ETV Bharat / state

ସମ୍ବଲପୁର ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

author img

By

Published : Nov 11, 2019, 11:11 PM IST

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ସମ୍ବଲପୁର ଗସ୍ତ । ବିଭିନ୍ନ ବିଷୟ ନେଇ ବିଡି଼ଓଙ୍କ ସହ ଆଲୋଚନା। ଅଧିକ ପଢ଼ନ୍ତୁ...

ସମ୍ବଲପୁର ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ସମ୍ବଲପୁର: ଜିଲ୍ଲା ଗସ୍ତରେ ଆସିଥିଲେ ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡ଼ିସି) ଅଧ୍ୟକ୍ଷ ସୁବାସ ଚୌହାନ। ସୋମବାର ସମ୍ବଲପୁର ଗସ୍ତରେ ଆସି ଡିଆରଡିଏର ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଥିଲେ।

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନ ସୋମବାର ଡିଆରଡିଏର ସମ୍ମିଳନୀ କକ୍ଷରେ ଜିଲ୍ଲାର ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ ବ୍ଲକ ଗୁଡ଼ିକର ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହ ବୈଠକ କରିଥିଲେ। ବୈଠକରେ ବ୍ଲକକୁ ଦିଆଯାଇଥିବା ପାଣ୍ଠିର କାର୍ଯ୍ୟକାରିତା ସ୍ଥିତି ନେଇ ସମୀକ୍ଷା କରିଥିଲେ ସେ। ଜିଲ୍ଲାରେ ମୁଖ୍ୟତଃ ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସଂଯୋଗୀକରଣ ଓ ସଡକ ନିର୍ମାଣ ନେଇ ଗୁରୁତ୍ବ ଦିଆଯାଉଛି ବୋଲି ସୂଚନା ଦିଆଯାଇଛି। ଏହାସହ ବାକି ଥିବା କାର୍ଯ୍ୟର ହିସାବ 7 ଦିନ ମଧ୍ୟରେ ବିଭାଗୀୟ ଅଧିକାରୀଙ୍କୁ ଦାଖଲ କରାଯିବାକୁ କୁହାଯାଇଛି।

ତେବେ ପଶ୍ଚିମ ଓଡିଶାର ବରଗଡ଼ ଜିଲ୍ଲାରେ କର୍କଟ ରୋଗୀ ସଂଖ୍ୟା ବଢ଼ୁଥିବାରୁ ଅଗାମୀ ଦିନରେ ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀରରେ କର୍କଟ ରୋଗର ଚିକିତ୍ସା ପାଇଁ ସବୁ ପ୍ରକାର ଯନ୍ତ୍ରପାତି ସହ ଭିତ୍ତିଭୂମିର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଗସ୍ତରେ ଡ଼ବ୍ଲ୍ୟଓଡ଼ିସି ଅଧ୍ୟକ୍ଷ ସୁବାସ ଚୌହାନ।ଆଜି ସେ ସମ୍ବଲପୁର ଗସ୍ତରେ ଆସି ଡି ଆର ଡି ଏ ର ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଛନ୍ତି।

Body:ସମ୍ବଲପୁର ରେ ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ସୁବାସ ଚୌହାନ।ଆଜି ଡି ଆର ଡି ଏ ର ସମ୍ମିଳନୀ କକ୍ଷରେ ଜିଲ୍ଲାର ଲାଇନ ଡିପାର୍ଟମେଂଟ ର ଅଧିକାରୀ ଓ ବ୍ଲକ ଗୁଡ଼ିକ ର ବିଡ଼ିଓ ଙ୍କ ସହ ଆଲୋଚନା କରି ଦିଆଯାଇଥିବା ପାଣ୍ଠି ର କାର୍ଯ୍ୟକାରିତା ର ସ୍ଥିତି ନେଇ ସମୀକ୍ଷା କରିଛନ୍ତି ସୁବାଷ ଚୌହାନ।ଜିଲ୍ଲାରେ ମୁଖ୍ୟତଃ ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ,ବିଦ୍ୟୁତ ସଂଯୋଗୀକରଣ ଓ ସଡକ ନିର୍ମାଣ ନେଇ ଗୁରୁତ୍ୱ ଦିଆ ଯାଉଛି ବୋଲି ସୂଚନା ଦିଆଯାଇଛି। ଏହାସହ ବାକି ଥିବା କାର୍ଯ୍ୟର ହିସାବ 7 ଦିନ ଭିତରେ ବିଭାଗୀୟ ଅଧିକାରୀ ଙ୍କୁ ଦାଖଲ କରାଯିବାକୁ କୁହାଯାଇଛି।

Conclusion:ତେବେ ପଶ୍ଚିମ ଓଡିଶାର ବରଗଡ଼ ଜିଲ୍ଲାରେ କେନ୍ସର ରୋଗୀ ସଂଖ୍ୟା ବଢ଼ୁଥିବାରୁ ଅଗାମୀ ଦିନରେ ସମ୍ବଲପୁର, ବରଗଡ଼ ଓ ବଲାଙ୍ଗୀର ରେ କେଂସର ଚିକିତ୍ସା ପାଇଁ ସବୁ ପ୍ରକାର ଯନ୍ତ୍ରପାତି ସହ ଭିତ୍ତିଭୂମି ର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

ବାଇଟ-1-ସୁବାଷ ଚୌହାନ,ଅଧ୍ୟକ୍ଷ,WODC.
ବାଇଟ-2-ମାନସୀ ଶତପଥୀ,ଯୁଗ୍ମ ନିର୍ଦ୍ଦେଶକ,WODC.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.