ସୁବର୍ଣ୍ଣପୁର: ଟ୍ରେନର ଭ୍ରମ ସୃଷ୍ଟି କରୁଛି ସ୍କୁଲର ସାଇକେଲ ଷ୍ଟାଣ୍ଡ । ପାତାଳୀ ଶ୍ରୀକ୍ଷେତ୍ର ଏକ୍ସପ୍ରେସ ନାମରେ ଏହି ରେଳଗାଡି ପ୍ରକୃତି ଏକ ସାଇକେଲ ଷ୍ଟାଣ୍ଡ । ସୁବର୍ଣ୍ଣପୁର ଜିଲ୍ଲା ଯାଲୋଏ ପଞ୍ଚାୟତ ଅନ୍ତର୍ଗତ କଇରାଝୁଲି ପ୍ରାଥମିକ ବିଦ୍ୟାଳୟର ସାଇକେଲ ଷ୍ଟାଣ୍ଡରେ ରେଳଗାଡିର ଏଭଳି ଚିତ୍ର କରାଯାଇଛି । ଛାତ୍ରଛାତ୍ରୀଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟକୁ ବେଶ ଆକର୍ଷଣୀୟ ଭାବେ ସଜାଯାଇଛି ।
କାନ୍ଥବାଡରେ ମହାପୁରୁଷ ମାନଙ୍କ ଚିତ୍ର, ଦେଶାତ୍ମବୋଧକ ସ୍ଲୋଗାନ, ଓଡିଆ ଓ ଇଂରାଜୀ ଭାଷା ଶିକ୍ଷା ଆଦି ଅଙ୍କା ଯାଇଥିବା ବେଳେ ଫଳଫୁଲର ବିଭିନ୍ନ ବୃକ୍ଷ ଲଗାଯାଇ ବେଶ ସୁନ୍ଦର ଶୈଖିକ ପରିବେଶ ସୃଷ୍ଟି କରାଯାଇଛି । କୋରୋନା କାଳରେ ବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ବିଦ୍ୟାଳୟର ଶିକ୍ଷକମାନେ ଅଭିଭାବକଙ୍କ ସହଯୋଗରେ ଏକ ଶୈକ୍ଷିକ ବାତାବରଣ ସୃଷ୍ଟି କରିଛନ୍ତି ।
ତେବେ ବିଦ୍ୟାଳୟ ଖୋଲିବା ପରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେବା ସହିତ ଅନେକ ପାଠପଢା ପ୍ରତି ଆଗ୍ରହୀ ହେବେ । ବିଦ୍ୟାଳୟଟି ଏବେ ଏକ ପାର୍କର ଭ୍ରମ ସୃଷ୍ଟି କରୁଥିବା ବେଳେ ବିଦ୍ୟାଳୟର ଶିକ୍ଷକଙ୍କ ଏପରି କାର୍ଯ୍ୟକୁ ପ୍ରଶାସନିକ ଓ ଅଭିଭାବକ ମହଲରେ ସ୍ବାଗତ କରାଯିବା ସହିତ ପ୍ରଶଂସା କରାଯାଉଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