ETV Bharat / state

ସମ୍ବଲପୁର ହସ୍ପିଟାଲକୁ ଜିଲ୍ଳାପାଳଙ୍କ ସରପ୍ରାଇଜ୍ ଭିଜିଟ - sambalpur collector visit

ବିଭିନ୍ନ ବିଭାଗକୁ ପରିଦର୍ଶନ କରି ହସ୍ପିଟାଲ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ରୋଗୀ ଓ ସମ୍ପର୍କୀୟଙ୍କ ସହ କଥା ହୋଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର
author img

By

Published : Oct 10, 2019, 11:41 PM IST

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜିଲ୍ଳାପାଳଙ୍କ ସରପ୍ରାଇଜ ଭିଜିଟ୍ । ବିଭିନ୍ନ ବିଭାଗକୁ ପରିଦର୍ଶନ କରି ହସ୍ପିଟାଲ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ରୋଗୀ ଓ ସମ୍ପର୍କୀୟଙ୍କ ସହ କଥା ହୋଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା । ସବୁ ଦେଖିବା ପରେ ହସ୍ପିଟାଲର ସ୍ଵଚ୍ଛତା ସହ କେତେକ ବିଭାଗର କର୍ଯ୍ୟଶୈଳୀ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସମ୍ବଲପୁର ଜିଲ୍ଳାପାଳ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

ଗୁରୁବାର ହଠାତ ସମ୍ବଲପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେରେ ପହଞ୍ଚିଥିଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା । ଗାଡ଼ିରୁ ଓହ୍ଳାଉ ଓହ୍ଳାଉ ସିଧା ପହଞ୍ଚିଥିଲେ ଡାକ୍ତର ମାନଙ୍କ ଅଟେଣ୍ଡେନ୍ସ ଡିସପ୍ଲେ ବୋର୍ଡ ପାଖରେ । ସେଠାରେ ଡାକ୍ତରଙ୍କ ବାବଦରେ ପଚାରି ବୁଝିବା ସହ କର୍ମଚାରୀଙ୍କ ସହ ଆଲୋଚନା ଓ ପଚରାଉଚରା କରିଥିଲେ ।

ଏହାପରେ ସେ ଟୋକନ କାଉଣ୍ଟରକୁ ଯାଇଥିଲେ । ସେଠାରେ ଗୋଟିଏ କାଉଣ୍ଟର ବନ୍ଦ ଥିବାରୁ କର୍ମଚାରୀଙ୍କୁ ତାଗିଦ କରିଥିଲେ । ଏହାପରେ ସେ ସ୍ପେଶିଆଲିଷ୍ଟ ଓପିଡ଼ିର ୱାର୍ଡ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନଥିବାରୁ ହସ୍ପିଟାଲ କତ୍ତୃପକ୍ଷଙ୍କୁ ଏନେଇ ନିଜର ଅସନ୍ତୋଷ ଜାହିର କରିବା ସହ ଏହାକୁ ଗୋଟିଏ ମାସ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ କହିଛନ୍ତି ।

ହସ୍ପିଟାଲ ପରିସର ବହୁତ ବଡ଼ ହୋଉଥିବାରୁ ଆଗାମୀ ଦିନରେ ମୁଖ୍ୟ ଗେଟ ପାଖରେ ହସ୍ପିଟାଲର ଏକ ମ୍ୟାପ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଳାପାଳ । ଏହାସହ ଆଗାମୀ ଦିନରେ ଏକ ଡିଜିଟାଲ ଡିସପ୍ଲେ ବୋର୍ଡ ଲଗାଯିବ, ଯେଉଁଥିରେ ସେହି ସମୟରେ କେଉଁ ଡାକ୍ତର କେଉଁଠି କାର୍ଯ୍ୟରତ ଅଛନ୍ତି, ତାଙ୍କ ନାଁ , ରୁମ ନଂ, ମୋବାଇଲ ନମ୍ବର ସବୁ ପ୍ରଦର୍ଶିତ ହେବ । ଏହା ଦ୍ବାରା ରୋଗୀମାନେ ଅଧିକ ସୁବିଧା ସୁଯୋଗ ପାଇବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ ଡାକ୍ତର ସଂଖ୍ୟା କମ ଥିବାରୁ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପଡୁଛି ବୋଲି ରୋଗୀମାନେ ଅଭିଯୋଗ କରିଛନ୍ତି । ସେଥିପାଇଁ ଡାକ୍ଟରଙ୍କ ସଂଖ୍ୟା ବଢ଼ାଇବା ପାଇଁ ଲୋକେ ଦାବି କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚାନକ ପହଞ୍ଚିଲେ ଜିଲ୍ଳାପାଳ। ଏହା ପରେ ବିଭିନ୍ନ ବିଭାଗ କୁ ପରିଦର୍ଶନ କରି ହସ୍ପିଟାଲ କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ରୋଗୀ ଓ ତାଙ୍କ ସମ୍ପର୍କୀୟ ଙ୍କ ସହ କଥା ହେଲେ। ସବୁ ଦେଖି ଲା ପରେ ହସ୍ପିଟାଲ ର ସ୍ଵଛତା ସହ କେତେକ ବିଭାଗର କର୍ଯ୍ୟଶୈଳୀ ନେଇ ଅସନ୍ତୋଷ ପ୍ରକାଶ କଲେ ସମ୍ବଲପୁର ଜିଲ୍ଳାପାଳ ଶୁଭମ ଶକସେନା।

