ETV Bharat / state

ଯୁଜୁମୁରାରେ ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଖାଇଲେ ଧାନ

ସମ୍ବଲପୁର ଯୁଜୁମୁରା ଅଞ୍ଚଳରେ ହାତୀ ଉପଦ୍ରବ । ଗାଁରେ ଲୋକଙ୍କ ଘରେ ପଶି ଧାନ ଚାଉଳ ଖାଇଲେ ହାତୀ । ଆତଙ୍କିତ ଗ୍ରାମବାସୀ । ଅଧିକ ପଢନ୍ତୁ...

ସମ୍ବଲପୁର ଯୁଜୁମୁରା ଅଞ୍ଚଳରେ ହାତୀ ଉପଦ୍ରବ, ଘରେ ପଶି ଖାଇଲା ଧାନ

author img

By

Published : Jan 18, 2021, 10:45 AM IST

ସମ୍ବଲପୁର:ଗାଁରେ ଲୋକଙ୍କ ଘରେ ପଶି ଧାନ ଚାଉଳ ଖାଇଲା ହାତୀ । ଏମିତି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଯୁଜୁମୁରା ବ୍ଲକ କୁକୁଡାପାଲି ଗ୍ରାମ ପଞ୍ଚାୟତର କୁସମପୁରୀ ଗାଁରେ । ତେବେ ଜଙ୍ଗଲ ନଷ୍ଟ ଓ ଜଙ୍ଗଲରେ ହାତୀଙ୍କ ଖାଦ୍ୟାଭାବ ଯୋଗୁଁ ହାତୀ ଏବେ ଗାଁ ମୁହାଁ ।

ସମ୍ବଲପୁର ଯୁଜୁମୁରା ଅଞ୍ଚଳରେ ହାତୀ ଉପଦ୍ରବ, ଘରେ ପଶି ଖାଇଲା ଧାନ

ସୂଚନାମୁତାବକ, ଗତ ରାତ୍ରିରେ (ରବିବାର) ଗ୍ରାମକୁ ଏକ ଦନ୍ତା ହାତୀ ପଶି ଉପଦ୍ରବ କରିବା ଆରମ୍ଭ କରିଥିଲା l ଏହାସହ ଗ୍ରାମରେ ରହୁଥିବା ବିଭିନ୍ନ ଲୋକଙ୍କ ଘରଦ୍ବାର ଭାଙ୍ଗି ଘରେ ଥିବା ଧାନ ଖାଇ ଦେଇଥିବା ଅଭିଯୋଗ ହୋଇଛି l

କୁସନପୁରୀ ଗ୍ରାମବାସିନ୍ଦା ଦନ୍ତାହାତୀ ଦେଖି ଭୟଭୀତ ହୋଇଥିବା ବେଳେ ହାତୀକୁ ଗାଁରୁ ତଡିବା ପାଇଁ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ଶେଷରେ ସ୍ଥାନୀୟ ଲୋକେ ପଡ଼ିଆବାହାଲ ବନବିଭାଗକୁ ଯୋଗାଯୋଗ କରିବା ପରେ ବନବିଭାଗ ପକ୍ଷରୁ ଉପଦ୍ରବ କରୁଥିବା ଦନ୍ତା ହାତୀକୁ ଘଉଡାଯାଇଥିଲା ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.