ETV Bharat / state

ନିଶା ବେପାରୀଙ୍କ ଭୂସ୍ବର୍ଗ ସମ୍ବଲପୁର, ଟାର୍ଗେଟରେ ଯୁବସମାଜ

ବେଆଇନ କଫ ସିରଫ ବ୍ୟବସାୟର ବୁଢିଆଣୀ ଜାଲରେ ସମ୍ବଲପୁର ସହର । କଫ୍ ସିରଫ୍ ନିଶା ଜାଲରେ ଛନ୍ଦି ହେଉଛନ୍ତି ଯୁବପିିଢି । କଫ୍ ସିରଫ୍ ନିଶା ବେପାରୀଙ୍କ ଭୂସ୍ବର୍ଗ ସାଜିଛି ସମ୍ବଲପୁର ସହର। ଅଧିକ ପଢନ୍ତୁ...

ନିଶା ବେପାରୀଙ୍କ ଭୂସ୍ବର୍ଗ ସମ୍ବଲପୁର
ନିଶା ବେପାରୀଙ୍କ ଭୂସ୍ବର୍ଗ ସମ୍ବଲପୁର
author img

By

Published : Nov 5, 2020, 9:57 PM IST

ସମ୍ବଲପୁର: ବେଆଇନ କଫ ସିରଫ ବ୍ୟବସାୟର ବୁଢିଆଣୀ ଜାଲରେ ସମ୍ବଲପୁର ସହର । କଫ୍ ସିରଫ୍ ନିଶା ଜାଲରେ ଛନ୍ଦି ହେଉଛନ୍ତି ଯୁବପିିଢି । କଫ୍ ସିରଫ୍ ନିଶା ବେପାରୀଙ୍କ ଭୂସ୍ବର୍ଗ ସାଜିଛି ସମ୍ବଲପୁର ସହର। ବାରମ୍ବାର ପୋଲିସ ପ୍ରଶାସନ ତରଫରୁ ଚଢାଉ ହେଉଥିଲେ ବି କମୁନି ଏହି ନିଶା କାରବାର। ପୋଲିସ ପ୍ରଶାସନର ନାକତଳେ ବେଧଡକରେ ଚାଲିଛି ଚୋରା କଫ ସିରଫ କାରବାର । ଏହାଦ୍ୱାରା ଯୁବପିିଢି ଓ ନାବାଳକଙ୍କ ମଧ୍ୟରେ ବଢୁଛି ଅପରାଧ ପ୍ରବଣତା । ତେବେ କାହିଁକି ଯୁବପିଢି ଏହି ନିଶା ପ୍ରତି ଆକୃଷ୍ଟ ହେଉଛନ୍ତି ଆସନ୍ତୁ ଦେଖିବା ରିପୋର୍ଟ।

ନିଶା ବେପାରୀଙ୍କ ଭୂସ୍ବର୍ଗ ସମ୍ବଲପୁର, ଟାର୍ଗେଟରେ ଯୁବସମାଜ

ଏହି ବ୍ୟବସାୟର ମୁଖ୍ୟ ଗ୍ରାହକ ହେଉଛନ୍ତି ଯୁବପିଢି ଓ ନାବାଳକବର୍ଗ। ବେକାରୀ ସମସ୍ୟା ତଥା କୁସଙ୍ଗତରେ ପଡି ମୁଖ୍ୟତଃ ଯୁବପିଢ଼ି ଏହି ନିଶାକୁ ଆପଣେଇ ନେଉଛନ୍ତି । ଏହାପରେ ଧୀରେ ଧୀରେ ଏହି ନିଶାର କବଳରୁ ଯୁବପିିଢି ଆଉ ମୁକୁଳି ନ ପାରି ଅପରାଧ କରିବାକୁ ପଛାଉ ନାହାଁନ୍ତି । ଏହି କାରଣରୁ ସମ୍ବଲପୁରରେ ଡକାୟତି, ଦାଦାବଟି, ଚୋରି, ଦୁଷ୍କର୍ମ ଆଦି ଅପରାଧ ଘଟୁଛି । ତେବେ ଏହି ନିଶା ପ୍ରତି ଯୁବପିଢି ଆକୃଷ୍ଟ ହେବାର ଅନେକ ଗୁଡିଏ ଦିଗ ରହିଥିବାର ଡାକ୍ତର କୁହନ୍ତି । ମୁଖ୍ୟତଃ ଏହା ଯେ କୌଣସି ସ୍ଥାନରେ ସହଜ ଉପାୟରେ ଅତି କମ୍ ଖର୍ଚ୍ଚରେ ଉପଲବ୍ଧ ହେଉଛି । ମଦ ପରି ଏହି ନିଶାକୁ କିଣିବାକୁ ଦୋକାନ କାଉଣ୍ଟରକୁ ଯିବାକୁ ପଡୁନି । ଫୋନ୍ କଲେ ବେପାରୀମାନେ ଯେକୌଣସି ସ୍ଥାନକୁ ଏହା ପହଞ୍ଚାଇ ଦେଇ ଯାଉଛନ୍ତି ।

ତେବେ ପରବର୍ତ୍ତୀ ସମୟରେ ଏହା କୁଅଭ୍ୟାସରେ ପରିଣତ ହୋଇଗଲା ପରେ ଏହାକୁ ସେବନ ନକଲେ ମନ ଅଶାନ୍ତ ଓ ହିଂସ୍ର ହେଉଛି । ଏଭଳି ପରିସ୍ଥିତିରେ ଯୁବପିଢି ଅପରାଧ କରିବାକୁ ମଧ୍ୟ ପଛାନ୍ତି ନାହିଁ ବୋଲି ଡାକ୍ତର କୁହନ୍ତି। ତେବେ ପୋଲିସ ପ୍ରଶାସନ ପକ୍ଷରୁ ଏହାକୁ ରୋକିବା ପାଇଁ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇ ସୂଚନା ମିଳିଲେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି ବୋଲି ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଏହାର ଚେର ରାଜ୍ୟ ବାହାରକୁ ଲମ୍ବିଥିବାରୁ ଏଥିରେ ଅଙ୍କୁଶ ଲାଗି ପାରୁନି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.