ସମ୍ବଲପୁର: ଆଗକୁ ବିଦାୟ ନେବାକୁ ଯାଉଛି ବର୍ଷ 2021 । ଏହି ଅବସରରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଚାଲିଛି । କିନ୍ତୁ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହା ଉପରେ କଡା କଟକଣା ଲଗାଯାଇଛି । ତେଣୁ ସମ୍ବଲପୁରରେ କିପରି SRC ଙ୍କ ଗାଇଡ଼ଲାଇନ ଅନୁସରଣ କରାଯିବ ସେଥିପ୍ରତି କଡା ନଜର ରଖାଯାଇଥିବା କହିଛନ୍ତି SP ।
ଏଥିସହ ଏଥର ମଧ୍ୟ ଘରେ ରହି ନୂଆବର୍ଷ ମନାଇବାକୁ ଅପିଲ କରିଛନ୍ତି । SP କହିଛନ୍ତି ଯେ, ସମ୍ବଲପୁରରେ ଜିରୋ ନାଇଟ ଓ ନବବର୍ଷ ସେଲିବ୍ରେସନ ଉପରେ ରହିବ ପୋଲିସର କଡା ନଜର । SRC ଙ୍କ ଗାଇଡ଼ଲାଇନ ଅନୁସାରେ ସମ୍ବଲପୁର ସହରର ହୋଟେଲ, ରେସ୍ତୋଁରା ଓ ଅନ୍ୟ ମଣ୍ଡପ ଉପରେ ସମ୍ବଲପୁର ପୋଲିସ କଡା ନଜର ରଖିବ । ଏହା ସହ 50 ଜଣ ମଧ୍ୟରେ, ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ଓ ସାନିଟାଇଜର ବ୍ୟବହାର କରି ନୂଆବର୍ଷ ମନାଇବକୁ SP ଅପିଲ କରିଛନ୍ତି ।
ଏହା ସହ ଜିରୋ ନାଇଟ ଓ ନୂଆବର୍ଷ ଦିନ ପୋଲିସ ପେଟ୍ରୋଲିଂକୁ କଡା କଡ଼ି କରାଯିବ ଓ ଆଇନ ଶୃଙ୍ଖଳା ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି SP ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