ହାଇଦ୍ରାବାଦ: ଚାପ.. ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ନଥାଏ । ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଭାରତର 10,000 ଲୋକଙ୍କ ଜୀବନ କାଳ ମଧ୍ୟରୁ ପ୍ରାୟ 2,443 ବର୍ଷ ମାନସିକ ସମସ୍ୟା, ବିଶେଷକରି ଚାପର ମୁକାବିଲା ମଧ୍ୟରେ ବିତିଯାଉଛି । ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ପ୍ରଭାବିତ ହେଉଛି ଜୀବନ । ଦିନକୁ ଦିନ କାର୍ଯ୍ୟର ଚାପ ଏବଂ ଥକାପଣ କେବଳ ଶାରୀରିକ ନୁହେଁ ମାନସିକ ସ୍ତରରେ ମଧ୍ୟ ଲୋକଙ୍କୁ ପ୍ରଭାବିତ କରୁଛି । ଆଜିକାଲି ଅଧିକାଂଶ ଲୋକ ଚାପର ଶିକାର ହେଉଛନ୍ତି । ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ ସନ୍ତୁଳିତ କରିବା ପାଇଁ ସଂଗ୍ରାମରେ, ଲୋକମାନେ ପ୍ରାୟତଃ ଚାପଗ୍ରସ୍ତ ଅନୁଭବ କରନ୍ତି । ଆମେ ସମସ୍ତେ ଜାଣୁ ଯେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଚାପର ଗମ୍ଭୀର ପ୍ରଭାବ ପଡିଥାଏ, କିନ୍ତୁ ଆପଣ ଜାଣନ୍ତି କି ଏହା ଆପଣଙ୍କ ଚେହେରାର ଆକୃତି ଏବଂ ଗଠନ ଉପରେ ମଧ୍ୟ ପ୍ରଭାବ ପକାଇପାରେ ?
ଚାପ ଚେହେରା ଉପରେ ପ୍ରଭାବ ପକାଏ କି ? ସମସ୍ତଙ୍କ ଚେହେରାର ଗଠନ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । କେତେକଙ୍କର ଗୋଲାକାର ଚେହେରା, କେତେକଙ୍କର ଲମ୍ବା ଚେହେରା, କେତେକଙ୍କର ଚଉଡା ଚେହେରା, କେତେକଙ୍କର ଓଭାଲ୍ ଚେହେରା ଅଛି । କିନ୍ତୁ ଚାପ ଦ୍ବାରା ମଧ୍ୟ ଚେହେରା ଗଠନରେ ପରିବର୍ତ୍ତନ ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ: Stress Awareness Month: ଅତ୍ୟଧିକ ଚାପ ସମୟରେ କରନ୍ତୁ ଏହି କାର୍ଯ୍ୟ, ହାଲୁକା ହେବ ମନ
ଚେହେରାର ଆକୃତି ଉପରେ ଚାପର ପ୍ରଭାବ: ଚାପ ଚେହେରାର ଆକୃତି ଉପରେ ପ୍ରଭାବ ପକାଉଥାଏ ବୋଲି ଡାକ୍ତର ମଧ୍ୟ କୁହନ୍ତି । ଏହାର ସିଧାସଳଖ ପ୍ରଭାବ ଚେହେରାର ଆକୃତି ଉପରେ ପଡିଥାଏ । କିନ୍ତୁ ଏନେଇ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ତଥାପି, ଚାପ ଚେହେରା ଏବଂ ମୁଖର ଅଭିବ୍ୟକ୍ତି ଉପରେ ଅନେକ ପରୋକ୍ଷ ପ୍ରଭାବ ପକାଇପାରେ ।
ମାଂଶପେଶୀ ଉପରେ ପ୍ରଭାବ: ଯେତେବେଳେ ଚାପରେ ଥାଏ, ସେତେବେଳେ ମସ୍ତିଷ୍କର ସ୍ଥିତି ମଧ୍ୟ ଠିକ ନଥାଏ ଏବଂ ହୃଦସନ୍ଦନ ଅଧିକ ହୋଇଥାଏ । ଏହାର ସିଧାସଳଖ ମାଂଶପେଶୀ ଉପରେ ପଡିଥାଏ । ଫଳରେ ମୁହଁରେ ମାଂସପେଶୀ ଟାଣି ହୋଇ ରହିଥାଏ। ଏପରି ଅବସ୍ଥାରେ ମୁହଁରେ କୁଞ୍ଚନ ଆସିବା ସହିତ ଗାର ଗାର ଭଳି ଦାଗ ମଧ୍ୟ ଦେଖାଯାଇଥାଏ।
ଚର୍ମ ରୋଗ: ସୋରିୟାସିସ୍, ଏକଜେମା ଏବଂ ବ୍ରଣ ସମେତ ଅନେକ ଚର୍ମ ରୋଗ ଚିନ୍ତା ସହିତ ଜଡିତ। କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ଗଭୀର ପ୍ରଭାବ ପଡିଥାଏ । କିଛି ଜଣଙ୍କର ଚର୍ମ ଲାଲ ରଙ୍ଗ ହେବା ସହ ମୁହଁ ମଧ୍ୟ ଫୁଲିଯାଇଥାଏ।
ନିଦ୍ରାହୀନତା: ଚାପ ବିଶେଷ କରି ନିଦ ଉପରେ ପ୍ରଭାବ ପକାଇଥାଏ । ଫଳରେ ବିଶ୍ରାମ ଏବଂ ନିଦ କମିଯାଇଥାଏ । ନିଦ୍ରା ଅଭାବରୁ ଆଖି ତଳ କଳା ପଡିବା, ଚତୁର୍ଦ୍ଦିଗ ଅନ୍ଧାର ଦେଖାଯିବା, ଥକ୍କା ଲାଗିବା ଭଳି ସମସ୍ୟା ଦେଖାଦେଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