ETV Bharat / state

ଅଖିଳ ଭାରତୀୟ ଅଙ୍ଗନୱାଡି ମହିଳା କର୍ମୀଙ୍କ ସମ୍ମିଳନୀ

author img

By

Published : Feb 20, 2021, 8:56 PM IST

ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ ଅଙ୍ଗନୱାଡି ମହିଳା କର୍ମୀମାନଙ୍କ ଏକ ସମ୍ମିଳନୀ ସୁବର୍ଣ୍ଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ଦେଶ ବ୍ୟାପି ଆନ୍ଦୋଳନର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଛି । ଅଧିକ ପଢନ୍ତୁ...

people are Get ready for the protest
ଆନ୍ଦୋଳନ ପାଇଁ ସଜବାଜ

ସୁବର୍ଣ୍ଣପୁର: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଖିଳ ଭାରତୀୟ ଅଙ୍ଗନୱାଡି ମହିଳା କର୍ମୀମାନଙ୍କ ଏକ ସମ୍ମିଳନୀ ସୁବର୍ଣ୍ଣପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ଦେଶ ବ୍ୟାପି ଆନ୍ଦୋଳନର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଛି ।

ଆନ୍ଦୋଳନ ପାଇଁ ସଜବାଜ

ଅଙ୍ଗନୱାଡି କର୍ମୀମାନଙ୍କୁ ସରକାରୀ ମାନ୍ୟତା, ସର୍ବନିମ୍ନ ୧୮ ହଜାର ଦରମା ପ୍ରଦାନ, ରଷ୍ଟ୍ରୀୟ ଶିକ୍ଷାନିତୀ-୨୦୨୦ ଅନୁଯାୟୀ ସମସ୍ତ କର୍ମୀଙ୍କୁ ଶିକ୍ଷକ ମାନ୍ୟତା ପ୍ରଦାନ, ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ୧୫ ଶହ ଟଙ୍କା ପ୍ରଦାନ ଆଦି ୧୧ ଦଫା ଦାବି ନେଇ ଦେଶ ବ୍ୟାପି ଆନ୍ଦୋଳନ କରାଯିବା ପାଇଁ ନିଷ୍ପତି ହୋଇଛି । ଏହି ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନି ଦିଆଯାଇଛି ।

people are Get ready for the protest
ଆନ୍ଦୋଳନ ପାଇଁ ସଜବାଜ

ଏହି ବୈଠକରେ ଅଖିଳ ଭାରତୀୟ ଅଙ୍ଗନୱାଡି ମହିଳା କର୍ମଚାରୀ ସଂଘର ସାଧାରଣ ସମ୍ପାଦିକା ଅଞ୍ଜଳି ପଟେଲ, ଜିଲ୍ଲା ସଭାନେତ୍ରୀ ମମତା ପଣ୍ଡା ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ଓ ଜିଲ୍ଲା ତଥା ଜିଲ୍ଲା ବାହାରର ଅଙ୍ଗନୱାଡି କର୍ମୀ ସାମିଲ ହୋଇ ଆଲୋଚନାରେ ଭାଗ ନେଇଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.