ETV Bharat / state

ବିଜେଡିରୁ ପଞ୍ଚମ ଥର ପାଇଁ ବିଜୟୀ ହେଲେ ନିରଞ୍ଜନ ପୂଜାରୀ

ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ବିଜେପି ପ୍ରାର୍ଥୀ ଅଶୋକ ପୂଜାରୀଙ୍କୁ ଶୋଚନୀୟ ଭାବେ ପରାସ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ସୁବର୍ଣ୍ଣପୁର
author img

By

Published : May 24, 2019, 10:56 AM IST

ସୁବର୍ଣ୍ଣପୁର: ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ବିଜେପି ପ୍ରାର୍ଥୀ ଅଶୋକ ପୂଜାରୀଙ୍କୁ ଶୋଚନୀୟ ଭାବେ ପରାସ୍ତ କରିଛନ୍ତି । ନିରଞ୍ଜନ 25 ହଜାର 7 ଶହ 25 ଖଣ୍ଡ ଭୋଟ ଅଧିକ ପାଇ ଅଶୋକଙ୍କ ଠାରୁ ବିଜୟୀ ଘୋଷିତ ହୋଇଛନ୍ତି। ବିଧାୟକ ଭାବେ ପଞ୍ଚମ ଥର ପାଇଁ ପୂଜାରୀ ନିର୍ବାଚିତ ହେବା ପରେ ବିଜେଡି ମହଲରେ ଉତ୍ସାହ ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ସୁବର୍ଣ୍ଣପୁର

ତେବେ ଗଣତି ସମୟରେ ନିରଞ୍ଜନ ଆଗୁଆ ଥିବାରୁ ଗଣତି କେନ୍ଦ୍ର ଆଗରେ ବିଜେଡି କର୍ମୀଙ୍କ ଭିଡ ଆରମ୍ଭ ହୋଇଯାଇଥିଲା । ସୂଚନା ଅନୁସାରେ ନିରଞ୍ଜନ ପୂଜାରୀ ପାଞ୍ଚ ଥର ପାଇଁ ବଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟ କ୍ୟାବିନେଟରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି।

ଗତକାଲି ରାତିରେ ନିରଞ୍ଜନ ପୂଜାରୀ ବିଜୟୀ ହେବା ପରେ ବିଜେଡି କର୍ମୀ ଓ ସମର୍ଥକଙ୍କ ଗହଣରେ ସହରର ଇଷ୍ଟଦେବୀ ମା ସୁରେଶ୍ବରୀଙ୍କ ମନ୍ଦିରକୁ ଯାଇ ଦେବୀ ମାଙ୍କୁ ଦର୍ଶନ କରିଥିଲେ। ନିର୍ବାଚନରେ ବିଜୟୀ ହେବାରେ ଶ୍ରେୟ ସେ ତାଙ୍କ ନିର୍ବାଚନ ମଣ୍ଡଳୀର ଭୋଟର ଭାଇ ଭଉଣୀମାନଙ୍କୁ ଦେଇଛନ୍ତି ।

ଏହାସହ ଜିଲ୍ଲାର ସାମଗ୍ରୀକ ବିକାଶ ତଥା ଶାନ୍ତି ,ମୈତ୍ରୀ ଓ ପ୍ରଗତି ତାଙ୍କର ପ୍ରାଥମିକତାର ଶୀର୍ଷରେ ରହିଛି ବୋଲି ଗଣମାଧ୍ୟମ ଆଗରେ ନିରଞ୍ଜନ ପ୍ରତିକ୍ରୀୟା ରଖିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.