ETV Bharat / state

ଚାକିରୀ ନାଁରେ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଚାକିରୀ ଦେବା ନାମରେ ପ୍ରଥମେ ଭରସା ଜିତିଥିଲା ଅଭିଯୁକ୍ତ । ଏହାପରେ ପରସ୍ଥିତିର ସୁଯୋଗ ନେଇ ଦୁଷ୍କର୍ମ କରିବାକୁ ପଛାଇ ନଥିଲା ଅଭିଯୁକ୍ତ ଲକ୍ଷ୍ମଣ ବର୍ମା । ଏ ହେଉଛି ସ୍ଥାନୀୟ ଅଞ୍ଚଳରେ ଚାକିରୀ ଖୋଜିବାକୁ ଆସିଥିବା ଏକ ଦମ୍ପତ୍ତିଙ୍କର କଥା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : May 16, 2019, 3:23 PM IST

ସମ୍ବଲପୁର: ଚାକିରୀ ଦେବା ନାମରେ ପ୍ରଥମେ ଭରସା ଜିତିଥିଲା ଅଭିଯୁକ୍ତ । ଏହାପରେ ପରସ୍ଥିତିର ସୁଯୋଗ ନେଇ ଦୁଷ୍କର୍ମ କରିବାକୁ ପଛାଇ ନଥିଲା ଅଭିଯୁକ୍ତ ଲକ୍ଷ୍ମଣ ବର୍ମା । ଏ ହେଉଛି ସ୍ଥାନୀୟ ଅଞ୍ଚଳରେ ଚାକିରୀ ଖୋଜିବାକୁ ଆସିଥିବା ଏକ ଦମ୍ପତ୍ତିଙ୍କର କଥା । ସୁନ୍ଦରଗଡ ସୀମଡେଗା ଅଞ୍ଚଳରୁ ଏହି ଦମ୍ପତ୍ତି ଚାକିରି ପାଇଁ ତାମିଲନାଡୁ ଯିବା ପାଇଁ ଆସି ସ୍ଥାନୀୟ ଅଇଁଠାପାଲି ବସ୍‌ଷ୍ଟାଣ୍ଡରେ ଓହ୍ଲାଇଥିଲେ । ହେଲେ ଭରସା ଜିତିଥିବା ବ୍ୟକ୍ତି ହିଁ ପରେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ପୀଡିତା ମହିଳା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସୂଚନା ଅନୁଯାୟୀ ତାମିଲନାଡୁ ଯିବା ସମୟରେ ସମ୍ବଲପୁର ଅଇଁଠାପାଲି ବସ୍‌ଷ୍ଟାଣ୍ଡରେ ଓହ୍ଲାଇଥିଲେ ଏହି ଦମ୍ପତ୍ତି । ସେଠାରେ ଚାକିରି ଦେବା ପାଇଁ କହି ଧନକାଉଡାସ୍ଥିତ ବିସ୍କୁଟ ଫ୍ୟାକ୍ଟ୍ରିକୁ ନେଇଥିଲା ଅଭିଯୁକ୍ତ ଲକ୍ଷ୍ମଣ ବର୍ମା । ସେଠାରେ କୌଶଳମତେ ଦମ୍ପତ୍ତିଙ୍କ ଭରସା ଜିତି ସେମାନଙ୍କୁ ରହିବା ପାଇଁ ସିଟି ଷ୍ଟେସନ ପାଖରେ ଏକ ଘର ଯୋଗାଇଥିଲା ଲକ୍ଷ୍ମଣ ।

ଏହି ଭରସାର ଲାଭ ଉଠାଇବାକୁ ଯାଇ ସନ୍ଧ୍ୟାରେ ଅତି ଚତୁରତାର ସହ ପ୍ରଥମେ ସ୍ବାମୀଙ୍କୁ ଅନ୍ୟତ୍ର ଛାଡିବା ପରେ ସ୍ତ୍ରୀଙ୍କୁ ନକ୍ସାପାଲିକୁ ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ପରେ ତାଙ୍କ ସ୍ବାମୀଙ୍କୁ ଆଣିବାକୁ ଯାଉଛି କହି ସମ୍ପୃକ୍ତ ସ୍ଥାନରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ଫେରିବାରେ ବିଳମ୍ବ ହେବାରୁ ଶେଷରେ ସଦର ଥାନାକୁ ଯାଇ ଏକ ମାମଲା ରୁଜୁ କରିଥିଲା ପୀଡିତା । ଯାହାକୁ ପରେ ଧନୁପାଲି ଅଞ୍ଚଳର ଥାନା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ମାମଲା ଆଧାରରେ ବୁଧବାର ଅଭିଯକ୍ତ ଲକ୍ଷ୍ମଣକୁ ଗିରଫ କରିଥିଲା ପୋଲିସ ।

ଘଟଣାରେ ପୀଡିତାଙ୍କର ଡାକ୍ତରୀ ମଇନା ସହ ପୋଲିସର ତଦନ୍ତ ଜାରି ରହିଛି । ତେବେ ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍‌ପି ସଞ୍ଜୀବ ଅରୋରା । ଅନ୍ୟପଟେ ଏହା ଜୋରଜବରଦସ୍ତୀ ନୁହେଁ ବରଂ ମହିଳା ଜଣଙ୍କ ସହମତିରେ ହୋଇଛି ବୋଲି ସଫେଇ ଦେଇଛି ଅଭିଯୁକ୍ତ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Slug. ସହାୟତା ଯୋଗାଇବା ଆଶା ଦେଖାଇ ମହିଳାଙ୍କ ସହ ଦୁଷ୍କର୍ମ।ଅଭିଯୁକ୍ତ ଗିରଫ।
Format.AVB.
Reporter.Badsah Jusman Rana.
Date.16.05.19.
Place.Sambalpur.

