ETV Bharat / sukhibhava

କ୍ୟାନସର ଚିକିତ୍ସା ବେଳେ ପୋଷଣ

କ୍ୟାନସର ଓ ଏହାର ଚିକିତ୍ସା ଆପଣଙ୍କ ଖାଇବା ପିଇବାକୁ ପ୍ରଭାବିତ କରିପାରେ । କିଛି ନିର୍ଦ୍ଦିଷ୍ଟ ଖାଦ୍ୟପେୟ ଓ ପୋଷଣ ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିପାରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କ୍ୟାନସର ଚିକିତ୍ସା ବେଳେ ପୋଷଣ
କ୍ୟାନସର ଚିକିତ୍ସା ବେଳେ ପୋଷଣ
author img

By

Published : Oct 28, 2020, 10:22 PM IST

କ୍ୟାନସର ଓ ଏହାର ଚିକିତ୍ସା ଆପଣଙ୍କ ଖାଇବା ପିଇବାକୁ ପ୍ରଭାବିତ କରିପାରେ । କିଛି ନିର୍ଦ୍ଦିଷ୍ଟ ଖାଦ୍ୟପେୟ ଓ ପୋଷଣ ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିପାରେ । ଏ ବାବଦରେ ଅଧିକ ଆଲୋକପାତ କରିବାକୁ ଇଟିଭି ଭାରତ ସୁଖିଭବଃ ପକ୍ଷରୁ ଗୋଆର ପାଣାଜୀରେ ରହୁଥିବା ନ୍ୟୁଟ୍ରନିଷ୍ଟ ରୋହିଣୀ ଦିନିଜଙ୍କ ସହ ଆଲୋଚନା କରାଯାଇଥିଲା ।

ପୋଷଣ ଶିକ୍ଷା କ୍ଷେତ୍ରରେ ରୋହିଣୀଙ୍କ ୨୧ ବର୍ଷର ଅଭିଜ୍ଞତା ରହିଛି । କ୍ୟାନସର ଚିକିତ୍ସା ପୂର୍ବରୁ, ଚିକିତ୍ସା ବେଳେ ଓ ଚିକିତ୍ସା ପରେ ଉପଯୁକ୍ତ ଖାଦ୍ୟ ଖାଇଲେ ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ବଳ ମିଳିଥାଏ । ଫଳରେ ରୋଗ ସଂକ୍ରମଣ ବିପଦ ହ୍ରାସ ପାଇବା ସହ ଜଣେ ନିଜକୁ ଶକ୍ତିଶାଳୀ ମନେ କରିଥାଏ । ଠିକ୍ ଖାଦ୍ୟ ଖାଇବା ଦ୍ୱାରା ସର୍ଜରୀ, କେମୋଥେରାପି ବା ରାଡିଏସନ ବେଳେ କ୍ଷତିଗ୍ରସ୍ତ ହୋଇଥିବା ଟିସୁଗୁଡିକ ପୁନର୍ଗଠିତ ହୁଏ ।

ଏହାଛଡା ଉପଯୁକ୍ତ ଓଜନ ବଜାୟ ରହେ । ଚିକିତ୍ସାର ପାର୍ଶ୍ବ ପ୍ରତିକ୍ରିୟାର ସଠିକ ମୁକାବିଲା କରିହୁଏ । ଆଉ ଦ୍ରୁତ ଆରୋଗ୍ୟ ଲାଭ କରିଥାଏ ରୋଗୀ । ଭଲ ଖାଦ୍ୟପେୟର ଅର୍ଥ ହେଉଛି ଯେ, ବିଭିନ୍ନ ପ୍ରକାର ଖାଦ୍ୟ ଓ ପାନୀୟ ଗ୍ରହଣ କରିବା, ଯାହା ଦ୍ବାରା କି ରୋଗ ବିରୋଧରେ ଲଢେଇ ପାଇଁ ଶରୀରକୁ ଆବଶ୍ୟକ ପରିମାଣର ପୋଷଣ ମିଲିପାରିବ । ସଠିକ୍ ପୋଷଣ ଯୁକ୍ତ ଆହାର ଖାଉଥିବା କ୍ୟାନସର ରୋଗୀମାନେ ଚିକିତ୍ସାର ପାର୍ଶ୍ବ ପ୍ରତିକ୍ରିୟାର ଦୃଢ ଭାବେ ମୁକାବିଲା କରନ୍ତି ।

