ETV Bharat / state

ଶୀତଳ ଷଷ୍ଠୀ ଯାତ୍ରା; ମନ୍ଦିରକୁ ଫେରିଲେ ଦେବ ଦମ୍ପତି

ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ସୁବର୍ଣ୍ଣପୁର ଜିଲ୍ଲାର ଐତିହାସିକ ଶୀତଳ ଷଷ୍ଠୀ  ଯାତ୍ରା । ତେବେ ଏହି ପର୍ଯ୍ୟାୟରେ ନବ ଦେବ ଦମ୍ପତି ମନ୍ଦିରକୁ ଫେରିଛନ୍ତି ।

author img

By

Published : Jun 9, 2019, 4:45 PM IST

ସୁବର୍ଣ୍ଣପୁର: ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ସୁବର୍ଣ୍ଣପୁର ଜିଲ୍ଲାର ଐତିହାସିକ ଶୀତଳ ଷଷ୍ଠୀ ଯାତ୍ରା । ତେବେ ଏହି ପର୍ଯ୍ୟାୟରେ ନବ ଦେବ ଦମ୍ପତି ମନ୍ଦିରକୁ ଫେରିଛନ୍ତି । ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତୀମା ବାବା ଚନ୍ଦ୍ରଶେଖର ମାତା ପାର୍ବତୀଙ୍କ ପାଣି ଗ୍ରହଣ କରି କନ୍ୟାପିତା ବାସଭବନରେ ଦିନେ ଅବସ୍ଥାନ କରିବା ପରେ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ନବ ଦେବ ଦମ୍ପତି ଆଜି ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ନଗର ପରିକ୍ରମା କରି ରାଜରାସ୍ତାରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ବାବା ଚନ୍ଦ୍ରଶେଖର ସହରର ଅଷ୍ଟବିଷ୍ଣୁ ଓ ଅଷ୍ଟଶମ୍ଭୁଙ୍କ ସହିତ ମାତା ପାର୍ବତୀଙ୍କୁ ଘେନି ମଧ୍ୟାହ୍ନରେ ମନ୍ଦିରକୁ ପ୍ରବେଶ କରିଛନ୍ତି । ତେବେ ରାଜୁଡା ଅମଳରୁ ମହଣ ରୂପାରେ ତିଆରି ବିମାନ,108 ଭରି ସ୍ବର୍ଣ୍ଣ ନାଗ ଓ ଦେବ ଦମ୍ପତିଙ୍କ ଅଳଙ୍କାର ଯାତ୍ରା ମୁଖ୍ୟ ଆକର୍ଷଣ ପାଲଟିଥିବା ବେଳେ ତାକୁ ଦେଖିବାକୁ ସହରରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଜମିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ସ୍ଲଗ:- ବ୍ରହ୍ମପୁର ସହରର ବସ୍ତି ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ଚାଲିଛି ସର୍ଭେ....

ରିପୋର୍ଟର: ସମୀର ଆଚାର୍ଯ୍ୟ,

ଫମାର୍ଟ  :ପ୍ୟାକେଜ,

ସ୍ଥାନ    :   ବ୍ରହ୍ମପୁର ,

ତାରିଖ : ୦୮-୦୬-୧୮.(ଭିଜୁଆଲ ମୋଜୋ ରେ ଯାଇଛି)

(ଆଙ୍କର)- ବ୍ରହ୍ମପୁର ସହରରେ ରହିଥିବା  ବସ୍ତି ଅଞ୍ଚଳର ବିକାଶ ପାଇଁ ସରକାର ଙ୍କ ପକ୍ଷରୁ କରାଯାଇଛି ଯୋଜନା  । କେଉଁବସ୍ତିରେ  ରହିଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ।  ବସ୍ତିରେ ପାନୀୟ ଜଳ ଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ କଣ ସମସ୍ୟା ରହିଛି ଏପରିକି ବିଦ୍ୟାଳୟ ଏବଂ ଅଙ୍ଗନାୱାଡି କେନ୍ଦ୍ର ଭଳି  ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା କଣ ରହିଛି  । ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଗାମୀ ଏକ ସପ୍ତାହ ଧରି ସହରରେ ଆଠଟି ଟିମ୍ ସମସ୍ତ ବ୍ୟବସ୍ଥାକୁ ଅନୁଧ୍ୟାନ କରିବ  । ସର୍ଭେ ରିପୋର୍ଟ ମିଳିବା ପରେ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।      