Anchor.. ସମ୍ବଲପୁର ରେ ଏକ ଅଭାବନୀୟ ଘଟଣା ଘଟିଛି।ବେସାହାରା ଦମ୍ପତି ଙ୍କୁ ଚାକିରୀ ଅବାସଗୃହ ଯୋଗାଇଦେବା ନା ରେ ଜଣେ ସ୍ଵାମୀ ଓ ସ୍ତ୍ରୀ ଙ୍କୁ ଅଲଗା କରି ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଉଛି।ଏହା ପରେ ଛାଡି ପଳାଇଯାଇଥିଲା ଅଭିଯୁକ୍ତ।ପୋଲିସ ର ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ସୀମଡେଗା ଅଂଚଳର ଏକ ଦମ୍ପତ୍ତି ଚାକିରୀ ଅନ୍ୱେଷଣ ରେ ତାମିଲନାଡୁ କୁ ଯିବା ପାଇଁ ଆସି ସମ୍ବଲପୁର ଅଇଁଠା ପାଲି ସ୍ଥିତ ବାସ ଷ୍ଟେଣ୍ଡ ରେ ଓଲ୍ହାଇଥିଲେ।ସେମାନଙ୍କୁ ଅଭିଯୁକ୍ତ ଲକ୍ଷ୍ମଣ ବର୍ମା ଚାକିରୀ କରେଇଦେବା ବାହାନାରେ ଧନକାଉଡା ସ୍ଥିତ ବିସ୍କୁଟ ଫେକ୍ଟ୍ରି କୁ ନେଇଥିଲା ସେଠାରେ କଥାବାର୍ତା କଲା ପରେ      ସକାଳୁ ଆସି ଚାକିରୀରେ ଯୋଗ ଦେବାକୁ କହିଥିଲା। ଏହାପରେ ଅଭିଯୁକ୍ତ  ସେମାନଙ୍କୁ ନେଇ ସିଟି ଷ୍ଟେସନ ର ଏକ ଘରେ ରଖିଥିଲା।ସଂଧ୍ୟା ରେ ପୁଣି ଆସି ଅନ୍ୟ ଘର ଦେଖାଇବା ବାହାନାରେ ମହିଳାଙ୍କ ସ୍ୱାମୀଙ୍କୁ ବସଷ୍ଟେଣ୍ଡ ରେ ଆସି ଛାଡି ଦେଇ ବାହାନା କରି ଗେରେଜ କୁ ଟିକେ ଯାଉଛି କହି ପୁଣି ମହିଳା ରହୁଥିବା ସ୍ଥାନ କୁ ଫେରିଥିଲା।ମହିଳାଙ୍କୁ ନେଇ ଘର ଦେଖାଇବା ବାହାନାରେ ନକ୍ସା ପାଲି କୁ ନେଇ ଦୁଷ୍କର୍ମ କରିବା ପରେ ମହିଳାଙ୍କୁ ନେଇ ସିନ୍ଦୁରପଙ୍କ ଛକରେ ଛାଡି , ସ୍ବାମୀ ଙ୍କୁ ନେଇ ଆସୁଛି କହି ପଳାଇଯାଇଥିଲା ଅଭିଯୁକ୍ତ।ରାତି ବେସି ହେବାରୁ ଅଭିଯୁକ୍ତ ନ ଫେରିବାରୁ  ପିଡିତା ମହିଳା ସଦର ଥାନାକୁ ଯାଇ କେଶ ରୁଜୁ କରିଥିଲା।ସେଠାରୁ ପୋଲିସ ଧନୁପାଲି ଅଂଚଳର ଥାନା ଅଧିକାରୀଙ୍କୁ କେଶ ହସ୍ତାନ୍ତର କରିଥିଲା।ବୁଧବାର  ଧନୁପାଲି ପୋଲିସ ଅଭିଯୁକ୍ତ ଲକ୍ଷ୍ମଣ ବର୍ମା ଙ୍କୁ ଗିରଫ କରିଥିଲା।ଡାକ୍ତରୀ ମାଇନା ସହ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସ ପି ସଂଜୀଵ ଆରୋରା।ଏପଟେ ଅଭିଯୁକ୍ତ ଙ୍କ କହିବାନୁଯାୟୀ ସମସ୍ତ ସମ୍ପର୍କ ସହମତି ରେ ହୋଇଥିଲା।  

Byte..1..ଲକ୍ଷ୍ମଣ ବର୍ମା ,ଅଭିଯୁକ୍ତ।
Byte..2..ସଂଜୀଵ ଆରୋରା,ଏସ ପି ,ସମ୍ବଲପୁର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.