମର ମାନସିକତାରେ ପରିବର୍ତ୍ତନ ଆବଶ୍ୟକ ରହିଛି । "
ଏହା ମଧ୍ୟ ପଢନ୍ତୁ...International Girl Child Day: କମ୍ ନୁହନ୍ତି କନ୍ୟା, ସବୁ କ୍ଷେତ୍ରରେ ସଫଳ
ବାଳିକାମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନର ପକ୍ଷରୁ ସ୍ୱତନ୍ତ୍ର ଯୋଜନାମାନ ପ୍ରସ୍ତୁତ କରାଯାଇଛି । ପ୍ରତିଟି ବ୍ଲକ ଏବଂ ପଞ୍ଚାୟତରେ ବାଳିକାମାନଙ୍କୁ ଆତ୍ମସୁରକ୍ଷା ତାଲିମ ଦିଆଯିବ ଏବଂ ସରକାରଙ୍କ ପ୍ରତିଟି ଯୋଜନାରେ ସେମାନଙ୍କୁ ସାମିଲ କରାଯିବାର ସୂଚନା ମିଳିଛି । ତେବେ ବର୍ତ୍ତମାନ ସମାଜରେ ଉଭୟ ପୁଅକୁ ସମାନ ଢ଼ଙ୍ଗରେ ଦେଖିବା ପାଇଁ ଏହି ଦିବସରେ ବର୍ତ୍ତା ଦିଆଯାଇଛି ।
ଏହି କର୍ଯ୍ୟକ୍ରମରେ ବହୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବାବେଳେ କୃତି ଛାତ୍ରୀମାନଙ୍କୁ ସନମ୍ମାନିତ କରାଯାଇଥିଲା । ଏଥିରେ କଟକ ଅତରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, CWC ଅଧକ୍ଷ ପ୍ରମୋଦ ଆଚାର୍ଯ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ମୁଖ୍ୟ ଆଦି ଯୋଗ ଦେଇଥିଲେ ।
ଇଟିଭି ଭାରତ,କଟକ