ETV Bharat / state

ସମ୍ବଲପୁର ରୋଡ଼ଷ୍ଟେସନ ଉଚ୍ଛେଦକୁ ସ୍ଥାନୀୟ ଲୋକଙ୍କ ବିରୋଧ - ସମ୍ବଲପୁର ରୋଡ଼ ଷ୍ଟେସନ ଉଚ୍ଛେଦକୁ ବିରୋଧ

ଏପ୍ରିଲ 1ରୁ ସମ୍ବଲପୁର ରୋଡ ରେଳ ଷ୍ଟେସନକୁ ସବୁଦିନ ପାଇଁ ବନ୍ଦ କରିବାକୁ ରେଳବାଇର ନିଷ୍ପତ୍ତି । ବିରୋଧରେ ସ୍ଥାନୀୟ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ସମ୍ବଲପୁର ରୋଡ଼ ଷ୍ଟେସନ ଉଚ୍ଛେଦକୁ ବିରୋଧ
ସମ୍ବଲପୁର ରୋଡ଼ ଷ୍ଟେସନ ଉଚ୍ଛେଦକୁ ବିରୋଧ
author img

By

Published : Mar 27, 2021, 7:44 PM IST

ସମ୍ବଲପୁର: ଆସନ୍ତା 1ରୁ ବନ୍ଦ ହୋଇଯିବ ସମ୍ବଲପୁର ରୋଡ ରେଳ ଷ୍ଟେସନ । ଏପ୍ରିଲ 1ରୁ ସବୁଦିନ ପାଇଁ ଏହି ରେଳ ଷ୍ଟେସନକୁ ବନ୍ଦ କରିଦେବାକୁ ରେଳବାଇ ନିଷ୍ପତ୍ତି ନେଇଛି । ଫଳରେ ସ୍ଥାନୀୟ ଲୋକେ କ୍ଷତିଗ୍ରସ୍ତ ହେବା ଆଶଙ୍କାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ମୁଖ୍ୟ ଷ୍ଟେସନ କୁହାଯାଉଥିବା କ୍ଷେତରାଜପୁର ଜଙ୍କସନର ଉନ୍ନତିକରଣ ପାଇଁ ଏହି ଷ୍ଟେସନକୁ ବନ୍ଦ କରାଯାଉଥିବା ଜଣାପଡିଛି ।

ସମ୍ବଲପୁର ରୋଡ଼ ଷ୍ଟେସନ ଉଚ୍ଛେଦକୁ ସ୍ଥାନୀୟ ଲୋକଙ୍କ ବିରୋଧ

ସମ୍ବଲପୁର ରୋଡ଼ ରେଳ ଷ୍ଟେସନ ବନ୍ଦ କରିବାକୁ ରେଳବାଇ ନିଷ୍ପତ୍ତି ନେବାପରେ ରେଳ ଷ୍ଟେସନରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଏନେଇ ଦେଖିବାକୁ ମିଳିଛି ତୀବ୍ର ପ୍ରତିକ୍ରିୟା । ରେଳ ଷ୍ଟେସନ ଉଚ୍ଛେଦ ହେଲେ ଏହା ଉପରେ ବର୍ଷ ବର୍ଷ ଧରି ନିର୍ଭରଶୀଳ ବ୍ୟବସାୟୀ, ରେଳ ଧାରଣାକଡରେ ଥିବା ବସ୍ତିଗୁଡିକର ଶହ ଶହ ପରିବାର ସିଧାସଳଖ ପ୍ରଭାବିତ ହେବେ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ସମ୍ବଲପୁରର ସର୍ବପୁରାତନ ରେଳ ଷ୍ଟେସନ ହୋଇଥିବାରୁ ଏହାକୁ ବନ୍ଦ ନ କରି ଏହାର ଉନ୍ନତି ତଥା ଆଧୁନିକୀକରଣ ପ୍ରତି ଧ୍ୟାନ ଦେବାକୁ ପୂର୍ବତଟ ରେଳବାଇ ମ୍ୟାନେଜର, ସମ୍ବଲପୁର DRMଙ୍କୁ କେତେକ ସଙ୍ଗଠନ ପକ୍ଷରୁ ନିବେଦନ କରାଯାଇଥିଲା । ମାତ୍ର କୌଣସି ସୁଫଳ ନ ମିଳିବାରୁ ଶେଷରେ ବାଧ୍ୟ ହୋଇ ଫାଟକ ଅଞ୍ଚଳର ଶହ ଶହ ଲୋକେ ଆଜି(ଶନିବାର) ରେଳ ଧାରଣା ଉପରେ ବସି ପ୍ରତିବାଦ କରିଛନ୍ତି । ଆନ୍ଦୋଳନକାରୀ ରେଳ ଲାଇନ ଉପରେ ବସି ରହିଥିବାରୁ ସମ୍ବଲପୁର ରୋଡ଼ ଷ୍ଟେସନ ଦେଇ ସମସ୍ତ ରେଳ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ରେଳ ବିଭାଗ କର୍ତ୍ତୃପକ୍ଷ ବୁଝାସୁଝା କରିବା ପରେ ଆନ୍ଦୋଳନରୁ ଓହରି ଥିଲେ ଆନ୍ଦୋଳନକାରୀ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.