Body:ଆଜି ସମ୍ବଲପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ରେ ହଠାତ ପହଞ୍ଚିଥିଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ଶକସେନା।ଗାଡ଼ିରୁ ଓହ୍ଳାଉ ଓହ୍ଳାଉ ସିଧା ପହଞ୍ଚିଥିଲେ ଡାକ୍ତର ମାନଙ୍କ ଅଟେଣ୍ଡେନ୍ସ ଦିସପ୍ଲେ ବୋର୍ଡ ରେ।ସେଠାରେ ଡାକ୍ତରଙ୍କ ବାବଦରେ ପଚାରି ବୁଝିଥିଲେ। ଏହା ପରେ ସେ ଅନୁସନ୍ଧାନ କାଉଣ୍ଟର ଭିତରେ ପଶି କର୍ମଚାରୀଙ୍କ ସହ ଆଲୋଚନା ଓ ପଚରା ଉଚରା କରିଥିଲେ। ଏହା ପରେ ସେ ଟୋକାନ କାଉଣ୍ଟର କୁ ଯାଇଥିଲେ ସେଠାରେ ଗୋଟିଏ କାଉଣ୍ଟର ବନ୍ଦ ଥିବାରୁ ସେଠିକାର କର୍ମଚାରୀ ଙ୍କୁ ତାଗିଦ କରିଥିଲେ। ପରେ ପରେ ରେ ଜେନେରାଲ ଓପିଡ଼ି, ନିରାମୟ କାଉଣ୍ଟର କୁ ଯାଇ ସେଠିକାର ସ୍ଥିତି ପରଖିଥିଲେ। ଏହାପରେ ସେ ସ୍ପେସ୍ୟାଲିଷ୍ଟ ଓପିଡ଼ି ର ୱାର୍ଡ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନଥିବା ରୁ ହସ୍ପିଟାଲ କତ୍ତୃପକ୍ଷ ଙ୍କୁ ଏନେଇ ନିଜର ଅସନ୍ତୋଷ ଜାହିର କରିବା ସହ ଏହାକୁ ଗୋଟିଏ ମାସ ଭିତରେ କାର୍ଯ୍ୟକ୍ଷମ କରିବାକୁ କହିଥିଲେ। ପରେ ପରେ ଏମ ସି ଏଚ ବିଲଡିଂ ପରିଦର୍ଶନ କରିଥିଲେ ଜିଲ୍ଲାପାଳ।

ଏହାପରେ ସେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ ଜିଲ୍ଲାପାଳ। ହସ୍ପିଟାଲ ପରିସର ବହୁତ ବଡ଼ ହୋଉଥିବାରୁ ଆଗାମୀ ଦିନରେ ମୁଖ୍ୟ ଗେଟ ପାଖରେ ହସ୍ପିଟାଲ ର ଏକ ମ୍ୟାପ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଳାପାଳ।ଏହାପରେ ଆଗାମୀ ଦିନରେ ଏକ ଡିଜିଟାଲ ଦିସପ୍ଲେ ବୋର୍ଡ ଲଗାଯିବ ଯେଉଁଥିରେ ସେହି ସମୟରେ କେଉଁ ଡାକ୍ତର କେଉଁଠି କାର୍ଯ୍ୟରତ ଅଛନ୍ତି, ତାଙ୍କ ନାଁ,ରୁମ ନଂ,ମୋବାଇଲ ନମ୍ବର ସବୁ ପ୍ରଦର୍ଶିତ ହେବ।ଏହା ଦ୍ୱାରା ରୋଗୀ ମନେ ଅଧିକ ସୁବିଧା ସୁଯୋଗ ପାଇବେ ବୋଲି ସେ କହିଥିଲେ। ଏହା ସହ ହସ୍ପିଟାଲ ପରିସର କୁ ପୁରାପୁରି ଦଲାଲ ମୁକ୍ତ କରାଇବାକୁ ପ୍ରଶାସନ ତତ୍ତ୍ୱର ବୋଲି ଜିଲ୍ଲାପାଳ କହିଛନ୍ତି।

ବାଇଟ-1-ଶୁଭମ ଶକସେନା,ଜିଲ୍ଳାପାଳ।

Conclusion:ତେବେ ଜିଲ୍ଳାପାଳ ଙ୍କ ଗସ୍ତ ସତ୍ତ୍ୱେ ଜେନେରାଲ ଓପିଡ଼ି ରେ ଲମ୍ବା ଧାଡି ଲାଗିଥିଲା ରୋଗୀମାନଙ୍କ।ଡାକ୍ତର ସଂଖ୍ୟା କମ ଥିବାରୁ ଘଣ୍ଟା ଘଣ୍ଟା ଧରି ଲାଇନ ରେ ଛିଡା ହେବାକୁ ପଡୁଛି ବୋଲି ରୋଗୀ ଅଭିଯୋଗ କରି ଛନ୍ତି।ସେଥିପାଇଁ ଡକ୍ଟର ଙ୍କ ସଂଖ୍ୟା ବଢ଼ାଇବା ପାଇଁ ଲୋକେ ଦାବି କରିଛନ୍ତି।

ବାଇଟ-2-ରୋଗୀ।
ବାଇଟ-3-ରୋଗୀ।

ଆଗାମୀ ଦିନରେ ଏଠାରେ ଲାଗିରହିଥିବା ଡାକ୍ତର ପଦବୀ ଖାଲି ସମସ୍ୟା ଦୂର କରାନଗଲେ ସ୍ଥିତି ବିଗିଡିବାର ସମ୍ଭାବନା ଅଛି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.