ଚିକିତ୍ସା ପରେ ମଧ୍ୟ ସେମାନେ ବହୁବର୍ଷ ବଞ୍ଚନ୍ତି । ଜଣେ ଯଦି ସୁସ୍ଥସବଳ ଥିବ, ତାହା ହେଲେ ପୋଷଣ ଓ କ୍ୟାଲୋରୀ ପାଇଁ ଆବଶ୍ୟକୀୟ ଖାଦ୍ୟ ଖାଇବା, ତାହା ପାଇଁ ସମସ୍ୟା ହୋଇ ନଥାଏ । କିନ୍ତୁ କ୍ୟାନସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଉ ସୁସ୍ଥ ଖାଇବା ପିଇବା ସହଜ ହୋଇ ନଥାଏ । ଜଣକର ଯଦି ପାର୍ଶ୍ବ ପ୍ରତିକ୍ରିୟା ଥାଏ ବା ସେ ସୁସ୍ଥ ଅନୁଭବ କରେ ନାହିଁ, ତାହା ହେଲେ ପୂର୍ବ ଭଳି ଭଲ ଖାଦ୍ୟପେୟ ଗ୍ରହଣ କରିବା ସମ୍ଭବ ହୋଇ ନଥାଏ । କାରଣ କ୍ୟାନସର ଚିକିତ୍ସା ବେଳେ ଆହାରରେ ପରିବର୍ତ୍ତନ ଆଣିବା ଜରୁରୀ ହୋଇଥାଏ । ଏହାଦ୍ବାରା ଆପଣଙ୍କୁ ଶକ୍ତି ମିଳିଥାଏ ଓ ଦୁର୍ବଳତା ଅନୁଭବ ହୋଇ ନଥାଏ ।

ଚିକିତ୍ସା ବେଳର କଷ୍ଟ ବି ସହ୍ୟ କରିହୁଏ । ତେଣୁ ସୁସ୍ଥ ଥିବା ବେଳେ ଜଣେ ଖାଉଥିବା ଖାଦ୍ୟ କ୍ୟାନସର ଚିକିତ୍ସା ବେଳେ ଖାଇ ହୁଏ ନାହିଁ । ଶ୍ବେତସାର ଶରୀର ପାଇଁ ଶକ୍ତିବର୍ଧକ ହୋଇଥାଏ । ଶରୀର ଓ ମସ୍ତିଷ୍କ ପାଇଁ ଏହା ବେଶ୍ ଉପଯୋଗୀ । ତେଣୁ ଶ୍ବେତସାର ଯୁକ୍ତ ଖାଦ୍ୟ ଯଥେଷ୍ଟ ପରିମାଣରେ ଖାଇବା ଦରକାର । ରିଫାଇନଡ୍ ଚିନିଠାରୁ ଦୂରେଇ ରହିବା ଜରୁରୀ । ଖାଦ୍ୟର ସ୍ବାଦ ବଢାଇବା ଓ କ୍ୟାଲୋରୀ ପାଇଁ ସ୍ବଳ୍ପ ପରିମାଣରେ ଗୁଡ ଓ ମହୁ ମିଶାଇଲେ କିଛି କ୍ଷତି ନାହିଁ ।

କ୍ୟାନସର ପୀଡିତମାନେ ଅଧିକ ପରିମାଣର ପ୍ରୋଟିନ ବି ଆବଶ୍ୟକ କରନ୍ତି । ବଡି ସେଲ୍ ଓ ଟିସୁଗୁଡିକର ଅଭିବୃଦ୍ଧି ଓ ମରାମତି ପାଇଁ ପ୍ରୋଟିନ ଜରୁରୀ ହୋଇଥାଏ । ସର୍ଜରୀ, କେମୋଥେରାପି ବା ରାଡିଏସନ ଥେରାପି ପରେ ପ୍ରତିରୋଧକ ବ୍ୟବସ୍ଥା ଦୃଢ ପାଇଁ ବି ପ୍ରୋଟିନର ଆବଶ୍ୟକତା ପଡିଥାଏ । ଯଥେଷ୍ଟ ପରିମାଣରେ ପ୍ରୋଟିନର ଅଭାବ ରହିଲେ ଓଜନ ହ୍ରାସ ହୋଇଯାଏ । ସଂକ୍ରମଣର ଆଶଙ୍କା ବଢିଯାଏ । ରୋଗରୁ ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗିଥାଏ । ତେଣୁ ମାଛ, ଅଣ୍ଡା, ଡାଲି, ବାଦାମ ବାଦାମ ବଟର ଆଦି ଖାଇବା ଦରକାର ।

