ETV Bharat / state

ଐତିହାସିକ ଲଙ୍କାପୋଡି ପର୍ବ ପାଳିତ - ସପ୍ତପୁରୀ ଅମବାସ୍ୟା

ସପ୍ତପୁରୀ ଅମବାସ୍ୟା ଅବସରରେ ସୁବର୍ଣ୍ଣପୁରରେ ଆୟୋଜିତ ହୋଇଯାଇଛି ପ୍ରସିଦ୍ଧ ଲଙ୍କାପୋଡି ପର୍ବ । ଅଧିକ ପଢ଼ନ୍ତୁ

lankapodi utsav celebration in subarnapur
ଐତିହାସିକ ଲଙ୍କାପୋଡି ପର୍ବ ପାଳିତ
author img

By

Published : Aug 27, 2022, 6:47 PM IST

ସୁବର୍ଣ୍ଣପୁର: ଆଜି (ଶନିବାର) ସପ୍ତପୁରୀ ଅମାବାସ୍ୟା (saptapuri amavasya) । ଏହି ଅବସରରେ ସୁବର୍ଣ୍ଣପୁର ସହରରେ ପାଳିତ ହେବ ଲଙ୍କାପୋଡି ପର୍ବ (lankapodi utsav celebration in subarnapur ) । ଜିଲ୍ଲାର ଏହି ଉତ୍ସବର ଏକ ସ୍ବତନ୍ତ୍ରତା ରହିଛି । ଛୋଟ ପିଲାଙ୍କୁ ଏଥିରେ ସାମିଲ କରି ବେଶ ଆଡ଼ମ୍ବରରେ ଏହା ପାଳନ କରାଯାଏ ।

ଐତିହାସିକ ଲଙ୍କାପୋଡି ପର୍ବ ପାଳିତ

ପରମ୍ପରା ମୁତାବକ ମଧ୍ୟାହ୍ନରେ ଛୋଟ ଛୋଟ ପିଲାଙ୍କୁ ନେଇ ଖେଳାଯାଏ (କାଞ୍ଚିକୁଡ଼ି) । ପୁଅପିଲାମାନେ କାଠ ତିଆରି ହାତୀଘୋଡାକୁ ନେଇ ପୁରା ଉଆଁସ ପର୍ବ ପାଳନ କରିଥାନ୍ତି । ସନ୍ଧ୍ୟାରେ ପର୍ବର ମୁଖ୍ୟ ଆକର୍ଷଣ ଲଙ୍କାପୋଡ଼ି ଉତ୍ସବ ହୋଇଥାଏ । ଛୋଟପିଲାମାନେ ହାତ ତିଆରି ଟେରାକୋଟାର ହନୁମାନଙ୍କ ଲାଙ୍ଗୁଡରେ ନିଆଁ ଲଗାଇ ସହରରେ ପରିକ୍ରମା କରିବେ ଏବଂ ଲୋକେ ସେମାନଙ୍କ ପଛରେ ଯାଇ କିରୋସିନି ଢାଳିବେ ।

ତେବେ ସାରା ଭାରତ ବର୍ଷରେ କେବଳ ସୁବର୍ଣ୍ଣପୁରରେ ହିଁ ଏହା ପାଳନ କରାଯାଏ । ଏକ ଭିନ୍ନ ଧରଣର ହନୁମାନ ମୂର୍ତ୍ତି ବ୍ୟବହାର କରାଯାଉଥିବାରୁ ଏହା ବେଶ ଆକର୍ଷଣୀୟ ଲାଗେ । ଏନେଇ ସୁବର୍ଣ୍ଣପୁର ବାସିନ୍ଦା କହିଛନ୍ତି, "ଐତିହାସିକମାନଙ୍କ ମତରେ ଏହା ହେଉଛି ପଶ୍ଚିମ ଲଙ୍କା । ରାମାୟଣ ଯୁଗରେ ପ୍ରଭୁ ହନୁମାନ ସୀତାଙ୍କୁ ରକ୍ଷା କରିବା ପାଇଁ ଯେଉଁଭଳି ଭାବେ ଲଙ୍କା ଦହନ କରିଥିଲେ, ସେହି ସ୍ମୃତିକୁ ବଜାୟ ରଖିବା ପାଇଁ ଲଙ୍କାପୋଡି ପର୍ବ ପାଳନ କରାଯାଏ ।"

ଏହା ମଧ୍ୟ ପଢ଼ନ୍ତୁ: National Sports Day 2022, ସୁବର୍ଣ୍ଣପୁରରେ ଆୟୋଜନ ହେବ ମାରାଥନ

ଅମବାସ୍ୟା ଅନ୍ଧାରରେ ଆଲୋକର ଦୀପଶିଖା ଦେଖାଇବା ଉତ୍ସବର ମୂଳ ଉଦ୍ଦେଶ୍ୟ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ସହରରେ ଚାଲି ଆସୁଥିବା ପ୍ରାଚୀନ ପରମ୍ପରାକୁ ବଜାୟ ରଖିବା ସହ ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ବେଶ ଧୁମଧାମରେ ପାଳନ କରାଯାଏ । ଏହି ଅବସରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜିନ କରାଯାଏ । ଲଙ୍କାପୋଡି ପର୍ବ କମିଟି ପକ୍ଷରୁ ହନୁମାନ ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ଏଭଳି ଏକ ନିଆରା ପର୍ବ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମିବ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.