(ଭି.ଓ-୧)- ରେଶମ ସହର ବ୍ରହ୍ମପୁର ରେ ରହିଥିବା ବସ୍ତି ଅଞ୍ଚଳର ବିକାଶ ପାଇଁ  ରାଜ୍ୟ ସରକାର ଙ୍କ ଜାଗା ଯୋଜନାରେ ଆରମ୍ଭ କରାଯାଇଛି ସର୍ଭେ କାର୍ଯ୍ୟ  ।  ସରକାର ଙ୍କ ନିର୍ଦ୍ଧେଶ ମୁତାବକ ସହରରେ ରହିଥିବା ୪୦ ଟି ୱାର୍ଡ ର ୧୬୨ ଟି ବସ୍ତିରେ ଆଗାମୀ ଏକ ସପ୍ତାହ ଧରି କରାଯିବ ଏହି ସର୍ଭେ କାର୍ଯ୍ୟ  । ବସ୍ତି ଅଞ୍ଚଳରେ ପାନୀୟ ଜଳ ଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ କିଭଳ ସୁବିଧା ରହିଅଛି ବସ୍ତି ବାସିନ୍ଦା ମାନେ କେଉଁ ରାସ୍ତା ଦେଇ ଯାତାୟତ କରୁଛନ୍ତି ,ସେଟାରେ ବିଦ୍ୟାଳୟ ଏବଂ ଅଙ୍ଗନାୱାଡି କେନ୍ଦ୍ର ରହିଛି କି ନାହିଁ ଏଭଳି  ୨୩ ରୁ ୨୪ ଟି ବିଷୟକୁ ନେଇ ଅନୁଧ୍ୟାନ କରିବ ଏହି ଟିମ୍  । ଏଥିପାଇଁ ମୋଟ ୮ ଟି ଟିମ୍ କରାଯାଇଥିବା ବେଳେ  ପ୍ରତେକ ଦିନ ସେମାନେ ଚାରିରୁ ପାଞ୍ଚୋଟି ବସ୍ତି କୁ ଅନୁଧ୍ୟାନ କରିବା ସହ ଚୁଡାନ୍ତ ରିପୋର୍ଟ ପ୍ରଦାନ କରିବା ପରେ ଆଗାମୀ ଜୁଲାଇ ମାସରେ ଏହାକୁ ନେଇ ଟେଣ୍ଡର କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ମହାନଗର ନିଗମ ର କମିଶନର

ବାଇଟ୍- ଚକ୍ରୱତି ସିଂ ରାଠୋର (କମିଶନର-ବ୍ରହ୍ମପୁର ମହାନଗର ନିଗମ)

(ଭି.ଓ-୨)-ସେପଟେ ସରକାର ଙ୍କ ଜାଗା  ଯୋଜନା ଅନେକ ମାତ୍ରାରେ ଭଲ  ରହିଥିବା ବେଳେ ବସ୍ତି ଅଞ୍ଚଳରେ କିଭଳି ଏହି ଯୋଜନାରେ କାର୍ଯ୍ୟ ହେବ ସେ ନେଇ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଥିବା କହିଛନ୍ତି ନିଗମର ପୂର୍ବତନ କର୍ପୋରେଟର । ପୂର୍ବରୁ ସରକାର ଙ୍କ ରାଜିବ ଆବାସ ଯୋଜନା ରେ ହୋଇଥିବା ସର୍ଭେ ପରେ ଅଦ୍ୟାବଧି ବହୁ ଗରୀବ ପରିବାରର ବ୍ୟକ୍ତିବିଶେଷ ଗୃହ ପାଇପାରିନଥିବା କୁହାଯାଇଛି  । ସେପଟେ ସରକାର ଙ୍କ ଏଭଳି ପଦକ୍ଷେପ କୁ ବସ୍ତି ଅଞ୍ଚଳ ବାସିନ୍ଦା ସ୍ୱାଗତ କରିବା ସହ ସହରର ବହୁ ବସ୍ତିରେ କେବଳ ସମସ୍ୟା ହିଁ ସମସ୍ୟା ରହିଥିବା କୁହାଯାଇଛି  । ସହରର ପିଚିପିଚା ନଗର ବାସିନ୍ଦା ଦୀର୍ଘ ବର୍ଷ ଧରି ବହୁ ସମସ୍ୟା ମଧ୍ୟରେ ରହି ଆସୁଥିବା ବେଳେ  ବର୍ଷା ଦିନରେ ରାସ୍ତାରେ ଯାତାୟତ କରିବା ଏକ ପ୍ରକାର କଷ୍ଟକର ହୋଇପଡେ  ବୋଲି କହିଛନ୍ତି  । ୧୬୦ଟି  ପରିବାର ରହୁଥିବା ଏହି ବସ୍ତିରେ ନିୟମିତ ଭାବରେ ପର୍ଯ୍ୟାୟ ପରିମାଣରେ ପାନୀୟ ଜଳ ଯୋଗାଣ ହୋଇପାରୁନଥିବା ବେଳେ  ଡ୍ରେନ ସମସ୍ୟା ସୁଧାରିପାରି ନଥିବା ଯୋଗୁଁ  ପରିମଳ ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ଥ ହୋଇପଡିଥିବା କହିଛନ୍ତି  ।

ବାଇଟ୍- ଅଶୋକ କୁମାର ଶୁକ୍ଲା୍(ବ୍ରହ୍ମପୁର ବାସିନ୍ଦା)

ବାଇଟ୍-ସିମାଞ୍ଚଳ ପଣ୍ଡା(ପିଚିପିଚା ନଗର ବାସିନ୍ଦା)

(ଫା.ଭି.ଓ)-ବର୍ଷ ବର୍ଷ ଧରି ବହୁ ଗରୀବ ପରିବାରର ସଦସ୍ୟ ମାନେ ସହରର ବିଭିନ୍ନ ତଳି ଅଞ୍ଚଳ ଠାରୁ ଆରମ୍ଭ କରି ବିଭିନ୍ନ ୱାର୍ଡରେ ଅତ୍ୟନ୍ତ  କଷ୍ଟରେ ଜୀବନ ବିତାଉଥିବା ବେଳେ ଶେଷରେ ସରକାର ଙ୍କ ପକ୍ଷରୁ ଜାଗା ଯୋଜନାରେ ଉକ୍ତ ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟ କରାଯିବା ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅପେକ୍ଷା ବସ୍ତି ଅଞ୍ଚଳର ବିକାଶ ପାଇଁ କିଭଳି ନିଆଯାଉଛି ପଦକ୍ଷେପ    ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ .....  

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.