ଦୁଗ୍ଧଜାତ ସାମଗ୍ରୀ, ରେଡ୍ ମିଟ୍ ଓ ଚିକେନରୁ ଦୂରେଇ ରହିବା ଉଚିତ । ଫ୍ୟାଟ୍ସ ମଧ୍ୟ ମୁଖ୍ୟ ପୋଷଣର ଭୂମିକା ଗ୍ରହଣ କରିଥାଏ । ଏହା ବି ଶକ୍ତିର ସମୃଦ୍ଧ ଉତ୍ସ । ଏହା ବଡି ଟିସୁଗୁଡିକୁ ସୁରକ୍ଷା ଦେବା ସହ ଭିଟାମିନ ଏ, ଡି, ଇ ଓ କେ ଆଦିକୁ ରକ୍ତ ଜରିଆରେ ମିଳାଇବାରେ ସହାୟକ ହୋଇଥାଏ । ଠିକ୍‌ ଭାବେ ସଂଚାଳିତ ହେବା ପାଇଁ ଶରୀରକୁ ସ୍ୱଳ୍ପ ପରିମାଣର ଭିଟାମିନ ଓ ମିନେରାଲ ଦରକାର ହୁଏ । ଭିଟାମିନ ଏ, ସି, ଇ ଏବଂ ସେଲେନିୟମ ଓ ଜିଙ୍କ୍ ଭଳି ମିନେରାଲ ଆଣ୍ଟିଅକ୍ସିଡାଣ୍ଟସ୍ ଭାବେ କାମ କରିଥାଏ । ଏହା ଦ୍ବାରା ବଡି ସେଲଗୁଡିକୁ ସୁରକ୍ଷା ମିଳିଥାଏ ।

ଫ୍ରି ରାଡିକାଲ୍ସରୁ ସୁରକ୍ଷା ମିଳିଥାଏ । ଫଳ ଓ ପନିପରିବା ଉଭୟ ପୁଷ୍ଟିସାର ଓ ଫାଇଟୋନ୍ୟୁଟ୍ରିଏଣ୍ଟ ଆଣ୍ଟିଅକ୍ସିଡାଣ୍ଟସର ଭଲ ଉତ୍ସ ହୋଇଥାଏ । ତେଣୁ କ୍ୟାନସର ଚିକିତ୍ସା ବେଳେ ଏଗୁଡିକ ନିତିଦିନିଆ ଆହାରରେ ବ୍ୟବହାର କରିବା ଉଚିତ । ପାଣି ଓ ତରଳ ପଦାର୍ଥ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ସମସ୍ତ ବଡି ସେଲର ସଠିକ ସଞ୍ଚାଳନ ପାଇଁ ଏସବୁ ଜରୁରୀ ହୋଇଥାଏ । ଯଥେଷ୍ଟ ପରିମାଣର ପାଣି ନ ପିଇଲେ ବା ବାନ୍ତି ଓ ଡାଇରିଆ ଦ୍ୱାରା ଜଳୀୟ ଅଂଶ ହ୍ରାସ ପାଇଲେ ଡିହାଇଡ୍ରେସନ ହୋଇଥାଏ । ଏହା ବିପଜ୍ଜନକ ବି ସାବ୍ୟସ୍ତ ହୋଇପାରେ ।

କ୍ୟାନସର ଚିକିତ୍ସା ବେଳେ ପ୍ରତିଦିନ ୭ରୁ ୮ ଗ୍ଲାସ ପାଣି ପିଇବା ନିହାତି ଜରୁରୀ । ଆଉ ଯଦି ଚିକିତ୍ସା ବେଳେ ବାନ୍ତି ଓ ଡାଇରିଆ ହୁଏ, ତାହା ହେଲେ ଅତିରିକ୍ତ ତରଳ ପଦାର୍ଥ ନେବା ଜରୁରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.