ETV Bharat / state

ଭୋଟ ଗଣତି କେନ୍ଦ୍ରରେ ପୋଲିସ ଛାଉଣୀ

ଭୋଟ ଗଣତିକୁ ନେଇ ଜନସାଧାରଣ ଓ ବିଭିନ୍ନ ରାଜନୈତିକ ଦଳର କର୍ମୀମାନଙ୍କ ଭିତରେ ବେଶ ଉତ୍ସାହ ଓ ଉତ୍କଣ୍ଠା ଦେଖା ଦେଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସୁବର୍ଣ୍ଣପୁର
author img

By

Published : May 22, 2019, 2:42 PM IST

ସୁବର୍ଣ୍ଣପୁର: ୨୩ ତାରିଖରେ ଭୋଟ ଗଣତି । ଏଥିପାଇଁ ଭୋଟ ଗଣତି କେନ୍ଦ୍ର ଗୁଡ଼ିକରେ ପ୍ରସ୍ତୁତି ଶେଷ ହୋଇସାରିଛି । ଏଥର ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇଟି ବିଧାନ ସଭା ଓ ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀର ଦୁଇଟି ଜୋ୍‌ନ ପାଇଁ ଭୋଟ ଗଣତିକୁ ଆଉ ମାତ୍ର କିଛି ସମୟ ବାକି । ଭୋଟ ଗଣତି ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି । ଏହାସହ ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସୁବର୍ଣ୍ଣପୁର

ଭୋଟ ଗଣତିକୁ ନେଇ ଜନସାଧାରଣ ଓ ବିଭିନ୍ନ ରାଜନୈତିକ ଦଳର କର୍ମୀମାନଙ୍କ ଭିତରେ ବେଶ ଉତ୍ସାହ ଓ ଉତ୍କଣ୍ଠା ଦେଖା ଦେଇଛି । ସୋନପୁର ମହାବିଦ୍ୟାଳୟ ଓ ବୀରମହାରାଜପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟ ଗଣତି କେନ୍ଦ୍ର କରାଯାଇଥିବା ବେଳେ ଉଭୟ ପରିସରକୁ ପୋଲିସ ଛାଉଣୀରେ ପରିଣତ କରାଯାଇଛି । 3ଟି ସ୍ତରରେ ସୁରକ୍ଷା କର୍ମୀମାନଙ୍କୁ ଭୋଟ ଗଣତି କେନ୍ଦ୍ରରେ ନିୟୋଜିତ କରାଯାଇଛି । ପ୍ରତିଟି ଗଣତି କେନ୍ଦ୍ରରେ 4 ପ୍ଲାଟୁନ ପୋଲିସ ଫୋର୍ସ ସାଙ୍ଗକୁ ହୋମ ଗାର୍ଡ ଓ ପୋଲିସ ଅଫିସରମାନଙ୍କୁ ନିୟୋଜିତ କରାଯାଇଛି ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କ ତତ୍ତ୍ବାବଧାନରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି । ଭୋଟ ଗଣତି କେନ୍ଦ୍ରରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ପେଟ୍ରୋଲିଂ ଦଳ ଗଠନ କରାଯାଇଛି । ସୁରକ୍ଷାକର୍ମୀମାନେ ଗଣତି କେନ୍ଦ୍ର ଗୁଡିକୁ ସମଦୂରତ୍ବରେ ଘେରି ରଖିଛନ୍ତି । ଗଣତି କେନ୍ଦ୍ରର ରାସ୍ତାରେ ଯିବା ପାଇଁ ସର୍ବସାଧାରଣଙ୍କୁ ବାରଣ କରାଯାଉଛି । ଏପରିକି ରାଜନୈତିକ ଦଳର କର୍ମୀମାନଙ୍କୁ ଗଣତି କେନ୍ଦ୍ର ଆଗରେ ଭିଡ ଜମାଇବାକୁ ସୁରକ୍ଷା କର୍ମୀମାନେ ବାରଣ କରୁଛନ୍ତି । ଆସନ୍ତାକାଲି କଡା ସୁରକ୍ଷା ଭିତରେ ଭୋଟ ଗଣତି କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟରେ ୬୩ଟି କେନ୍ଦ୍ରର ୨୫୦୦ ଟେବୁଲ୍‌ରେ ମେ ୨୩ରେ ହେବ ଭୋଟ୍‌ ଗଣତି । ସକାଳ ୮ଟାରୁ ୧୫୨ଟି ହଲ୍‌ରେ ହେବ ଗଣତି ପାଇଁ ୬୭୦୦ କର୍ମଚାରୀ ନିୟୋଜିତ ହେବେ । ଭୋଟଗଣତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ECI ଦେଇଛନ୍ତି ନିଷ୍ପତ୍ତି । ସେହିଭଳି ଏଥର ପ୍ରଥମ ଥର ପାଇଁ EVM ସହ VVPATର ସ୍ଲିପ୍ ଗଣନା ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.