ସମ୍ବଲପୁର: ସମ୍ବଲପୁର ବୁର୍ଲା ପାୱାର ଚ୍ୟାନାଲ ବ୍ରିଜ ଉପରୁ ପଡି ଭିସୁଟ ପାସ ଆଉଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶନୀଙ୍କ ମୃତ୍ୟୁ ଘଟଣା । ଏନେଇ ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ପ୍ରତିକ୍ରିୟା ରଖିଛନ୍ତି l ସେ କହିଛନ୍ତି ଯେ ବର୍ତ୍ତମାନ ଘଟଣା ସ୍ଥଳରେ ମିଳିଥିବା ପ୍ରମାଣ, ଟେକ୍ନିକାଲ ଏଭିଡେଂସ କୁ ଆଧାର କରି ପ୍ରାରମ୍ଭିକ ତଦନ୍ତ ଜାରି ରହିଛି l ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇ ନାହିଁ l ସିକ୍ବେନ୍ସ ଅଫ ଇଭେଣ୍ଟ କୁ ଆଧାର କରି ପୋଲିସ ର ତଦନ୍ତ ଜାରି ରହିଛି । CRPC କୁ ଆଧାର କରି ତଦନ୍ତ ଜାରି ରହିଛି ତେଣୁ ଏଥିରେ ସମୟ ଲାଗିବ ବୋଲି ଆଇଜି କହିଛନ୍ତି l ସେପଟେ ଗତକାଲି ଭିସୁଟ ଛାତ୍ରୀ ଚିନ୍ମୟୀ ଙ୍କ ମୃତଦେହ ଉଦ୍ଧାର ହେବା ପରେ ତାଙ୍କ ପରିବାର ଲୋକେ ଚିନ୍ମୟୀ ଙ୍କୁ ହତ୍ୟା କରାଯାଇଥିବା ର ଅଭିଯୋଗ କରିଥିଲେ l
ସୂଚନା ଯୋଗ୍ୟ ଯେ , ସମ୍ବଲପୁର ଜିଲ୍ଲା ବୁର୍ଲା ସହରରେ ଗତ ମଙ୍ଗଳବାର ଦିନ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ ର ସମାବର୍ତ୍ତନ ଉତ୍ସବ ଥିଲା। ତେଣୁ ଏଥିରେ ଯୋଗ ଦେବାକୁ ଆସିଥିବା ଚିନ୍ମୟୀ ପ୍ରିୟଦର୍ଶିନୀ ମଙ୍ଗଳବାର ରାତି ପ୍ରାୟ 10 ଟା ସମୟରେ ନିଜର ଜଣେ ବନ୍ଧୁଙ୍କ ସହ ବାଇକ ରେ ପାୱାର ଚ୍ୟାନେଲ ଆଡକୁ ବୁଲିବାକୁ ଆସିଥିଲେ l ହେଲେ କିଛି ସମୟ କଥା ହେବା ପରେ ଚିନ୍ମୟୀ ଅଚାନକ ପାୱାର ଚ୍ୟାନେଲ ର ଗଭୀର ପାଣିକୁ ଡେଇଁ ପଡ଼ିଥିଲେ ବୋଲି ଚର୍ଚ୍ଚା ହୋଇଥିଲା l
ଏନେଇ ତାଙ୍କର ବନ୍ଧୁ , ଭିସୁଟ କର୍ତ୍ତୃପକ୍ଷ, ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ l ଏହା ପରେ ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ ହେଲେ କୌଣସି ଖୋଜ ଖବର ମିଳି ନ ଥିଲା l ସେଦିନ ରାତି ପ୍ରାୟ 10 ଟା ପର୍ଯ୍ୟନ୍ତ ଖୋଜା ଖୋଜି ଜାରି ରହିଥିଲା l ପୁଣି ବୁଧବାର ଦିନ ସକାଳୁ ଖୋଜା ଖୋଜି ଆରମ୍ଭ କରିବା ପରେ ବୁର୍ଲା ଅଗ୍ନିଶମ ବିଭାଗ ଛାତ୍ରୀଙ୍କ ମୃତ ଦେହ କୁ ଉଦ୍ଧାର କରିଥିଲା l ଏନେଇ ବୁର୍ଲା SDPO , ଥାନା ଅଧିକାରୀ, ଭିସୁଟ କତୃପକ୍ଷ ଙ୍କ ଉପସ୍ଥିତି ରେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା l
ପ୍ରକାଶ ଥାଉକି, ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ବଲାଙ୍ଗୀର ଜିଲ୍ଲା ର ବାସିନ୍ଦା ଅଟନ୍ତି l ସେ ଭିସୁଟ ଆଇଟି ବିଭାଗ ରେ ସ୍ନାତକୋତ୍ତର ପାସ କରିଥିଲେ । ଗତ ମଙ୍ଗଳବାର ଭିସୁଟ ର ସମାବର୍ତ୍ତନ ଉତ୍ସବ ଥିବା ବେଳେ ସେ ସାର୍ଟିଫିକେଟ ନେବା ପାଇଁ ଆସିଥିଲେ l ତେବେ ସେହି ଦିନ ରାତିରେ ନିଜର ବନ୍ଧୁ ତଥା ସହପାଠୀ ଭୁବନେଶ୍ୱର ବିଜେବି ନଗରର ପ୍ରୀତିମାନ ଦେଙ୍କ ସହ ସେ ମନ ଭଲ ନଥିବା କହି ପାୱାର ଚ୍ୟାନେଲ ଆଡକୁ ବୁଲିବାକୁ ଆସିଥିଲେ ବୋଲି ଜଣାପଡିଛି l ତେବେ କିଛି ସମୟ କଥା ହେବା ପରେ ସେ ଅଚାନକ ପାୱାର ଚ୍ୟାନେଲ ଗଭୀର ପାଣିକୁ ଡେଇଁ ପଡ଼ିଥିଲେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା l
ତେବେ ଚିନ୍ମୟୀ କେମିତି ପାୱାର ଚେନେଲ ବ୍ରିଜରୁ ପାଣି ଭିତରେ ପଡିଲେ ତାହା କୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି l ଏହା ପାରିବାରିକ ଅଶାନ୍ତି , ପାଠ ଜନିତ ସମସ୍ୟା ନା ପ୍ରେମ ବ୍ୟାପାର ଜନିତ ଆତ୍ମହତ୍ୟା ନା ଏକ ହତ୍ୟା କି ଦୁର୍ଘଟଣା ଯୋଗୁଁ ହୋଇଛି ତାହା ପୋଲିସର ତଦନ୍ତ ହେଲା ପରେ ଜଣା ପଡିବ l ବର୍ତ୍ତମାନ ବୁର୍ଲା ପୋଲିସ ଚିନ୍ମୟୀ ଙ୍କ ସହପାଠୀ ତଥା ବନ୍ଧୁ ପ୍ରୀତିମାନ ଦେ ଙ୍କ ସହ ଆଉ 2 ଜଣ ଛାତ୍ର ଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଥିବା ସୂଚନା ମିଳିଛି l
ଇଟିଭି ଭାରତ, ସମ୍ବଲପୁର